ଓଡିଶା

odisha

By

Published : Mar 4, 2021, 7:39 PM IST

ETV Bharat / bharat

TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର...

TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1. କାହାକୁ ମିଳିବ ଭାରତରତ୍ନ ? ବିଜେଡି କହିଲା ବିଜୁ ବାବୁଙ୍କୁ ମିଳୁ, କଂଗ୍ରେସର ଦାବି ଆଗ ମହତାବ

ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ ଉପଲକ୍ଷେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ତାଙ୍କୁ ଭାରତରତ୍ନ ଦେବାକୁ ଦାବି ଉଠିଛି । ଏପଟେ କଂଗ୍ରେସ କହିଲା ଆଗ ହରେକୃଷ୍ଣ ମହତାବଙ୍କୁ ମିଳୁ ।

2.ପୁଣି ବଢ଼ିଲା ବସ ଭଡା, ଆଜିଠୁ ଲାଗୁ ହେବ ବର୍ଦ୍ଧିତ ଦର

ସାଧାରଣ ଓ ଏକ୍ସପ୍ରେସରେ ୫ ପଇସାକୁ ବୃଦ୍ଧି ପାଇଥିବାବେଳେ ଡିଲକ୍ସ ଓ ଏସି ଡିଲକ୍ସରେ ୧୦ ପଇସା ବଢିଛି । ସାଧାରଣ ବସ ଭଡା କିଲୋମିଟର ପ୍ରତି ୮୦ ପଇସା ଥିବାବେଳେ ଏବେ ଏହା ୮୫ ପଇସାକୁ ବୃଦ୍ଧି ପାଇଛି।

3. ଡାକ୍ତରଙ୍କ ବେପରୁଆ ଅସ୍ତ୍ରୋପଚାର, ନସବନ୍ଦୀ ବେଳେ କଟିଲା ଖାଦ୍ୟନଳୀ

ଝାରସୁଗୁଡା ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳାଙ୍କ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାରରେ ତ୍ରୁଟି ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

4. ଘରୋଇ ହସ୍ପିଟାଲରେ ମହିଳାଙ୍କୁ ଅସଦାଚରଣ, ହସ୍ପିଟାଲ ପରିସରରେ ଉତ୍ତେଜନା

ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ମହିଳାଙ୍କୁ ଅସଦାଚରଣ ଅଭିଯୋଗ ।

5. ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି ପ୍ରସଙ୍ଗ, ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା

ନିୟମିତ ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମ କୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଥିବା ଜଣାପଡିଛି ।

6. ‘ପଛୁଆବର୍ଗଙ୍କୁ ସାମ୍ବିଧାନିକ ଅଧିକାର ମିଳିବା ଦରକାର’

ରାଜ୍ୟରେ ହେବାକୁ ଥିବା ଓବିସି ସର୍ଭେକୁ ନେଇ ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରେସମିଟ୍‌ କରି ପଛୁଆଙ୍କୁ ସାମ୍ବିଧାନିକ ଅଧିକାର ମିଳିବା ଦରକାର ବୋଲି କହିଲେ କେନ୍ଦ୍ରମନ୍ତ୍ରୀ ।

7.ଓବିସି ପ୍ରସଙ୍ଗ: ଧର୍ମେନ୍ଦ୍ରଙ୍କୁ ଜବାବ ଦେଲେ ସୌମ୍ୟରଞ୍ଜନ

ଓବିସି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜବାବ ଦେଲେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ।

8. 2020ରେ 5133 ଥର ଅସ୍ତ୍ରବିରତି ଉଲ୍ଲଘଂନ କରିଛି ପାକିସ୍ତାନ

ଗତ 2020 ମସିହାରେ ପାକିସ୍ତାନ 5133 ଥର ଅସ୍ତ୍ରବିରତି ଉଲ୍ଲଘଂନ କରିଥିବା ଏକ ସରକାରୀ ରିପୋର୍ଟରୁ ଜଣାପଡିଛି ।

9. ପେନସନ ଯୋଜନାରେ ଯୋଡି ହେଲେ ବିଡିଏ କର୍ମଚାରୀ
ଏଣିକି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) କର୍ମଚାରୀଙ୍କୁ ମିଳିବ ପେନସନ । ବିଡିଏ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ।


10. 5 ଲକ୍ଷ କୋରୋନା ଟିକା ପାଇଁ ଭାରତକୁ ଧନ୍ୟବାଦ ଜଣାଇଲା କାନାଡା
ଭାରତ କାନାଡାକୁ 5 ଲକ୍ଷ କୋରୋନା ଟିକା ଯୋଗାଇବା ପରେ କାନାଡା ପ୍ରଧାନମନ୍ତ୍ରୀ ଭାରତକୁ ଧନ୍ୟବାଦ ଜଣାଇଛନ୍ତି ।

ABOUT THE AUTHOR

...view details