ଓଡିଶା

odisha

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - top news

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

top news at 7pm
top news at 7pm

By

Published : May 11, 2021, 7:10 PM IST

1.ଆସୁଛି ବାତ୍ୟା ଟୌକଟେ, 17ରେ ଛୁଇଁବ ଗୁଜୁରାଟ ଉପକୂଳ !

ଆରବ ସାଗରରେ ଦାନା ବାନ୍ଧୁଛି ବାତ୍ୟା । ସମ୍ଭାବ୍ୟ ବାତ୍ୟାର ନାଁ ରହିଛି ଟୌକଟେ ।

2.୧୬ ଜିଲ୍ଲାରେ ଖୋଲିବ RT-PCR ଟେଷ୍ଟିଂ ଲ୍ଯାବ, ଖର୍ଚ୍ଚ ହେବ 20 କୋଟି

୧୬ଟି ଜିଲ୍ଲାରେ ଆରଟିପିସିଆର ଲାବରୋଟୋରୀ ଖୋଲିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ଦ୍ୱିତୀୟ ପର୍ଯ୍ୟୟ କୋରୋନା ଟେଷ୍ଟିଂକୁ ନେଇ ଅନେକ ଟେଷ୍ଟିଂ କେନ୍ଦ୍ରରେ ଭିଡ଼ ଦେଖିବାକୁ ମିଳୁଥିବାରୁ ଏହା ଅନେକ ମାତ୍ରାରେ କୋଭିଡ୍ ରୋଗୀଙ୍କ କ୍ଷେତ୍ରରେ ସହାୟକ ହେବ ।

3.ଦୈତନଗରୀରେ କଡାକଡି ହେବ ଚେକିଂ, ଅମାନିଆଙ୍କୁ ଗୁରୁମନ୍ତ୍ର ଦେଲେ ପୋଲିସ କମିଶନର

ଦୈତନଗରୀରେ ଆହୁରି ଚେକିଂ ହେବ ଜୋରଦାର । ନିୟମ ଖିଲାପକାରୀଙ୍କୁ ଚେତାବନୀ ସହ ପରାମର୍ଶ ଦେଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

4.କୋରୋନାରେ ମାଓବାଦୀଙ୍କ ମୃତ୍ୟୁ, ମାଓ କ୍ୟାମ୍ପରୁ ମିଳିଲା ପ୍ରମାଣ

କୋରୋନା ସଂକ୍ରମିତ ହୋଇ ମାଓବାଦୀ ମଧ୍ୟ ମୃତ୍ୟୁମୁଖରେ ପଡ଼ିଛନ୍ତି । ଛତିଶଗଡ଼ର ବିଜାପୁର ଜିଲ୍ଲାର ପାଲନାର ଜଙ୍ଗଲରେ ମାଓକ୍ୟାମ୍ପ ଧ୍ବସ୍ତ ହେବା ପରେ ଏହାର ପ୍ରମାଣ ମିଳିଛି ।

5.ଅନ୍ୟ ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କୋରୋନା, ଓଡିଶାରେ ଅଣାୟତଃ

ଅନ୍ୟ ରାଜ୍ୟରେ କୋରୋନା କମୁଥିବାବେଳେ ଓଡିଶାରେ ବଢିଚାଲିଛି ସଂକ୍ରମଣ ।

6.ଆଇଭରମେକ୍ଟିନ ବ୍ୟବହାର ଉପରେ ଚେତାବନୀ ଜାରି କଲା WHO

ଗୋଆରେ 18 ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ଆଇଭରମେକ୍ଟିନ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିଲା । ହେଲେ ଗୋଆ ସରକାରଙ୍କ ନିର୍ଦ୍ଦେଶ ପରେ ଏହାକୁ ନେଇ ଚେତାବନୀ ଜାରି କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।

7.ବାହାର ରାଜ୍ୟକୁ ଯାଉଛନ୍ତି କି ? ଆଉ କରିବାକୁ ପଡିବନି RTPCR ଟେଷ୍ଟ

ଯଦି କୌଣସି ବ୍ୟକ୍ତି ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଉଥିଲା, ଏଥିପାଇଁ ଆରଟିପିସିଆର ଟେଷ୍ଟ କରିବା ବାଧ୍ୟତାମୂଳକ ଥିଲା । ତେବେ ବର୍ତ୍ତମାନଠାରୁ ଆଉ ବାହାର ରାଜ୍ୟକୁ ଗଲେ ଆରଟିପିସିଆର ଟେଷ୍ଟ କରିବାକୁ ପଡିବ ନାହିଁ ।

8.ହ୍ବାଇଟ ଡ୍ରେସରେ ମୌନୀଙ୍କ ବୋଲ୍ଡ ଲୁକ ଫଟୋ ଭାଇରାଲ

ମଙ୍ଗଳବାର ଦିନ ମୌନୀ ଇନଷ୍ଟାଗ୍ରାମରେ ନିଜର କିଛି ଚମତ୍କାର ଥ୍ରୋ ବ୍ୟାକ୍ ଫଟୋ ସେୟାର କରିଛନ୍ତି ।

9.ଶିଖର ସାଜିବେ ସେନାପତି, ସମ୍ଭାଳିବେ ଶ୍ରୀଲଙ୍କା ସମର

ଓପନର ଶିଖର ଧାୱନ, ଜୁଲାଇରେ ସୀମିତ ଓଭର ସିରିଜ ଖେଳିବାକୁ ଶ୍ରୀଲଙ୍କା ଗସ୍ତରେ ଯିବାକୁ ଥିବା ଭାରତୀୟ ଟିମର ଅଧିନାୟକ ଭାର ସମ୍ଭାଳିପାରନ୍ତି ।

10.ବୁମରା, ଚହର, କୌଲ ନେଲେ କୋରୋନା ଟିକାର ପ୍ରଥମ ଡୋଜ୍‌

ABOUT THE AUTHOR

...view details