ଓଡିଶା

odisha

TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Jul 31, 2022, 7:02 PM IST

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧. ISIS ଲିଙ୍କ୍‌ ସନ୍ଦେହ, ୬ଟି ରାଜ୍ୟରେ NIAର ଚଢ଼ାଉ

ISIS ଲିଙ୍କ୍‌ ନେଇ ୬ଟି ରାଜ୍ୟର ୧୩ଟି ସ୍ଥାନରେ ଚଢ଼ାଉ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା(NIA) ।

୨. EDକୁ ମିଳିଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ, ଅର୍ପିତାଙ୍କ ବ୍ୟାଙ୍କ ଖାତାରୁ ହୋଇଛି ୮ କୋଟି ନେଣ ଦେଣ

ପଶ୍ଚିମବଙ୍ଗ ଶିକ୍ଷକ ନଯୁକ୍ତି ଦୁର୍ନୀତିରେ ଅର୍ପିତା ମୁଖାର୍ଜୀଙ୍କ ଠାରୁ EDକୁ ମିଳିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ।

୩. ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଅଟକ ରଖିଲା ED, ଗିରଫ ସମ୍ଭାବନା

ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ଅଟକ । ପାତ୍ର ଚାଓ୍ବଲା ଲ୍ୟାଣ୍ଡ ସ୍କାମରେ ବାସଭବନରେ ସକାଳୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ ପରେ ଅହରାହ୍ନରେ ଅଟକ । ହୋଇପାରନ୍ତି ଗିରଫ ।

୪. ଝାଡଖଣ୍ଡର ୩ କଂଗ୍ରେସ ବିଧାୟକ ନିଲମ୍ବିତ, ହାଓ୍ୱଡାରୁ ବିପୁଳ ଟଙ୍କା ସହ ଧରାପଡିଥିଲେ

ହାଓ୍ୱଡାରୁ ବିପୁଳ ଟଙ୍କା ସହ ଧରାପଡିଥିବା ଝାଡଖଣ୍ଡ କଂଗ୍ରେସର ୩ ବିଧାୟକଙ୍କୁ ନିଲମ୍ବିତ କରିଲା ଦଳ ।

୫. ଭିନ୍ନକ୍ଷମଙ୍କ ଭାଷା ବୁଝିବା ପାଇଁ କେରଳ ପୋଲିସ ଅଧିକାରୀଙ୍କୁ ସ୍ବତନ୍ତ୍ର ତାଲିମ

କେରଳରେ ଭିନ୍ନକ୍ଷମଙ୍କ ଭାଷା ବୁଝିବା ପାଇଁ ପୋଲିସ ଅଧିକାରୀଙ୍କୁ ସାଙ୍କେତିକ ଭାଷାର (sign language) ତାଲିମ ଦିଆଯାଉଛି ।୬. କଟକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶାହାଙ୍କ ଗସ୍ତ ପୂର୍ବରୁ କଲେ ସ୍ଥିତି ସମୀକ୍ଷା

କଟକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 8 ତାରିଖରେ ଏକ ଖବର କାଗଜର ୭୫ ବର୍ଷ ପୂର୍ତ୍ତୀ ଅବସରରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।

୭. ଖୁବ ଶୀଘ୍ର RMRCରେ ହେବ ମଙ୍କିପକ୍ସ ଟେଷ୍ଟିଂ ବ୍ୟବସ୍ଥା

ସାରା ବିଶ୍ବରେ କୋରୋନା ମହାମାରୀର ତାଣ୍ଡବ କମିନଥିବା ବେଳେ ମଙ୍କିପକ୍ସ ଧୀରେ ଧୀରେ ଭୟଙ୍କର ରୂପ ନେଉଛି ।

୮. ବ୍ରାଉସୁଗାର ମାଫିଆର ସମ୍ପତ୍ତି ସିଜ, ନିଶା ବିକି ହୋଇଥିଲା କୋଟିପତି

ଗିରଫ ବ୍ରାଉସୁଗାର ମାଫିଆ ଏସକେ ଜାମସେଦର ୧ କୋଟି ୩୨ଲକ୍ଷ ଟଙ୍କାର ସମ୍ପତ୍ତିକୁ ସିଜ କଲା ଏସଟିଏଫ ।

୯. CWG 2022: ଭାରତ ଖାତାରେ ଦ୍ବିତୀୟ ସ୍ବର୍ଣ୍ଣ, ପଦକ ଜିତିଲେ ଜେରେମି ଲାଲରିନୁଙ୍ଗା

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଲା ଆଉ ଏକ ସ୍ବର୍ଣ୍ଣ ପଦକ । ୬୭ କେଜି ଭାରୋତ୍ତୋଳନ ଇଭେଣ୍ଟରେ ଜେରେମି ଲାଲରିନୁଙ୍ଗା

୧୦.HBD Kiara Advani: 8 ବର୍ଷର ସଂଘର୍ଷ ପରେ ସାଜିଲେ ସଫଳ ଅଭିନେତ୍ରୀ

30 ବର୍ଷରେ ପାଦ ଥାପିଲେ ବଲିଉଡ ସୁନ୍ଦରୀ କିଆରା ଆଡଭାନୀ ।

ABOUT THE AUTHOR

...view details