ଓଡିଶା

odisha

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ୭ ପିଏମ

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...
ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

By

Published : Jul 19, 2021, 6:56 PM IST

1.'ବାହୁରେ ଭ୍ୟାକ୍ସିନ ନିଅନ୍ତୁ, ବାହୁବଳୀ ହୁଅନ୍ତୁ'

ସଂସଦରେ କୋରୋନା ନିୟମର ଅନୁପାଳନ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପିଏମ ମୋଦି କହିଛନ୍ତି, 'ଭ୍ୟାକ୍ସିନ ଲଗାନ୍ତୁ, ବାହୁବଳୀ ହୁଅନ୍ତୁ' ।

2.ଅଗଷ୍ଟ ୨୭ରେ OPSC ପରୀକ୍ଷା

ଓଡିଶା ପ୍ରଶାସନିକ ସେବା ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି OPSC ।

3.ସଂସଦରେ IT ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ବୟାନ, ଫୋନ ଟ୍ୟାପିଂ ରିପୋର୍ଟ ମିଥ୍ୟା

ଫୋନ ଟ୍ୟାପିଂରୁ ଜାସୁସିର ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଲିକ ହୋଇଥିବା ଡାଟାର ଜାସୁସି ସହ ସମ୍ବନ୍ଧ ନଥିବା କହିଛନ୍ତି ଆଇଟି ମନ୍ତ୍ରୀ ।

4.ରାଜ୍ୟର 15 ଜିଲ୍ଲାରେ ହେବ କ୍ରିକେଟ ଏକାଡେମୀ

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୫ଟି ଜିଲ୍ଲାରେ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଭିସି ଯୋଗେଁ ତୁଷାରକାନ୍ତି ବେହେରା ସୋମବାର OCAର ପ୍ରସ୍ତାବିତ କ୍ରିକେଟ ଏକାଡେମୀର ଶିଳାନ୍ୟାସ କରିଛନ୍ତି ।

5.ଜଟଣୀ ଥାନା SIଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଜଟଣୀ ଥାନା SIଙ୍କ ନାମରେ ଅପରାଧିକ ମାମଲା ରୁଜୁ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

6.ପୁଣି ଘରୋଇ ହସ୍ପିଟାଲର ଦାଦାଗିରି, ଦେଢ଼ ଲକ୍ଷ ଟଙ୍କା ପାଇଁ ବନ୍ଧା ପଡିଛି ମୃତଦେହ

ରାଜଧାନୀର ଘରୋଇ ହସ୍ପିଟାଲରେ ଦେଢ ଲକ୍ଷ ଟଙ୍କା ପାଇଁ ମୃତଦେହକୁ ଛାଡୁନଥିବା ଭଳି ଘଟଣା ଦେଖିବାକୁ ମିଳିଛି ।

7.ପାକିସ୍ତାନ ଓ ପଞ୍ଜାବ ସୀମାରେ ବସକୁ ପିଟିଲା ଟ୍ରକ: ୨୭ ମୃତ, ୪୦ ଆହତ

ପାକିସ୍ତାନ ଓ ପଞ୍ଜାବ ସୀମାବର୍ତ୍ତୀ ଅଞ୍ଚଳ ମୁଜାଫରଗଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୨୭ ଜଣଙ୍କ ମୃତ୍ୟୁ ଘଟିଛି ।

8.'ମୋ ସାଇକେଲ' ମହାଦୁର୍ନୀତି, କୋକେଇ ବାନ୍ଧି ବିରୋଧ କଲା ବିଜେପି

ରାଜ୍ୟ ସରକାରଙ୍କ ମୋ ସାଇକେଲ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ରାଜଧାନୀର ଶିଶୁ ଭବନ ନିକଟରେ ବିକ୍ଷୋଭ କରିଛି ବିଜେପି ।

9.ରୟାଲ ଲଣ୍ଡନ କପରୁ ବାଦ ପଡ଼ିଲେ ଶ୍ରେୟସ ଆୟର

ଇଂଲିଶ କାଉଣ୍ଟି ରୟାଲ ଲଣ୍ଡନ କପରୁ ବାଦ ପଡ଼ିଲେ ଯୁବ ଭାରତୀୟ ବ୍ୟାଟସମ୍ୟାନ ଶ୍ରେୟସ ଆୟର । ଇଂଲଣ୍ଡ କାଉଣ୍ଟି ଦଳ ଲଙ୍କାସାୟରରେ ସାମିଲ ହୋଇଛନ୍ତି ଶ୍ରେୟସ ଆୟର ।

10.Olympics: ରିଓରେ ରୌପ୍ୟ ପରେ ଟୋକିଓରେ ସିନ୍ଧୁଙ୍କ ସ୍ବର୍ଣ୍ଣ ଲକ୍ଷ୍ୟରେ ଅଭ୍ୟାସ

ଜୁଲାଇ ୨୫ରୁ ଇସ୍ରାଏଲର କସନିଆ ପୋଲିକାରପୋଭାଙ୍କ ବିପକ୍ଷରେ ଅଲମ୍ପିକ ଅଭିଯାନ ଆରମ୍ଭ କରିବେ ସିନ୍ଧୁ ।

ABOUT THE AUTHOR

...view details