ଓଡିଶା

odisha

ETV Bharat / bharat

TOP NEWS AT 5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ମୁଖ୍ୟ ଖବର

ନଜର ପକାନ୍ତୁ 5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS AT 5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Oct 4, 2022, 5:17 PM IST

୧. ଭୟଙ୍କର ହିମସ୍ଖଳନ, ଉତ୍ତରାଖଣ୍ଡର ପର୍ବତରେ ଫସିଛନ୍ତି 28ଜଣ ପର୍ବତାରୋହୀ

ଉତ୍ତରକାଶୀ ଦ୍ରୌପଦୀସ୍ଥିତ ଡାଣ୍ଡା-୨ ପର୍ବତରେ ଫସିଲେ ପର୍ବତାରୋହୀ ଟିମ୍‌ (mountainering trainees trapped at danda two peak)।ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ

୨. Nobel Prize 2022 In Physics: ଏଥର ମିଳିତ ଭାବେ ତିନି ଜଣ ପଦାର୍ଥ ବିଜ୍ଞାନୀ ପାଇବେ ନୋବେଲ

ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ ଏଥର ତିନି ଜଣ ପଦାର୍ଥ ବିଜ୍ଞାନୀ ପାଇବେ ନୋବେଲ ପୁରସ୍କାର(Nobel Prize 2022)

୩. ମା'ଙ୍କ ମହାନବମୀ, ହେମସୁରପଡା ମଣ୍ଡପରେ ଏକାଠି ପୂଜା କରୁଛନ୍ତି ହିନ୍ଦୁ-ମୁସଲିମ

ଆଜିମହାମୟୀଙ୍କ ମହାନବମୀ । ଅନୁଗୋଳ ସହରର ୧୧ଟି ପୂଜା ମଣ୍ଡପ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ରୀତିନୀତି ଅନୁସାରେ ଚାଲିଛି ମହାନବମୀ ପୂଜା

୪.ନବମୀରେ କାହିଁକି କୁମାରୀ ପୂଜା କରାଯାଏ, ଶୁଣନ୍ତୁ ପୂଜକଙ୍କ ମୁହଁରୁ

ଆଜିର ଦିନରେ ୯ ଜଣ କୁମାରୀଙ୍କୁ ଦେବୀ ରୂପରେ ପୂଜା କରାଯାଏ । ତେବେ କାହିଁକି ୯ ଜଣ କୁମାରୀଙ୍କୁ ପୂଜା କରାଯାଏ

୫. ବାଉଁଶ ବଣର ଦେବୀ ମା' ଡୋକରୀ, ସରିଲା ଦେବୀଙ୍କ ବିଜୟା ଦଶମୀ ପୂଜାର୍ଚ୍ଚନା

କଳାହାଣ୍ଡିର ବାଉଁଶ ବଣର ଦେବୀ ମା' ଡୋକରୀ । ଶହ ଶହ ବର୍ଷ ଧରି ଗଙ୍ଗ ବଂଶ ଓ ନାଗ ବଂଶର ଉତ୍ତରାଧିକାରୀଙ୍କ ଦ୍ଵାରା ଅଧିଷ୍ଠାତ୍ରୀ ଦେବୀ ପୂଜା ପାଇ ଆସୁଛନ୍ତି ଦେବୀ ମା' । ମା'ଙ୍କ ନିକଟରେ ଆଜି ବିଜୟା ଦଶମୀ ପୂଜାର୍ଚ୍ଚନା ଶେଷ ହୋଇଛି

୬. ଲଘୁଚାପ କ୍ଷେତ୍ର ସକ୍ରିୟ, ଉପକୂଳ ଓଡିଶାରେ ପ୍ରବଳ ବର୍ଷା

ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ପାର୍ଶ୍ବବର୍ତ୍ତୀ ସମୁଦ୍ର ମଧ୍ୟରେ ତଥା ଆନ୍ଧ୍ରଉପକୂଳ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଆଗାମୀ 24 ଘଣ୍ଟା ମଧ୍ୟରେ ଆନ୍ଧ୍ର ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି

୭. କଟକରେ ପ୍ରବଳ ବର୍ଷା, ମା’ଙ୍କୁ ଦେଖିବାକୁ ଘରେ ଭକ୍ତ ବ୍ୟାକୁଳ

ଜାରି ରହିଛି ଲଘୁଚାପ ଜନିତ ପ୍ରବଳ ବର୍ଷା । ମଣ୍ଡପରେ ନବମୀ ପୂଜା ଜାରି ରହିଥିଲା ବେଳେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସହରରେ ଜାରି ରହିଛି

୮.ଜାତୀୟ ଦଳ ଘୋଷଣା ପୂର୍ବରୁ ବିଦେଶୀ ମଦ ଓ କୁକୁଡା ବାଣ୍ଟିଲେ TRS ନେତା, ଭିଡିଓ ଭାଇରାଲ

ସାଧାରଣ ଜନତାଙ୍କୁ ବିଦେଶୀ ମଦ ଓ କୁକୁଡ଼ା ବାଣ୍ଟୁଛନ୍ତି TRS ନେତା ରାଜନାଲା ଶ୍ରୀହରି । ମଦ କୁକୁଡ଼ା ପାଇବା ଆଶାରେ ଲୋକେ ଲମ୍ବା ଲାଇନ ଲଗାଇଥିବା ଦେଖିବାକୁ ମିଳିଛି

୯.ରିୟା ଚକ୍ରବର୍ତ୍ତୀଙ୍କ ବୋଲ୍ଡ ଫଟୋସୁଟ୍‌, ଫ୍ୟାନ୍ସ କହିଲେ- ଉଫ୍‌...

ରିୟା ଚକ୍ରବର୍ତ୍ତୀ ବ୍ଲାକ୍ ବ୍ରାଲେଟ୍ ଏବଂ ସୁଟ୍‌ରେ ଫଟୋ ସେୟାର କରିଛନ୍ତି । ଏହି ଫଟୋ ସେୟାର କରି ରିୟା କ୍ୟାପସନ୍‌ରେ ଲେଖିଛନ୍ତି- Like a boss

୧୦. Womens T20 WC: ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ

ଆସନ୍ତାବର୍ଷ ଫେବ୍ରୃଆରୀ 10ରୁ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହେବ ମହିଳା ଟି-ଟ୍ବେଣ୍ଟି ବିଶ୍ବକପ । ଫେବୃଆରୀ 26ରେ ଶେଷ ହେବ । ପାକିସ୍ତାନ ବିପକ୍ଷରେ ଭାରତ ଅଭିଯାନ ଆରମ୍ଭ କରିବ

ABOUT THE AUTHOR

...view details