ଓଡିଶା

odisha

ETV Bharat / bharat

TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Apr 24, 2021, 7:02 PM IST

1.ପେଡ୍ କ୍ୱାରେଣ୍ଟାଇନରେ କଣ ରହିଛି ସୁବିଧା, ଜାଣନ୍ତୁ...

ଯେଉଁମାନେ ରାଜ୍ୟ ବାହାରୁ ଆସିବେ ସେମାନଙ୍କ ପାଇଁ ପେଡ୍ କ୍ୱାରେଣ୍ଟାଇନ ବ୍ୟବସ୍ଥା କରିଛି କଟକ ମହାନଗର ନିଗମ । ଜାଣନ୍ତୁ କଣ ରହଛି ସୁବିଧା...

2.ଦେଶରେ ଅକ୍ସିଜେନ୍ ସଙ୍କଟ, ଡାକ୍ତରଙ୍କ ଆଖିରେ ଲୁହ

କୋରୋନା ଦ୍ବିତୀୟ ଲହରୀରେ ସାରା ଦେଶରେ ହାହାକାର ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ଦିଲ୍ଲୀର ବତ୍ରା ମେଡିକାଲର ଏମଡି ଡ.ଏସସିଏଲ ଗୁପ୍ତା ଦେଶରେ ସୃଷ୍ଟି ହୋଇଥିବା ଅକ୍ସିଜେନ୍ ସଙ୍କଟକୁ ନେଇ ଆଲୋଚନା କରୁଥିବା ବେଳେ କୋହ ସମ୍ଭାଳି ନପାରି କାନ୍ଦି ପକାଇଛନ୍ତି ।

3. ଶ୍ରୀମନ୍ଦିରରେ ନୂଆ SOP ଜାରି: ଆସନ୍ତା 15 ଯାଏଁ ଜଗା ଦର୍ଶନ ବନ୍ଦ

ପୁଣି ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ ଲାଗିଲା କଟକଣା । ଆସନ୍ତା 15 ଯାଏଁ ବନ୍ଦ ରହିବ ଶ୍ରୀମନ୍ଦିର । ଅଳ୍ପ ସେବାୟତଙ୍କୁ ନେଇ ଚାଲୁରହିବ ନୀତିକାନ୍ତି ।

4. 15 ଯାଏଁ ଜଗା ଦର୍ଶନ ବନ୍ଦ, ପ୍ରଭାବିତ ହେବନି ରଥକାର୍ଯ୍ୟ

ପ୍ରତ୍ୟେକ ବର୍ଷ ପରି ଏବର୍ଷ ମଧ୍ୟ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ସ୍ନାନ ଯାତ୍ରା ଏବଂ ରଥଯାତ୍ରା । ଏନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କଲା ଶ୍ରୀମନ୍ଦିର ପ୍ରଶାସନ ।

5. ‘25% ଦେଶବାସୀଙ୍କ ଟିକାକରଣ ଭାର ନିଅନ୍ତୁ ଶ୍ରେଷ୍ଠ 20 ଧନୀବ୍ୟକ୍ତି’

ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଦେଶର ଶ୍ରେଷ୍ଠ 20 ଧନୀ ବ୍ୟକ୍ତିଙ୍କୁ 25% ଭାରତୀୟଙ୍କୁ ଟୀକାକରଣର ଭାର ବହନ କରିବାକୁ ଅପିଲ୍ କରିଛନ୍ତି ।

4. ଅମ୍ଳଜାନ ଅଭାବ! ବିଭିନ୍ନ ରାଜ୍ୟକୁ ପଠାଗଲା ୨୯ ଟ୍ୟାଙ୍କର

ମହାମାରୀ ସମୟରେ ଦେଶରେ ଦେଖାଦେଇଛି ଅକ୍ସିଜେନର ଘୋର ସଙ୍କଟ । ଅନ୍ୟ ରାଜ୍ୟକୁ ଅକ୍ସିଜେନ ପଠାଇଲେ ରାଜ୍ୟ ସରକାର ।

