ଓଡିଶା

odisha

ETV Bharat / bharat

TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@7 PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7 PM
TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Apr 19, 2021, 7:02 PM IST

1-ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ କୋରୋନା, ଏମ୍ସରେ ଭର୍ତ୍ତି

କୋରୋନାରେ ଆକ୍ରାନ୍ତ ହୋଇ ଏମ୍ସରେ ଭର୍ତ୍ତିହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ।

2-ମଙ୍ଗଳବାର ବିନାଭକ୍ତରେ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା, ଜାରି ହେଲା ପୋଲିସର ଗାଇଡଲାଇନ

ମଙ୍ଗଳବାର ରୁକୁଣା ରଥଯାତ୍ରା । ଏନେଇ କମିଶନରେଟ ପୋଲିସ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି ।

3-ପାରାଦ୍ବୀପରେ ହେବ ଅକ୍ସିଜେନ ପ୍ଲାଣ୍ଟ

ସଂକ୍ରମଣର ଭୟବହତାକୁ ଦୃଷ୍ଟିରେ ରଖି ପାରାଦ୍ବୀପରେ ପ୍ରତିଷ୍ଠା କରାଯିବ ଅକ୍ସିଜେନ ପ୍ଲାଣ୍ଟ । ଆସନ୍ତା 15 ଦିନ ମଧ୍ୟରେ 4 ଟି ଅମ୍ଲଜାନ ପ୍ଲାଣ୍ଟ କରିବ IFFCO ।

4-ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ପିପିଲିରେ ରାଜନୈତିକ କାର୍ଯ୍ୟକ୍ରମ କରିବନି ବିଜେଡି

ପିପିଲି ଉପନିର୍ବାଚନ ପ୍ରଚାର ନେଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବଡ଼ ନିଷ୍ପତ୍ତି ।

5-ସ୍କୁଲରେ ରୋଷ୍ଟର ଡ୍ୟୁଟି କରିବେ ଅଧା କର୍ମଚାରୀ

50 ପ୍ରତିଶତ ଶିକ୍ଷକ ଓ ଅନ୍ୟାନ୍ୟ କର୍ମଚାରୀ ସ୍କୁଲରେ ଉପସ୍ଥିତ ରହିବେ। ଯାହାଫଳରେ ସ୍କୁଲର ଅନ୍ୟାନ୍ୟ କାର୍ଯ୍ୟକଳାପ ବାଧାପ୍ରାପ୍ତ ହେବନି। ସେଥିମଧ୍ୟରେ ପିଲାଙ୍କ ନାମଲେଖା, ବହି ବଣ୍ଟନ ଓ ମଧ୍ୟାହ୍ନ ଭୋଜନର କାମ ଚାଲିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି।

6-ସ୍ୱରେଜ ଲାଇନରେ ଶ୍ରମିକ ମୃତ୍ୟୁ ଘଟଣା, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲେ ହାଇକୋର୍ଟ

ସ୍ୱରେଜ୍ ଲାଇନରେ ୪ ଜଣ ଶ୍ରମିକ ମୃତ୍ୟୁ ଘଟଣାରେ କି ପ୍ରକାର ପଦକ୍ଷେପ ନିଆଯାଇଛି, ତାହା ଜାଣିବାକୁ ଚାହିଁଛନ୍ତି ହାଇକୋର୍ଟ । ଏହା ଉପରେ ବିସ୍ତୃତ ବିବରଣୀ ରଖିବା ଲାଗି ରାଜ୍ୟ ସରକାରଙ୍କୁ ସୋମବାର ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

7-ସଫଳତାର ଆକାଶ ଛୁଇଲା NASA, ପ୍ରଥମଥର ଅନ୍ୟ ଗ୍ରହରେ ଉଡାଇଲା ହେଲିକପ୍ଟର

ପ୍ରଥମଥର ଅନ୍ୟ ଗ୍ରହରେ ହେଲିକପ୍ଟର ଉଡାଇଛି ନାସା । ଏହି ହେଲିକପ୍ଟରର ନାଁ ରହିଛି ଇଞ୍ଜିନ୍ୟୁଟି ମାର୍ସ ହେଲିକପ୍ଟର ।

8-ଦିଲ୍ଲୀ ପରେ ରାଜସ୍ଥାନରେ ତାଲା ବନ୍ଦ, 15 ଦିନ କଡା କଟକଣା ଲାଗୁ

ରାଜଧାନୀ ଦିଲ୍ଲୀ ପରେ ଏବେ ରାଜସ୍ଥାନରେ ଲାଗୁ ହୋଇଛି ଲକଡାଉନ ଭଳି କଟକଣା । କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସୋମବାର ସକାଳ 5ଟାରୁ 3 ମେ ସକାଳ 5ଟା ଯାଏଁ ରାଜ୍ୟରେ ଲକଡାଉନ ଭଳି କଟକଣା ଲାଗୁ କରାଯାଇଛି, ଯାହାର ନାଁ ରହିଛି ଅନୁଶାସନ ପକ୍ଷ ।

9-ଦିଲ୍ଲୀରେ କୋରୋନା ସ୍ଥିତି ସଙ୍ଗୀନ, ସ୍ଥଗିତ ହେଲା ଇଣ୍ଡିଆ ଓପନ 2021

ଭାରତୀୟ ବ୍ୟାଡମିଣ୍ଟନ ସଂଘ(BAI) ସାଧାରଣ ସମ୍ପାଦକ ଅଜୟ ସିଙ୍ଘାନିଆ, ଇଣ୍ଡିଆ ଓପନ 2021କୁ ସ୍ଥଗିତ ଘୋଷଣା କରିଛନ୍ତି ।

10-ମୁମ୍ବାଇ ଇଣ୍ଡିଆନ୍ସ ସହ ହାର୍ଦ୍ଦିକଙ୍କ 6 ବର୍ଷ ପୂର୍ତ୍ତି

ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପରେ 6 ବର୍ଷ ପୂରଣ କଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଏହାକୁ ନେଇ ଟ୍ବିଟରରେ ଏକ ଭିଡିଓ ସେୟାର କରିବା ସହ ଦଳୀୟ ଖେଳାଳୀ ଓ ସପୋର୍ଟ ଷ୍ଟାଫଙ୍କୁ ଧନ୍ୟବାଦ ଦେଇଛନ୍ତି ହାର୍ଦ୍ଦିକ ।

ABOUT THE AUTHOR

...view details