ଓଡିଶା

odisha

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ସନ୍ଧ୍ୟା ୭ଟାର ବଡ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Jul 20, 2021, 7:05 PM IST

1. ପୋଡ଼ପିଠା ଖାଇ ବାହୁଡ଼ିଲେ ଚତୁର୍ଦ୍ଧାମୂର୍ତ୍ତି

ଜନ୍ମବେଦୀରୁ ଫେରିବା ବେଳେ ବଳଗଣ୍ଡି ସାହିରେ ମାଉସୀ ମା’ଙ୍କ ମନ୍ଦିର ନିକଟରେ କିଛି ସମୟର ରହି ପୋଡ଼ପିଠା ଖାଇଛନ୍ତି ତିନି ଠାକୁର ।

2. ଦିବ୍ୟସିଂହଙ୍କ ଦିବ୍ୟ ଉପଲବ୍ଧି: ଛେରା ପହଁରାରେ 50ବର୍ଷ ପୂରଣ କଲେ ଗଜପତି ମହାରାଜା

ରଥଯାତ୍ରାରେ ଛେରା ପହଁରା କରିବାରେ 50 ବର୍ଷ ପୂରଣ କଲେ ଗଜପତି ଦିବ୍ୟସିଂହ ଦେବ । 1976 ମସିହାରୁ ଗଜପତି ଛେରାପହଁରା କରିଆସୁଛନ୍ତି ।

3. ରାଜ୍ୟସଭାରେ ଅମରଙ୍କ ପରାମର୍ଶ, ବାତ୍ଯା ଭଳି ଜରୁରୀ ମହାମାରୀ ପରିଚାଳନା

କୋଭିଡର ବର୍ତ୍ତମାନ ପରିସ୍ଥିତି ଉପରେ ସାଂସଦ ଅମର ପଟ୍ଟନାୟକ ରାଜ୍ୟସଭାରେ ରଖିଛନ୍ତି ମତ । ସିଷ୍ଟମ ଏକ ଗତିଶୀଳ ରଣନୀତିର ଆବଶ୍ୟକ କରୁଥିବା କହିଛନ୍ତି ଅମର ।

4. ବକେୟା ସବସିଡି ପ୍ରସଙ୍ଗ, ପୀୟୂଷ ଗୋଏଲଙ୍କୁ ଭେଟିଲା ବିଜେଡି ସଂସଦୀୟ ଦଳ

ସଂସଦରେ ଅଶାନ୍ତି ମଧ୍ୟରେ ବିଜେଡି ସାଂସଦଙ୍କ ସହ ବୈଠକ କରିଛନ୍ତି ରାଜ୍ୟସଭାରେ ବିଜେପି ସଂସଦୀୟ ଦଳ ନେତା ପୀୟୂଷ ଗୋଏଲ ।

5. 3 ଦଫା ଦାବି ନେଇ FCI ଆଗରେ ଧାରଣା ଦେଲା ବିଜେଡି

ଭାରତୀୟ ଖାଦ୍ୟ ନିଗମ କାର୍ଯ୍ୟାଳୟ ଆଗରେ ବିଜେଡି ଧାରଣା । କେନ୍ଦ୍ର ସରକାର ଦେଇନଥିବା ଚାଷୀଙ୍କ ବକେୟା ପଇସା ଓ FCIର ଚାଉଳ ଉଠାଣ ଅବହେଳା ପ୍ରତିବାଦରେ ଗଣଧାରଣା ଦେଇଛି ବିଜେଡି ।

6. Sero Survey: ୬୭% ଭାରତୀୟଙ୍କ ଦେହରେ ଆଣ୍ଟିବଡି ବିକଶିତ

ଚତୁର୍ଥ ପର୍ଯ୍ୟାୟ ସେରୋସର୍ଭେ(Sero Survey) ରିପୋର୍ଟ ଜାରି । ଦେଶରେ ୬୭.୬ ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡି ବିକଶିତ ହୋଇଥିବା ରିପୋର୍ଟରୁ ଜଣାପଡିଛି ।

7. ଆସନ୍ତା ସପ୍ତାହରେ ଭାରତ ଆସିବେ ଆମେରିକା ବୈଦେଶିକ ସଚିବ

ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସିବେ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିନକେନ ।

8. Pegasus Spyware; JPC ତଦନ୍ତ ଦାବି କଲେ ବିରୋଧୀ

ପେଗାସସ ସ୍ପାଇୱେୟାରକୁ ନେଇ ବିରୋଧୀ ଏକଜୁଟ ହୋଇ ସରକାରଙ୍କୁ ଘେରିବା ପାଇଁ ଯୋଜନା କରିଛନ୍ତି । କଂଗ୍ରେସ ନେତୃତ୍ବରେ ବିରୋଧୀ ଦଳ ଗୁଡିକ ଯୁଗ୍ମ ସଂସଦୀୟ କମିଟି (ଜେପିସି)ର ତଦନ୍ତ ଦାବି କରିଛନ୍ତି ।

9. ACF ସୌମ୍ୟଙ୍କ ମୃତ୍ୟୁ ଘଟଣା: ତଦନ୍ତରେ ସହାୟତା ପାଇଁ ପହଞ୍ଚିଲା କ୍ରାଇମ ବ୍ରାଞ୍ଚ ଟିମ୍

ଏବେ ବି ରହସ୍ୟ ଘେରରେ ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣା । ତଦନ୍ତରେ ସହାୟତା ପାଇଁ ପାରଳାଖେମୁଣ୍ଡିରେ ପହଞ୍ଚିଲା ୪ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ।

10. Ind vs SL, 2nd ODI: ଟସ୍ ହାରିଲେ ଧାଓ୍ବନ, ପ୍ରଥମେ ବ୍ୟାଟିଂ କରିବ ଶ୍ରୀଲଙ୍କା

ଟସ୍‌ ଜିତିଲେ ଶ୍ରୀଲଙ୍କା କ୍ୟାପଟେନ୍‌ ଦାସୁନ ସନାକା, ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ।

ABOUT THE AUTHOR

...view details