5.ଆକ୍ସନ ମୋଡରେ ଗଞ୍ଜାମ ଜିଲ୍ଲାପାଳ , ପିପିଇ କିଟ ପିନ୍ଧି ଅନୁଧ୍ୟାନ କଲେ କୋଭିଡ ହସ୍ପିଟାଲ

ଆକ୍ସନ ମୋଡରେ ଗଞ୍ଜାମ ଜିଲ୍ଲାପାଳ । ପିପିଇ କିଟ ପିନ୍ଧି କୋଭିଡ ହସ୍ପିଟାଲରେ ପହଞ୍ଚି ରୋଗୀଙ୍କୁ ପଚାରିଛନ୍ତି ଭଲମନ୍ଦ ।

6.ଦିଲ୍ଲୀ HCଙ୍କ ଉଦବେଗ, ଅକ୍ସିଜେନ ଯୋଗାଣରେ ବାଧା ଦେଲେ ମିଳିବ ଫାଶୀ

ଦିଲ୍ଲୀରେ ଦେଖାଯାଇଥିବା ଅକ୍ସିଜେନ ସଙ୍କଟ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଉଦବେଗ । ଯଦି କେହି ଅକ୍ସିଜେନ୍ ପରିବହନରେ ବାଧା ସୃଷ୍ଟି କରୁଛି ତାଙ୍କୁ ଫାଶୀ ମିଳିବ ବୋଲି କୋର୍ଟ କହିଛନ୍ତି ।

7.ଭାରତକୁ ସମବେଦନାର ସୁଅ, ସହଯୋଗ ପାଇଁ ଅଣ୍ଟା ଭିଡିଲେ ପାକିସ୍ତାନ-ଫ୍ରାନ୍ସ-ଅଷ୍ଟ୍ରେଲିଆ

ଭାରତରେ କୋରୋନା ମହାମାରୀର ତାଣ୍ଡବ ଚାଲିଥିବାବେଳେ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଲେ ବିଭିନ୍ନ ରାଷ୍ଟ୍ର ।

8. ପ୍ଲାଜମା ଦାନ କରିବାକୁ ତେନ୍ଦୁଲକରଙ୍କ ଅପିଲ୍‌

କୋଭିଡ-19ରୁ ସୁସ୍ଥ ହୋଇଥିବା ବ୍ୟକ୍ତି ପ୍ଲାଜମା ଦାନ କରି ମହାମାରୀ କୋରୋନା ବିରୋଧୀ ଲଢେଇରେ ସାମିଲ ହେବାକୁ ଅପିଲ କରିଛନ୍ତି ସଚିନ ତେନ୍ଦୁଲକର ।

9. ଜନ୍ମଦିନ ନ ପାଳି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କଲେ 7 ବର୍ଷର ଆୟୁଷ

କୋଭିଡ ସଂକ୍ରମଣ ସମସ୍ତଙ୍କୁ ବ୍ୟସ୍ତବିବ୍ରତ କରି ରଖିଛି । ନିଜ ଜନ୍ମଦିନ ନ ପାଳି 7 ବର୍ଷର ଆୟୁଷ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛି ଅର୍ଥ ।

10.ବିଶ୍ବ ନୃତ୍ୟ ଦିବସରେ ରିଲିଜ ହେବ ‘ନାଚବାଲି’, 20ଟି ଭାଷାରେ ଉପଲବ୍ଧ

ଲୋକକଳା ସଖିନାଚର କାହାଣୀ ଦର୍ଶାଇବ ‘ନାଚବାଲି’ । ବିଶ୍ବ ନୃତ୍ୟ ଦିବସରେ ରିଲିଜ ହେବ ‘ନାଚବାଲି’ ।

ABOUT THE AUTHOR

...view details