ଓଡିଶା

odisha

ETV Bharat / bharat

TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS@7 PM

TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ଗୁରୁତ୍ୱପୂର୍ଣ୍ଣ ଖବର...

TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Jun 1, 2021, 7:02 PM IST

1.କୋରୋନା ସଂକ୍ରମିତ ଟିକା ନେବା ପରେ ପ୍ରାୟ ୧୦ ବର୍ଷ ଯାଏଁ ନାହିଁ ସଂକ୍ରମଣ ଭୟ

ରିସର୍ଚ୍ଚ କହୁଛି କୋରୋନା ସଂକ୍ରମିତ ବ୍ୟକ୍ତି ଟିକା ନେବା ପରେ ପ୍ରାୟ ୧୦ ବର୍ଷ ଯାଏ ଏହି ସଂକ୍ରମଣ ଆକ୍ରାନ୍ତ କରିବ ନାହିଁ ।

2.ଏବର୍ଷ ସ୍ବାଭାବିକ ହେବ ମୌସୁମୀ ବର୍ଷା

ଜୁନ ମାସରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ସୂଚନା ଦେଇଛନ୍ତି ଆଇଏମଡି ଡିଜି ଡଃ. ମୃତ୍ୟୁଞ୍ଜୟ ମହାପାତ୍ର ।

3.ମାଲକାନଗିରି ସୀମାନ୍ତରେ ଏନକାଉଣ୍ଟର, 3 ହାର୍ଡକୋର ମାଓବାଦୀ ମୃତ

ମାଲକାନଗିରି ସୀମାନ୍ତ ଛତିଶଗଡର କୋଣ୍ଡାଗାଓଁ ଜିଲ୍ଲାରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିକାଣ୍ଡ । ଘଟଣାରେ 3 ହାର୍ଡକୋର ମାଓବାଦୀ ମୃତ ।
4.ରାଜଧାନୀରେ ବିକ୍ରି ହେଉଛି ନକଲି ଟିଭି, ୪ଟି ଶୋ' ରୁମରୁ ୧୨୦ ଟିଭି ଜବତ

ଭୁବନେଶ୍ବରରେ ଧରାପଡିଲେ ନକଲି ଟିଭି ବିକ୍ରି କରୁଥିବା ବ୍ୟବସାୟୀ । ଏୟାରଫିଲ୍ଡ ଅଞ୍ଚଳର ୪ଟି ଶୋ' ରୁମରୁ ଜବତ ହୋଇଛି ନକଲି ଟିଭି ।

5.ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ, ସଙ୍କଟାପନ୍ନ ଅବସ୍ଥାରେ ଯୁବତୀ ଡାକ୍ତରଖାନାରେ ଭର୍ତ୍ତି

ସାରା ବିଶ୍ୱ କୋରୋନା ସହ ଲଢେ଼ଇ କରୁଥିବା ବେଳେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରୁ ଆସିଛି ଏକ ସଙ୍ଗୀନ ଅଭିଯୋଗ । ମୁମୁର୍ଷୁ ଆବସ୍ଥାରେ ଯୁବତୀ ମଦ ଭାଟି ନିକଟରୁ ଉଦ୍ଧାର ।

6.ବନ୍ଦୋପାଧ୍ୟାୟଙ୍କ ବଢିଲା ଅଡୁଆ, କାରଣ ନ ଦର୍ଶାଇଲେ ହେବ 2 ବର୍ଷ ଜେଲ !

ଆଲପନ ବନ୍ଦୋପାଧ୍ୟାୟଙ୍କ ଅବସରର ମାତ୍ର କିଛି ଘଣ୍ଟା ପରେ ପ୍ରାକୃତିକ ବିପର୍ଯ୍ୟୟ ଅଧିନିୟମ 2005 ଅନ୍ତର୍ଗତ କାରଣ ଦର୍ଶାଅ ନୋଟିସ ଜାରି କରିଛି କେନ୍ଦ୍ର ଗୃହମନ୍ତ୍ରଣାଳୟ ।

7.CBSE ଦ୍ବାଦଶ ପରୀକ୍ଷା ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି

ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇପାରେ ଗୁରୁତ୍ବପୂର୍ଣ୍ଣ ବୈଠକ । ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ପରୀକ୍ଷାର ସମସ୍ତ ବିକଳ୍ପର ସୂଚନା ଦିଆଯିବ ।

8.ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ବ୍ୟକ୍ତିଗତ ବ୍ୟବହାର ପାଇଁ ଲୋକଙ୍କ ଦ୍ବାରା ଆମଦାନୀ ହେଉଥିବା ଅକ୍ସିଜେନ କନସେନଟ୍ରେଟର ଉପରେ କେନ୍ଦ୍ର ପକ୍ଷରୁ ଲଗାଯାଇଥିବା ବସ୍ତୁ ଓ ସେବା କର(IGST)କୁ ଅସମ୍ବିଧାନିକ କହିଲେ ଦିଲ୍ଲୀ ହାଇକୋର୍ଟ ।
9.କୋରୋନା କବଳରେ କ୍ରିକେଟର ଭୁବନେଶ୍ବର କୁମାରଙ୍କ ପରିବାର, ମା' ଗୁରୁତର

ମହାମାରୀ କୋରୋନା କବଳରେ ଭାରତୀୟ କ୍ରିକେଟର ଭୁବନେଶ୍ବର କୁମାରଙ୍କ ପୁରା ପରିବାର ।

10.ଦୁଃଖୀରଙ୍କିଙ୍କ ସାହା ସୋନୁ ସୁଦ: ଟିକେ ଝଲକ ପାଇଁ ଜମୁଛି ପ୍ରଶଂସକଙ୍କ ଭିଡ

ହ୍ୟାଣ୍ଡସମ ଆକ୍ଟର ସୋନୁ ସୁଦ ଗତ ବର୍ଷରୁ ଦେଶବାସୀଙ୍କ ସେବା କରିଆସୁଛନ୍ତି । କୋରୋନା କାଳରେ ସେ ଦେଶବାସୀଙ୍କ ଭଗବାନ ସାଜି କ୍ରମାଗତ ସେବାରେ ଲାଗିଛନ୍ତି ।

For All Latest Updates

ABOUT THE AUTHOR

...view details