ଓଡିଶା

odisha

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ ଖବର

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Apr 30, 2021, 7:01 PM IST

1. ସମସ୍ତେ କୋଭିଡ ନିୟମ ମାନନ୍ତୁ, ଦ୍ବିତୀୟ ଲହର ଭୟାନକ ହେଉଛି

କୋଭିଡ଼ ନିୟମ ପାଳନ କରିବାକୁ ନିବେଦନ କଲେ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ରାଜ୍ୟରେ କୋରୋନାର ଦ୍ବିତୀୟ ଲହର ଏତେ ଭୟାନକ ହେବ ବୋଲି ଆଶା କରାଯାଇନଥିଲା ।

2. ସମଗ୍ର ରାଜ୍ୟରେ ଦିନ 2ଟା ପରେ ଦୋକାନ ବଜାର ବନ୍ଦ

ସମଗ୍ର ରାଜ୍ୟରେ ଦିନ 2ଟା ପରେ ବନ୍ଦ ରହିବ ଦୋକାନ ବଜାର । ମେ 3 ରୁ 15 ତାରିଖ ପର୍ଯ୍ୟନ୍ତ ଦିନ 2 ଟା ପରେ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ ।

3. ତେଲେଙ୍ଗାନାରେ ଡ୍ରୋନ ସାହାଯ୍ୟରେ ହେବ ପରୀକ୍ଷାମୂଳକ ଟିକା ବିତରଣ

ତେଲେଙ୍ଗାନାରେ ଡ୍ରୋନ ଯୋଗେଁ ଟିକା ବିତରଣ ପାଇଁ ଅନୁମତି ପ୍ରଦାନ କରିଛନ୍ତି ଉଭୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ।

4. ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ରାସ୍ତାରୋକ କଲେ ଛାତ୍ର

ଗଞ୍ଜାମ ଜିଲ୍ଲା ଆସିକା ବିଜୁ ପଟ୍ଟନାୟକ ଛକ ଠାରେ ଆଜି ମହାବିଦ୍ୟାଳୟର ଛାତ୍ରମାନେ ରାସ୍ତା ଅବରୋଧ କରିଥିଲେ ।

5. କିଭଳି ତିଆରି ହୁଏ ଅକ୍ସିଜେନ ? କେତେ ହୁଏ ଖର୍ଚ୍ଚ, ଜାଣନ୍ତୁ ସବୁକିଛି...

ଜୀବନ ଓ ମୃତ୍ୟୁ ମଧ୍ୟରେ ସଂଘର୍ଷ କରୁଥିବା କୋରୋନା ରୋଗୀଙ୍କ ପାଇଁ ରାମବାଣ ପାଲଟିଛି ‘ଅକ୍ସିଜେନ’ । ତେବେ ଏହି ଜୀବନ ରକ୍ଷକ, ଦୁର୍ଲଭ ଅକ୍ସିଜେନର କିଭଳି ପ୍ରସ୍ତୁତ ହୁଏ, କେତେ ହୁଏ ଖର୍ଚ୍ଚ, କାହିଁକି ଏଥିପାଇଁ ଆବଶ୍ୟକ କ୍ରାୟୋଜେନିକ, ଜାଣନ୍ତୁ ସବୁକିଛି ଏହି ରିପୋର୍ଟରୁ ..

6. କୋରାପୁଟରେ ସବୁ ଧର୍ମାନୁଷ୍ଠାନ ବନ୍ଦ

କୋରାପୁଟରେ ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ପାଇଁ ନିର୍ଦ୍ଦେଶ । ଦ୍ରୁତ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ନେଇଛି ନିଷ୍ପତି ।

7. ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା, 23 ରାଜ୍ୟକୁ ଆବଣ୍ଟିତ ହୋଇଛି 8593 MT ଅକ୍ସିଜେନ

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ସୂଚନା ଅନୁଯାୟୀ, 23 ରାଜ୍ୟକୁ 8 ହଜାର 593 ମେଟ୍ରିକ ଟନ ଅକ୍ସିଜେନ ଆବଣ୍ଟିତ କରାଯାଇଛି । ଗତ ବର୍ଷ ସ୍ବାସ୍ଥ୍ୟ ବିଭାଗ 1 ଲକ୍ଷ ସିଲିଣ୍ଡର କିଣିଥିଲା ।

8. କୋରୋନାର ଭୟାବହତା ମଧ୍ୟରେ କ୍ୟାବିନେଟ ବୈଠକ, ମନ୍ତ୍ରୀଙ୍କୁ ମୋଦିଙ୍କ କଡା ନିର୍ଦ୍ଦେଶ

ଶୁକ୍ରବାର କେନ୍ଦ୍ର କ୍ୟାବିନେଟ ବୈଠକର ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ । ମନ୍ତ୍ରୀମାନେ ନିଜ ଅଞ୍ଚଳର ଲୋକଙ୍କ ସହ ସମ୍ପର୍କରେ ରହି ସେମାନଙ୍କର ଫିଡବ୍ୟାକ ନିଅନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

9. ସଂକ୍ରମିତଙ୍କୁ ସହାୟତା କରିବ ପଞ୍ଜାବ କିଙ୍ଗ୍ସ, ପୁରାନ ମଧ୍ୟ କୋରୋନା ସଂଗ୍ରାମରେ ସାମିଲ

ଭାରତରେ କୋରୋନା ସଂକ୍ରମିତଙ୍କୁ ସହାୟତା କରିବାକୁ ଆଗେଇ ଆସିଛି ପଞ୍ଜାବ କିଙ୍ଗ୍ସ ଦଳ । କେବଳ ପଞ୍ଜାବ କିଙ୍ଗ୍ସ ନୁହେଁ, ଏହି ଫ୍ରାଞ୍ଚାଇଜିର ଆକ୍ରାମକ ବ୍ୟାଟସମ୍ୟାନ ନିକୋଲାସ ପୁରାନ ବ୍ୟକ୍ତିଗତ ଭାବରେ ଭାରତରେ କୋରୋନା ଆକ୍ରାନ୍ତଙ୍କୁ ସହାୟତା କରିବାକୁ ମନସ୍ଥ କରିଛନ୍ତି ।

10. ପରଲୋକରେ ରିଅଲ ସୁଟର ଦାଦି

ପୁଣି ସାମ୍ନାକୁ ଆଶିଲା ନୈରାଶ୍ୟଜନକ ଖବର । ସୁଟର ଦାଦି ନାଁ ରେ ଜଣାଶୁଣା ଚନ୍ଦ୍ରୋ ତୋମରଙ୍କ କୋରୋନାରେ ମୃତ୍ୟୁ ଘଟିଛି ।

ABOUT THE AUTHOR

...view details