ଓଡିଶା

odisha

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ସନ୍ଧ୍ୟା 7ଟାର ବଡ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Jul 13, 2021, 7:21 PM IST

1. ହରିଦ୍ବାରରୁ 2 କୋଟିର ଗହଣା ଲୁଟ, ଓଡ଼ିଶାର ଯୁବକଙ୍କୁ ଖୋଜୁଛି ଏସଟିଏଫ

ହରିଦ୍ବାରର ଜ୍ବାଲାପୁରରେ ଏକ ଗହଣା ଦୋକାନରୁ ଦୁଇ କୋଟି ଟଙ୍କାର ଗହଣା ଡକାୟତି ଘଟଣାରେ ସ୍ପେଷାଲ ଟାସ୍କ ଫୋର୍ସର ସଫଳତା ।

2. ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଏକ ବୃହତ ସୌରଝଡ଼; ଜିପିଏସ ଓ ଫୋନ ସିଗନାଲ ହେବ ପ୍ରଭାବିତ

ପୃଥିବୀ ଆଡ଼କୁ ଅତି ପ୍ରଖର ​ବେଗରେ ମାଡ଼ି ଆସୁଛି ଏକ ଭୟଙ୍କର ସୌରଝଡ଼। ତେବେ ଏହା ମଙ୍ଗଳବାର କିମ୍ବା ବୁଧବାର ପୃଥିବୀ ସହିତ ଧକ୍କା ହେବାର ସମ୍ଭାବନା ରହିଛି।

3. ମିଶନ ଗୋଆ ଲକ୍ଷ୍ୟରେ କେଜ୍ରିୱାଲ, କହିଲେ କ୍ଷମତାକୁ ଆସିଲେ ନିର୍ମାଣ ହେବ ନୂଆ ଗୋଆ

ଆସନ୍ତାବର୍ଷ ଦେଶର 7 ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟିର ଜୋରଦାର ପ୍ରସ୍ତୁତି । ଏ ନେଇ ଦୁଇ ଦିନିଆ ଗୋଆ ଗସ୍ତରେ ଅଛନ୍ତି ଅରବିନ୍ଦ କେଜ୍ରିୱାଲ ।

4. ରାହୁଲ ଗାନ୍ଧୀଙ୍କୁ ଭେଟିଲେ ପ୍ରଶାନ୍ତ କିଶୋର

ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର । ବୈଠକରେ ପଞ୍ଜାବ ବିଧାନସଭା ନିର୍ବାଚନକୁ ନେଇ ଚର୍ଚ୍ଚା ହୋଇଥିବା ଜଣାପଡିଛି ।

5. କମୁନି କୋରୋନା ଗ୍ରାଫ, ଶୀର୍ଷ ସଂକ୍ରମିତ 5 ରାଜ୍ୟ ଭିତରେ ଓଡିଶା

ଶୀର୍ଷ ସଂକ୍ରମିତ 5 ରାଜ୍ୟ ଭିତରେ ଓଡିଶା ରହିଥିବା ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ମହାରାଷ୍ଟ୍ର ଓ କେରଳ ସମେତ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ଓଡିଶାରେ ସବୁଠୁ ଅଧିକ ପଜିଟିଭ ମାମଲା ସାମ୍ନାକୁ ଆସୁଛି ।

6. ବଢିବ +2 ସିଟ, 7 ଦିନ ମଧ୍ୟରେ ଆବେଦନ କରିବାକୁ କଲେଜକୁ ନିର୍ଦ୍ଦେଶ

ରାଜ୍ୟରେ ଅଧିକ ସଂଖ୍ୟାରେ ଦଶମ ଶ୍ରେଶୀ ଛାତ୍ରଛାତ୍ରୀ ପାସ କରିଥିବାରୁ ଆବଶ୍ୟକ ସିଟ୍ ବଢାଇବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ।

7. 'ମୋ ଭିଜନଙ୍କୁ AAP ଚିହ୍ନିଛି', ସିଦ୍ଧୁଙ୍କ ବୟାନ ବଢାଇଲା ପଞ୍ଜାବ ରାଜନୀତିର ତାତି

ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଓ ନବଜୋତ ସିଂହ ସିଦ୍ଧୁଙ୍କ ସମ୍ପର୍କରେ ବଢିଚାଲିଛି ତିକ୍ତତା । ଏହାରି ମଧ୍ୟରେ ସିଦ୍ଧୁଙ୍କ ଏକ ବୟାନ ବଢାଇଦେଇଛି ପଞ୍ଜାବ ରାଜନୀତିର ପାରଦ ।

8. ଖୋର୍ଦ୍ଧାବାସୀଙ୍କ ପାଇଁ ଖୁସି ଖବର, ଖୁିବଶୀଘ୍ର ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ହେବ ଓଭରବ୍ରିଜ

ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ ନିକଟ ଜାତୀୟ ରାଜପଥରେ ହେବ ଫ୍ଲଏ ଓଭର । ମଞ୍ଜୁରୀ ଦେଲା ଜାତୀୟ ରାଜମାର୍ଗ ପ୍ରାଧିକରଣ ।

9. ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଶୋଭାଯାତ୍ରା, ସରକାରଙ୍କ ବିରୁଦ୍ଧରେ ଗର୍ଜିଲେ ସୁର

ତୈଳଦର ବୃଦ୍ଧି ପ୍ରତିବାଦରେ ପ୍ରଦେଶ କଂଗ୍ରେସ ଖୋର୍ଦ୍ଧାରେ ଏକ ଶୋଭାଯାତ୍ରା କରିଛି ।

10. ଯଶପାଲଙ୍କୁ ଝୁରୁଛନ୍ତି ବିଶ୍ବକପ ବିଜୟୀ ସାଥୀ, କାନ୍ଦିଲେ କପିଳ ଦେବ

ଯଶପାଲଙ୍କ ମୃତ୍ୟୁ ଖବରକୁ ସହଜରେ ବିଶ୍ବାସ କରିପାରୁ ନାହାନ୍ତି ତାଙ୍କର ଚମ୍ପିଆନ ସାଥୀ ଖେଳାଳି ।

ABOUT THE AUTHOR

...view details