ଓଡିଶା

odisha

By

Published : Dec 10, 2020, 7:01 PM IST

ETV Bharat / bharat

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1.ରାଜ୍ୟରେ ବ୍ୟବସାୟର ସଫଳ ରୂପାୟନ ପାଇଁ 588 କୋଟି ହେବ ବିନିଯୋଗ

ରାଜ୍ୟରେ ବାଣିଜ୍ୟ ଅନୁକୂଳ ବାତାବରଣର ସଫଳ ରୂପାୟନ କରିବା ପାଇଁ 588 କୋଟି ଟଙ୍କା ବିନିଯୋଗ ହେବ ବୋଲି ଗୁରୁବାର ଲୋକସେବା ଭବନରେ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

2. ତୁଟୁନି ସ୍କୁଲ ଫି' ହ୍ରାସ ପ୍ରସଙ୍ଗ, ୧୫ରେ ମାମଲାର ପରବର୍ତ୍ତୀ ଶୁଣାଣି

ସ୍କୁଲ ଫି' ହ୍ରାସ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଜବାବ ଦାଖଲ କଲା ଡିଏଭି ସ୍କୁଲ ଏବଂ ଆଇସିଏସଇ ସ୍କୁଲ ସଙ୍ଗଠନ। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର 15 ତାରିଖ ହେବ ବୋଲି ହାଇକୋର୍ଟ କହିଛନ୍ତି।

3. ସେନାରେ ସାମିଲ ହେବାକୁ ପ୍ରସ୍ତୁତ ପ୍ରୋଟେକ୍ଟିଭ କାର୍ବାଇନ, ଶେଷ ଟ୍ରାଏଲ ସଫଳ

ନିକଟରେ ଭାରତୀୟ ପ୍ରତିରକ୍ଷା ଓ ଅନୁସନ୍ଧାନ ସଂସ୍ଥା ତଥା ଡିଆରଡିଓ ପକ୍ଷରୁ ବିକଶିତ 5.56x30 ମିଲିମିଟର ପ୍ରୋଟେକ୍ଟିଭ କାର୍ବାଇନର କରାଯାଇଛି ସଫଳ ପରୀକ୍ଷଣ ।

4. ବସଷ୍ଟାଣ୍ଡ ନବୀକରଣ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ବରମୁଣ୍ଡା ବସଷ୍ଟାଣ୍ଡ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବର୍ତ୍ତମାନ ବରମୁଣ୍ଡା ବସଷ୍ଟାଣ୍ଡର ନବୀକରଣ କାର୍ଯ୍ୟ ଜାରି ରହିଛି ।

5. ଚାଷୀଙ୍କୁ କୃଷିମନ୍ତ୍ରୀଙ୍କ ଭରସା, MSP ଉପରେ ଲିଖିତ ଆଶ୍ବାସନା ଦେବେ ସରକାର

ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, ଚାଷୀମାନଙ୍କ ହିତରେ ଏହି ଆଇନ ଅଣାଯାଇଛି । ତେବେ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ତଥା ଏମଏସପି ଉପରେ ଲିଖିତ ଆଶ୍ବାସନା ଦେବାକୁ ମଧ୍ୟ ସରକାର ପ୍ରସ୍ତୁତ ।

6. ମୟୂରଭଞ୍ଜରେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ, 20ରୁ ଊର୍ଦ୍ଧ୍ବ ଆହତ

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ । ବସରେ 45ରୁ ଊର୍ଦ୍ଧ୍ବ ଯାତ୍ରୀ ଯାତ୍ରା କରୁଥିଲେ ।

7. ସଂସଦ ଭବନ ଶିଳାନ୍ୟାସ ପରେ ମୋଦିଙ୍କ ସମ୍ବୋଧନ, 'ବିଶ୍ବ କହିବ ଭାରତ ଗଣତନ୍ତ୍ରର ଜନନୀ'

ପିଏମ ମୋଦି କହିଛନ୍ତି ଯଦି ଆମେ ନିଜ ଗଣତନ୍ତ୍ରର ଗୁଣଗାନ କରିବୁ ତାହେଲେ ସେଦିନ ଆଉ ଦୂର ନାହିଁ ଯେବେ ବିଶ୍ବ କହିବ 'ଭାରତ ଗଣତନ୍ତ୍ରର ଜନନୀ'

8. ପଶ୍ଚିମବଙ୍ଗରେ ଜେପି ନଡ୍ଡାଙ୍କ ଗାଡ଼ିକୁ ପଥର ମାଡ଼, ରିପୋର୍ଟ ମାଗିଲେ ଅମିତ ଶାହ

ବିଜେପି ସଭାପତି ଜେପି ନଡ୍ଡାଙ୍କ ଗାଡ଼ିକୁ ପଥର ମାଡ଼। ଏହି ଆକ୍ରମଣରେ ନଡ୍ଡାଙ୍କ ସହ ଥିବା କେତେକ ବିଜେପି ନେତା ଓ କର୍ମୀ ମଧ୍ୟ ଆହତ ହୋଇଥିବା ନେଇ ସୂଚନା ମିଳିଛି ।

9. ଭାରତ-ଇଂଲଣ୍ଡ ସିରିଜ ସୂଚୀ: ମୋଟେରାରେ ପିଙ୍କ୍ ଟେଷ୍ଟ, ପୁନେରେ ଦିନିକିଆ

ଗୁଜୁରାଟ କ୍ରିକେଟ ଆସୋସିଏସନର ଇନଡୋର ଏକାଡେମୀ ଉଦଘାଟନ ସହ ମୋଟେରା ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ଦିବାରାତ୍ର ଟେଷ୍ଟ ଖେଳାଯିବ । ବିସିସିଆଇ ସମ୍ପାଦକ ଜୟ ସାହା ଏନେଇ ଗୁରୁବାର ଘୋଷଣା କରିଛନ୍ତି ।

10. 'ହାଉସଫୁଲ୍-5'ରେ ନଜର ଆସିବେ ଏହି ବଡ କଳାକାର, ଜାଣନ୍ତୁ...

ପୁଣି ଥରେ ବଲିଉଡର ଫେମସ କମେଡି ଫ୍ରାଞ୍ଚାଇଜ୍ 'ହାଉସଫୁଲ୍'ରେ ଅନେକ ତାରକାଙ୍କୁ ଦେଖିବାକୁ ମିଳିବ । କୁହାଯାଉଛି ଯେ, ଏହି ଚଳଚ୍ଚିତ୍ରର ପଞ୍ଚମ ପାର୍ଟରେ ଅନେକ ନୂଆ ତାରକା ମଧ୍ୟ ନଜର ଆସିବେ ।

ABOUT THE AUTHOR

...view details