ଓଡିଶା

odisha

By

Published : Apr 25, 2021, 7:01 PM IST

ETV Bharat / bharat

TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ଗୁରୁତ୍ୱପୂର୍ଣ୍ଣ ଖବର...

TOP NEWS@7 PM
TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1-ମାଗଣା ଟିକା ଦିଅନ୍ତୁ ସରକାର : ସୁର

ଟିକାର ଭିନ୍ନ ଭିନ୍ନ ଦରକୁ ନେଇ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । କହିଲେ ସରକାର ଦିଅନ୍ତୁ ମାଗଣା ଟିକା ।

2-ସ୍ବର୍ଗଦ୍ବାରରେ ଅନ୍ତିମ ସତ୍କାର ନେଇ କଟକଣା

ସୋମବାର ଠାରୁ ପୁରୀ ସ୍ବର୍ଗଦ୍ବାରରେ ପୁରୀ ଜିଲ୍ଲା ବାହାରରୁ ଆସୁଥିବା ମୃତଦେହ ସତ୍କାର ନେଇ କଟକଣା ଜାରି । ଦିନକୁ ଦିନ ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।

3-ସଟଡାଉନରେ ଅଘଟଣ, ବୟଫ୍ରେଣ୍ଡ ଆଗରେ ଜୀବନ ହାରିଲେ ଗର୍ଲଫ୍ରେଣ୍ଡ

ବୟଫ୍ରେଣ୍ଡ ଆଗରେ ଜୀବନ ହାରିଲେ ଗର୍ଲଫ୍ରେଣ୍ଡ। ମୃତ ଯୁବତୀ ଜଣଙ୍କ ପଶ୍ଚିମବଙ୍ଗର ସବନମ୍ ବର୍ମା ବୋଲି ଜଣାପଡିଛି ।

4-ଜୁନ 14ରୁ ହେବ ମାଟ୍ରିକ ପରୀକ୍ଷା ! ଜାଣନ୍ତୁ ସତ...

ପୁନର୍ବାର ମାଟ୍ରିକ ପରୀକ୍ଷା ହେବାକୁ ଯାଉଥିବା ନେଇ ସୋସିଆଲ ମିଡିଆରେ ଘୁରି ବୁଲୁଛି ମିଥ୍ୟା ଖବର । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ନାଁରେ ଫେକ୍‌ ଟ୍ବିଟର ଆକାଉଣ୍ଟ ଖୋଲି ପ୍ରଚାର କରାଯାଉଛି ଗୁଜବ ।

5-ନବରଙ୍ଗପୁରରେ କୋରୋନା ଦାଉ, ଆଉ 318 ଆକ୍ରାନ୍ତ ଚିହ୍ନଟ

ନବରଙ୍ଗପୁର ଜିଲ୍ଲାରେ ଗୋଟିଏ ଦିନରେ ତିନି ଅଙ୍କ ଛୁଇଁଲା ସଂକ୍ରମିତ ସଂଖ୍ୟା । ରବିବାର ଜିଲ୍ଲାରୁ 318 ନୂଆ ପଜିଟିଭ ଚିହ୍ନଟ ।

6-ବୃହତ ବନ୍ଦରକୁ ସରକାରଙ୍କ କଡା ନିର୍ଦ୍ଦେଶ, ଅକ୍ସିଜେନ ଆମଦାନୀ ହେଉଥିବା ଜାହାଜଠୁ ଆଦାୟ ହେବନି ଦେୟ

ସବୁ ବୃହତ ବନ୍ଦରଗୁଡିକୁ କଡା ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଅକ୍ସିଜେନ ଓ ଅକ୍ସିଡେନ ସରଞ୍ଜାମ ପରିବହନ କରୁଥିବା ଜାହାଜଠୁ ଆଦାୟ ହେବନି କୌଣସି ଦେୟ ।

7-ଦିଲ୍ଲୀରେ ରେମଡେସିଭିଅରର କଳାବଜାରୀ, ତିନି ଗିରଫ

କୋରୋନା ଚିକିତ୍ସାରେ ସହାୟକ ହେଉଥିବା ରେମିଡେସିଭିଅର ଇଞ୍ଜେକ୍ସନର କଳାବଜାରୀ ଘଟଣାରେ 3 ଗିରଫ ।

8-ମହାରାଷ୍ଟ୍ରରେ 18 ରୁ 45 ବର୍ଷ ମଧ୍ୟରେ ସମସ୍ତଙ୍କୁ ମାଗଣା ଟିକା

ମହାରାଷ୍ଟରେ 18 ରୁ 45 ବର୍ଷ ମଧ୍ୟରେ ଲୋକଙ୍କୁ ଦିଆଯିବ ମାଗଣା କରୋନା ଟିକା । ଘୋଷଣା କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।

9-ଆଇପିଏଲ ମହାସମର: ସାର୍‌ ଜାଡେଜାଙ୍କ ବିସ୍ଫୋରକ ବ୍ୟାଟିଂ, ସିଏସକେ 191/4

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେବାପରେ ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ ହରାଇ 191 ରନ୍‌ ସଂଗ୍ରହ କରିଛି ଚେନ୍ନାଇ । ଫଳରେ ଆରସିବି ସାମ୍ନାରେ 192 ରନର ବିଜୟ ଲକ୍ଷ୍ୟ ରହିଛି ।

10-କ୍ୟାରିଅରକୁ ନେଇ କ୍ଷୋଭ ବଖାଣିଲେ ସୁନୀଲ

ସୁନୀଲ ଅନେକ ହିଟ ଚଳଚ୍ଚିତ୍ରରେ କାମ କରି ନାଁ ଅର୍ଜନ କରିଛନ୍ତି । କିନ୍ତୁ ଏହା ସତ୍ତ୍ବେ ସୁନୀଲ ଅନୁଭବ କରିଛନ୍ତି ଯେ ସେ ଅକ୍ଷୟ କୁମାର, ସଲମାନ ଖାନ କିମ୍ବା ଅଜୟ ଦେବଗନଙ୍କ ପରି ପରଦାରେ ରାଜ କରିପାରି ନାହାନ୍ତି ।

ABOUT THE AUTHOR

...view details