ଓଡିଶା

odisha

By

Published : Apr 23, 2021, 7:01 PM IST

ETV Bharat / bharat

TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@7 PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7 PM
TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1-ଟ୍ବିନ ସିଟିରେ ସଟଡାଉନ: ମୋ ବସ ସେବା ବନ୍ଦ, 68ଟି ସ୍ଥାନରେ ଚେକ୍ ପଏଣ୍ଟ

ଟ୍ବିନ ସିଟିରେ ସଟଡାଉନ ସମୟରେ ନିୟମ ପାଳନକୁ ନେଇ ସିପିଙ୍କ ପ୍ରେସମିଟ୍ । ଅମାନିଆଙ୍କ ପାଇଁ ହେଲେ କଠୋର ।

2-ରାଜ୍ୟ ସରକାରଙ୍କୁ ଅପରାଜିତାଙ୍କ ପ୍ରଶ୍ନ, ଓଡିଶାରେ ମିଳିବ କି ମାଗଣା ଟିକା ?

ବିଭିନ୍ନ ରାଜ୍ୟ ମାଗଣା ଟିକା ନେଇ ଘୋଷଣା କରିଥିବା ବେଳେ ଓଡିଶା କେବେ ଘୋଷଣା କରିବ ? ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଟ୍ବିଟ୍ କରି ରାଜ୍ୟ ସରାକରଙ୍କୁ ଏହି ପ୍ରଶ୍ନ କରିଛନ୍ତି ।

3-ରେଲଓ୍ବେ ଷ୍ଟେସନରେ ଚାଲିଛି ଜୋରଦାର ଚେକିଂ

ପଶ୍ଚିମବଙ୍ଗରୁ ଭୁବନେଶ୍ୱର ଭାୟା ହୋଇ ତିରିଶଟି ଟ୍ରେନ ଯାତାୟାତ କରୁଛି । ସେଥିରୁ ୯ଟି ଟ୍ରେନରେ ପାଞ୍ଚରୁ ସାତ ହଜାର ଯାତ୍ରୀ ଭୁବନେଶ୍ୱର ଷ୍ଟେସନରୁ ଯିବା ଆସିବା କରୁଛନ୍ତି । ପଶ୍ଚିମବଙ୍ଗରେ ଦେଖାଦେଇଥିବା ଟ୍ରିପଲ ମ୍ୟୁଟେଣ୍ଟକୁ ଭୟାବହତାକୁ ଦୃଷ୍ଟିରେ ରଖି ଯାଞ୍ଚକୁ କଡାକଡି କରାଯାଇଛି ।

4-ଆସନ୍ତା ମେ’ ପହିଲାରୁ ହେବ ଧାନ ସଂଗ୍ରହ

ସୁବର୍ଣ୍ଣପୁର ଜିଲ୍ଲା ରବି ଋତୁ ଧାନ କ୍ରୟ ପାଇଁ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସଭାଗୃହରେ ହୋଇଥିବା ଏହି ବୈଠକରେ ଆସନ୍ତା ମେ ୧ ତାରିଖରୁ ରବି ଧାନସଂଗ୍ରହ ପାଇଁ ନିଷ୍ପତି ନିଆଯାଇଛି ।

5-ଅବସର ନେଲେ ଏସଏ ବୋବଡେ, ବଖାଣିଲେ ଅନୁଭୂତି

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ପଦରୁ ଶୁକ୍ରବାର ଅବସର ନେଇଛନ୍ତି ଜଷ୍ଟିସ ଏସଏ ବୋବଡେ । ଖୁସି, ଶୁଭେଚ୍ଛା ଓ ଅନେକ ସୁନ୍ଦର ଅନୁଭୂତି ସହ ମୁଁ ବିଦାୟ ନେଉଛି ବୋଲି କଲେ ପ୍ରକାଶ ।

6-କେନ୍ଦ୍ରର ସ୍ବତନ୍ତ୍ର ପ୍ୟାକେଜ, 80 କୋଟି ହିତାଧିକାରୀଙ୍କୁ ମିଳିବ 5 କେଜି ଖାଦ୍ୟସାମଗ୍ରୀ

ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା ଅଧିନରେ ଆସନ୍ତା ମେ ଓ ଜୁନ ମାସରେ 80 କୋଟି ଲୋକଙ୍କୁ ମିଳିବ 5 କେଜି ଖାଦ୍ୟ ସାମଗ୍ରୀ ।

7-କୋଭିଡ ଯୁଦ୍ଧରେ ମୋଦିଙ୍କ ବାର୍ତ୍ତା, ଗୋଟିଏ ଦେଶ ଭାବେ କାର୍ଯ୍ୟ କଲେ ରହିବନି ସମ୍ବଳର ଅଭାବ

କୋଭିଡ ସ୍ଥିତିକୁ ନେଇ 11 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । କୋରୋନା ଯୁଦ୍ଧରେ ଅଧିକ ଶକ୍ତି ଲଗାଇ ଏବଂ ଏକଜୁଟ ହୋଇ କାମ କରିବାକୁ ଆହ୍ବାନ ଦେଇଛନ୍ତି ମୋଦି ।

8-ପ୍ଲାଜମା ଦାନ କରିବାକୁ ଦିଲ୍ଲୀ କ୍ୟାପିଟାଲ୍ସର ଅପିଲ

ମହାମାରୀକୁ ହରାଇ ସୁସ୍ଥ ହୋଇଥିବା ଲୋକଙ୍କୁ ଦେଶର 'ଦାୟିତ୍ବସଂପନ୍ନ' ନାଗରିକ ଭାବେ ପ୍ଲାଜମା ଦାନ କରିବାକୁ ଅପିଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ ।

9-ଆଇପିଏଲ ପଏଣ୍ଟ ଟେବୁଲ: ଶୀର୍ଷରେ ଆରସିବି, ଶେଷରେ ରାଜସ୍ଥାନ

ମୋଟ 8 ପଏଣ୍ଟ ସହ ଆଇପିଏଲ ପଏଣ୍ଟ ଟେବୁଲର ଶୀର୍ଷକୁ ଫେରିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ।

10-କୋଭିଡ ଡ୍ୟୁଟିରେ ବଲିଉଡ

କୋରୋନା ମହାମାରୀ ଯୋଗୁଁ ଆଜିକାଲି ମାୟାନାଗରୀରେ ସୁଟିଂ ବନ୍ଦ ରହିଛି । ଏଭଳି ପରିସ୍ଥିତିରେ ଆଲିଆ ଭଟ୍ଟ, ଅକ୍ଷୟ କୁମାର ଏବଂ ରଣଭୀର ସିଂଙ୍କ ଭ୍ୟାନିଟି ଭ୍ୟାନ ମୁମ୍ବାଇ ପୋଲିସଙ୍କ ବ୍ୟବହାରରେ ଆସୁଛି ।

ABOUT THE AUTHOR

...view details