ଓଡିଶା

odisha

ETV Bharat / bharat

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ସନ୍ଧ୍ୟା 7ଟାର ବଡ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Jun 25, 2021, 7:23 PM IST

1. ଓଡିଶାରେ ଡେଲ୍‌ଟା ପ୍ଲସ ଭ୍ୟାରିଆଣ୍ଟ ଚିହ୍ନଟ, ଦେଶରେ 48 ମାମଲା

ଓଡ଼ିଶାରେ ଡେଲ୍‌ଟା ପ୍ଲସ ଭ୍ୟାରିଆଣ୍ଟ ଚିହ୍ନଟ । ଦେଶରେ ସାମ୍ନାକୁ ଆସିଲା 48 ଭ୍ୟାରିଆଣ୍ଟ । ମହାରାଷ୍ଟ୍ରରେ ଜଣେ ମୃତ ।

2. ଟିକା ନେବା ଦ୍ୱାରା ସିଭିୟରଟି କମୁଛି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଟିକା ନେଇ ଆଇସିଏମଆର ପରୀକ୍ଷା ଉପରେ ମତ ରଖିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏବଂ ଡିଏମଇଟି ସିବିକେ ମହାନ୍ତି ।

3. ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ; ପାସ ହାର ୯୭.୮୯ %

ପ୍ରକାଶ ପାଇଲା ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ରେଜଲ୍ଟ । ମୋଟ ୫, ୬୨ ୦୧୦ ପାସ କରିଛନ୍ତି । ରେଗୁଲାର ପାସ୍ ହାର ୯୭.୮୯ ଥିବାବେଳେ ଏକ୍ସରେଗୁଲାର ପାସ୍ ହାର ୮୮.୩୩ ରହିଛି ।

4. ଡ୍ରେନେଜର ସୁବ୍ୟବସ୍ଥା ପାଇଁ ରାଜନାଥଙ୍କୁ ଭେଟିଲେ ଅପରାଜିତା

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟି ସ୍ମାର୍ଟ ସିଟିର ଡ୍ରେନ କାର୍ଯ୍ୟର ସମସ୍ୟା ସମାଧାନ କଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ।

5. ରାଜ୍ୟରେ 1 ପ୍ରତିଶତ ଅଧିକ ମୌସୁମୀ ବର୍ଷା ରେକର୍ଡ

ଜୁନ ପହିଲାରୁ 25 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ 1 ପ୍ରତିଶତ ଅଧିକ ମୌସୁମୀ ଜନିତ ବର୍ଷା ରେକର୍ଡ ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୌସୁମୀର ସ୍ଥିତି ସ୍ବାଭାବିକ ଠାରୁ ଭଲ ରହିଛି ।

6. ଭାରତରେ କୋଭୋଭ୍ୟାକ୍ସ ଉତ୍ପାଦନ ଆରମ୍ଭ, SII କରୁଛି ପ୍ରସ୍ତୁତ

କୋଭୋଭ୍ୟାକ୍ସର ପ୍ରଥମ ପର୍ଯ୍ୟାୟ ଉତ୍ପାଦନ ଆରମ୍ଭ କରିଛି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ । ଏନେଇ ଟ୍ବିଟ କରି ସୂଚନା ଦେଲା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ।

7. ପୁରୀ ପରିବର୍ତ୍ତେ ଖୋର୍ଦ୍ଧା ଷ୍ଟେସନ ପର୍ଯ୍ୟନ୍ତ ଚଳାଚଳ କରିବ 26ଟି ସ୍ବତନ୍ତ୍ର ଟ୍ରେନ

ଜୁଲାଇ ମାସ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ପୁରୀ ପରିବର୍ତ୍ତେ ଖୋର୍ଦ୍ଧା ରୋଡ଼ ଷ୍ଟେସନ ପର୍ଯ୍ୟନ୍ତ ଚଳାଚଳ କରିବ 26 ଟି ଦୂରଗାମୀ ବିଶେଷ ଟ୍ରେନ।

8. ଭାରତରେ ନିବେଶ ପାଇଁ ଆମେରିକା ନିବେଶକଙ୍କୁ FMଙ୍କ ଆହ୍ବାନ

କାରବାର ପାଇଁ ଭାରତ ଅନୁକୂଳ ସ୍ଥାନ ତିଆରି କରିଛି । ଏଥିସହ ଦେଶରେ ହୋଇଥିବା ନିବେଶ ଉପଯୋଗୀ ପଦକ୍ଷେପକୁ ବୟାନ କରି ଆମେରିକା ନିବେଶକଙ୍କୁ ନିମନ୍ତ୍ରଣ କଲେ ଅର୍ଥମନ୍ତ୍ରୀ ।

9. ବଲିଉଡରେ କିଙ୍ଗ ଖାନଙ୍କ 29 ବର୍ଷ, ଫ୍ୟାନ୍ସଙ୍କୁ ଦେଲେ ଧନ୍ୟବାଦ

ବଲିଉଡର କିଙ୍ଗ ଖାନ ଭାବରେ ଜଣାଶୁଣା ଶାହରୁଖ ଇଣ୍ଡଷ୍ଟ୍ରିରେ 29 ବର୍ଷ ପୂରଣ କରିଛନ୍ତି ।

10. ଫ୍ରାନ୍ସକୁ ହରାଇ ତୀରନ୍ଦାଜ ବିଶ୍ବକପ ଫାଇନାଲରେ ଭାରତ

ଭାରତୀୟ ମହିଳା ରିକର୍ଭ ତୀରନ୍ଦାଜ ଟିମ ଚଳିତ ତୀରନ୍ଦାଜ ବିଶ୍ବକପର ଫାଇନାଲରେ ପ୍ରବେଶ କରିଛି ।

ABOUT THE AUTHOR

...view details