ଓଡିଶା

odisha

ETV Bharat / bharat

TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS @7PM

TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ଗୁରୁତ୍ୱପୂର୍ଣ୍ଣ ଖବର...

TOP NEWS @7PM
TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : May 29, 2021, 7:08 PM IST

1.ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ଆରମ୍ଭ

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ଆରମ୍ଭ ।

2.ବାତ୍ୟା ମୁକାବିଲା ପାଇଁ ଦୀର୍ଘସୂତ୍ରୀ ଯୋଜନା, କେନ୍ଦ୍ର ଗୁରୁତ୍ବ ଦେବା ଜରୁରୀ: ଦେବୀ

କେନ୍ଦ୍ର ନିକଟରେ ରାଜ୍ୟର ଦାବି ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର । ସାମୁଦ୍ରିକ ବାତ୍ୟା ରୋକିବା ପାଇଁ ଦୀର୍ଘମିଆଦୀ ଯୋଜନା ଜରୁରୀ ବୋଲି କହିଛନ୍ତି ।

3.ପୂରିଲା ପଞ୍ଚମ ପାଳିର ଦ୍ବିତୀୟ ବର୍ଷ, ବିପର୍ଯ୍ୟୟ ମୁକାବିଲାରେ ଦେଶର ଏକ ନମ୍ବର ନବୀନ

ପଞ୍ଚମ ପାଳିର ଦ୍ବିତୀୟ ବର୍ଷ ପୂରଣ କଲେ ନବୀନ ସରକାର । ପ୍ରାକୃତିକ ବିପର୍ଯ୍ୟୟ ସହ ମୁକାବିଲା କରି ଦେଶରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ସାଜିଛନ୍ତି ନବୀନ ।

4.ସ୍ମାର୍ଟସିଟିରେ ଟୀକାକରଣ କେନ୍ଦ୍ର ପରିଦର୍ଶନ କଲେ ଅପରାଜିତା

ସ୍ମାର୍ଟସିଟିରେ କୋଭିଡ ଟୀକାକରଣ କେନ୍ଦ୍ର ପରିଦର୍ଶନ କଲେ ଭୁବନେଶ୍ବର ସାଂସଦ ଅପରାଜିତା।

5.ପାଗରେ କଣ ହେବ ଆକଳନ ନୁହେଁ, ପ୍ରଭାବ ନେଇ ପୂର୍ବାନୁମାନ କରୁଛୁ: ମୃତ୍ୟୁଞ୍ଜୟ ମହାପାତ୍ର

ଦେଶର ସାଇକ୍ଲୋନ ମ୍ୟାନଙ୍କୁ ନେଇ ସବୁଠି ଚର୍ଚ୍ଚା । କିଏ ଏହି ସାଇକ୍ଲୋନ ମ୍ୟାନ ? ପ୍ରାକୃତିକ ବିପର୍ଯ୍ୟୟ ବେଳେ କଣ ତାଙ୍କର ଭୂମିକା ।

6.କୋଭିଡରେ ବାପାମା’ଙ୍କୁ ହରାଇଲେ ପିଲାଙ୍କୁ ମିଳିବ 5 ଲକ୍ଷ, ତାମିଲନାଡୁ ସରକାରଙ୍କ ଘୋଷଣା

କୋଭିଡ ସଂକ୍ରମଣକୁ ନେଇ ବଡ ଘୋଷଣା କରିଛନ୍ତି ତମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ । କୋଭିଡରେ ପିତାମାତା ହରାଇଥିବା ଶିଶୁଙ୍କ ପାଇଁ 5 ଲକ୍ଷ ଟଙ୍କାର ଜମା ରଖିବେ ତାମିଲନାଡୁ ସରକାର।
7.ମୁଖ୍ୟ ଶାସନ ସଚିବଙ୍କ ବଦଳି ପ୍ରସଙ୍ଗରେ ମମତାଙ୍କ ବୟାନ, ବଙ୍ଗର ଉନ୍ନତି ପାଇଁ ମୋଦିଙ୍କ ପାଦ ଛୁଇଁବା ପାଇଁ ପ୍ରସ୍ତୁତ ଅଛି

କେନ୍ଦ୍ର ରାଜ୍ୟ ବିବାଦ ମଧ୍ୟରେ ମୁହଁ ଖୋଲିଲେ ମମତା । କହିଲେ ପଶ୍ଚିମବଙ୍ଗର ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁବାକୁ ପ୍ରସ୍ତୁତ ଅଛି । କିନ୍ତୁ ରାଜନୀତିର ଏହି ଘୃଣ୍ୟ ଖେଳ ବନ୍ଦ କରନ୍ତୁ ମୋଦି ।

8.ସେନାରେ ଯୋଗ ଦେଲେ ପୁଲୱାମା ଶହୀଦଙ୍କ ପତ୍ନୀ

ଜମ୍ମୁ-କାଶ୍ମୀର ପୁଲୱାମା ଆକ୍ରମଣରେ ଶହୀଦ ମେଜର୍ ବିଭୂତି ଢୌଣ୍ଡିୟାଲଙ୍କ ପତ୍ନୀ ନୀତିକା କୌଲ ଭାରତୀୟ ସେନାରେ ଆଜି ସାମିଲ ହୋଇଛନ୍ତି । ନୀତିକା ସେନାରେ ଲେଫ୍ଟନାଣ୍ଟ ଜେନେରାଲ ଭାବରେ ଯୋଗ ଦେଇଛନ୍ତି ।

9.ବଢିଲା ସୁଶୀଲ କୁମାରଙ୍କ ପୋଲିସ ହେପାଜତ ଅବଧି

ଛତ୍ରଶାଲ ଷ୍ଟାଡିୟମରେ କୁସ୍ତିଯୋଦ୍ଧା ସାଗର ହତ୍ୟା ମାମଲାରେ, ଦିଲ୍ଲୀର ରୋହିଣୀ କୋର୍ଟ ସୁଶୀଲ କୁମାରଙ୍କ ପୋଲିସ ହେପାଜତ ସମୟ ଆଉ 4 ଦିନ ବଢାଇଛନ୍ତି ।

10.ଟି20 ବିଶ୍ବକପ: ଶେଷ ନିଷ୍ପତ୍ତି ପୂର୍ବରୁ ଆଇସିସିକୁ ମାସେ ସମୟ ମାଗିବ ବିସିସିଆଇ

ଭିଭୋ ଇଣ୍ଡିଆନ ପ୍ରିମିୟର ଲିଗ 2021 ସଂସ୍କରଣର ଅବଶିଷ୍ଟ ମ୍ୟାଚ ୟୁଏଇରେ ଆୟୋଜନ କରିବାକୁ ଶନିବାର ବିସିସିଆଇ ଘୋଷଣା କରିଛି ।

For All Latest Updates

ABOUT THE AUTHOR

...view details