ଓଡିଶା

odisha

By

Published : May 31, 2021, 7:08 PM IST

ETV Bharat / bharat

TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM
TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ରାଜ୍ୟରେ 24 ଘଣ୍ଟାରେ 10 ହଜାର 405 ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ 24 ଘଣ୍ଟାରେ 10 ହଜାର 405 କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ 6 ଲକ୍ଷ 80 ହଜାର 932 ରୋଗୀ ସୁସ୍ଥ ହେଲେଣି ।
2.ପୁରୀରେ ଥମୁନି କୋଭିଡ ସଂକ୍ରମଣ, ବିନା ଶ୍ରଦ୍ଧାଳୁରେ ସ୍ନାନଯାତ୍ରା ନେଇ ଚାଲିଛି ବିଚାର ବିମର୍ଶ

ପୁରୀ ଜିଲ୍ଲାରେ କୋଭିଡ ସଂକ୍ରମଣ ଥମିବାର ନାଁ ଧରୁନି । ସେପଟେ ଜୁନ 24 ରେ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ମଧ୍ୟ ବିନା ଶ୍ରଦ୍ଧାଳୁରେ ଆୟୋଜନ କରିବାକୁ ନେଇ ସବୁ ପକ୍ଷଙ୍କ ସହ ଆଲୋଚନା ଓ ବିଚାର ବିମର୍ଶ ଚାଲିଛି।

3.ରାଜଧାନୀରେ ନିଃଶୁକ୍ଳ ଆମ୍ବୁଲାନ୍ସ ସେବା ଉଦଘାଟନ କଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ବରରେ ନିଃଶୁକ୍ଳ ଆମ୍ବୁଲାନ୍ସ, ଅକ୍ସିଜେନ ଟ୍ୟାଙ୍କର ସେବା ଏବଂ ତତ୍ସହିତ ନିଃଶୁଳ୍କ ଭୋଜନ ବିତରଣ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କଲେ ସାଂସଦ ଅପରାଜିତା ଷଡଙ୍ଗୀ ।

4.କଟକରେ ଆରମ୍ଭ ହେଲା ଏକ୍ସ-ରେ ଅନ୍ ହ୍ବିଲ୍ କାର୍ଯ୍ୟକ୍ରମ

ରାଜ୍ୟର ପ୍ରଥମ ଜିଲ୍ଲା ଭାବେ କୋଭିଡ ରୋଗୀଙ୍କ ପାଇଁ କଟକରେ ସୋମବାର ଠାରୁ ଆରମ୍ଭ ହେଲା ଏକ୍ସ-ରେ ଅନ୍ ହ୍ବିଲ୍ କାର୍ଯ୍ୟକ୍ରମ
5.ମହାପ୍ରଭୁଙ୍କ କୋଠଭୋଗ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଆଣିବ ନୂଆ ଏସଓପି

ଶ୍ରୀମନ୍ଦିରରେ ଭୋଗ ବାଢିବାକୁ ନେଇ ଖୁବ ଶୀଘ୍ର ଆସିବ ନୂଆ ଏସଓପି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି ।

6.ଜୁନରେ ତଳକୁ ଖସିବ ସଂକ୍ରମଣ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଦିନକୁ ଦିନ ସଂକ୍ରମଣ ବଢି ଚାଲିଥିବାବେଳେ ଜୁନରେ ସଂକ୍ରମଣ କମିବା ନେଇ ଆକଳନ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

7.ଦିଦି ଓ ମୋଦି ସରକାରଙ୍କ ମଝିରେ ଛିଡାହେଲା ପାଚେରୀ, କଣ କାର୍ଯ୍ୟାନୁଷ୍ଠାନ ନେବ କେନ୍ଦ୍ର ?

ପଶ୍ଚିମବଙ୍ଗ ଓ କେନ୍ଦ୍ର ସରକାର ମଝିରେ ପୁଣି ଛିଡା ହୋଇଛି ପାଚେରୀ । ପ୍ରଶ୍ନ ଉଠୁଛି ଯେ କୌଣସି ରାଜ୍ୟରେ ନିଯୁକ୍ତ ଆଇଏଏସ ଅଧିକାରୀଙ୍କ ବିରୋଧରେ କେନ୍ଦ୍ର କଣ କାର୍ଯ୍ୟାନୁଷ୍ଠାନ ନେଇପାରେ ?

8.ସୁପ୍ରିମକୋର୍ଟରେ କେନ୍ଦ୍ରର ଦାବି, 2021 ଶେଷ ସୁଦ୍ଧା ସରିବ ଟୀକାକରଣ

ମାମଲା ଶୁଣାଣି ସମୟରେ 2021 ଶେଷ ସୁଦ୍ଧା 18 ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ବ୍ୟକ୍ତିଙ୍କ ଟୀକାକରଣ ହେବ ବୋଲି ସୁପ୍ରିମକୋର୍ଟରେ ଦାବି କରିଛନ୍ତି କେନ୍ଦ୍ର ସରକାର ।

9.ଭାରତରେ 5G ଟେକ୍ନୋଲୋଜି ବିରୋଧରେ କୋର୍ଟର ଦ୍ବାରସ୍ଥ ହେଲେ ଜୁହି ଚାୱଲା

ମୋବାଇଲ ଫୋନର 5G ଟେକ୍ନୋଲୋଜିକୁ ନେଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଜୁହି ଚାୱଲା ।

10.ସାଗର ଧନକର ହତ୍ୟା ମାମଲା: ସୁଶୀଲ କୁମାରଙ୍କୁ ହରିଦ୍ବାର ନେଲା କ୍ରାଇମବ୍ରାଞ୍ଚ

କୁସ୍ତିଯୋଦ୍ଧା ସାଗର ଧନକର ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ତଦନ୍ତ ପାଇଁ ହରିଦ୍ବାର ନେଇଛି ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଟିମ ।

For All Latest Updates

TAGGED:

TOP NEWS@7PM

ABOUT THE AUTHOR

...view details