ଓଡିଶା

odisha

ETV Bharat / bharat

TOP NEWS AT 5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ମୁଖ୍ୟ ଖବର

ନଜର ପକାନ୍ତୁ 5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS AT 5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Oct 2, 2022, 5:04 PM IST

୧. ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ: ଜଣେ ଯବାନ ଶଦୀଦ, ଜଣେ ଆହତ

ପୁଲଓ୍ବାମାର ପିଙ୍ଗଲାନା ଠାରେ ନାକା ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ, ଜଣେ ପୋଲିସ କର୍ମୀ ଶହୀଦ ହୋଇଥିବା ବେଳେ ଜଣେ ସିଆରପିଏଫ(CRPF) ଯବାନ ଆହତ ହୋଇଛନ୍ତି

୨. ଆସୁଛନ୍ତି ମା', ନୟାପଲ୍ଲୀ ଓ ସହିଦନଗର ପୂଜା ମଣ୍ଡପରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ଝାରପଡା ପୂଜା ମଣ୍ଡପରେ ମା'ଙ୍କ ସପ୍ତମୀ ପୂଜା ଆରମ୍ଭ ହୋଇଯାଇଛି । ଚକ୍ଷୁଦାନ ପରେ ଧରାବତରଣ କଲେ ଜଗତଜନନୀ ମା' ଦୁର୍ଗା

୩. ମହାଷ୍ଟମୀରେ ମା' ଶାରଳାଙ୍କ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା

ଜଗତସିଂହପୁର ଜିଲ୍ଲାର ଇଷ୍ଟଦେବୀ ମା' ଶାରଳାଙ୍କ ମନ୍ଦିରରେ ମହାମୟୀଙ୍କ ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି । ଏହି ଅବସରରେ ଶାରଳାଙ୍କ ମନ୍ଦିରରେ ପ୍ରବଳ ଭିଡ ପରିଲକ୍ଷିତ ହେଉଛି

୪. କାଠଗଡ଼ାରେ ସୁନା ଚାନ୍ଦିରେ ଝଟକୁଛନ୍ତି ମହିଷାମର୍ଦ୍ଦିନୀ

ଆଜି ଜଗତଜନନୀଙ୍କ ମହାସପ୍ତମୀ ପୂଜା । କଟକର ସମସ୍ତ ପୂଜା ମଣ୍ଡପରେ ବେଶ ଆଡମ୍ବରେ ଚାଲିଛି ମା'ଙ୍କ ସପ୍ତମୀ ପୂଜା । ପୂଜା ମଣ୍ଡପରେ ମହଣ ମହଣ ସୁନା ରୂପାରେ ସଜେଇ ହୋଇଛନ୍ତି ଜଗତ ଜନନୀ

୫. ଦଶହରାକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ଗୋଷାଣୀ ଦେବୀଙ୍କ ମଣ୍ଡପରେ ମହାଷ୍ଟମୀ

ଦଶହରାକୁ ନେଇ ଚଳଚଞ୍ଚଳ ପୁରୀ ସହରର ଶକ୍ତିପୀଠ । ରବିବାର ମହାଷ୍ଟମୀ ଥିବାରୁ ଗୋଷାଣୀ ଦେବୀ ମଣ୍ଡପରେ ସମସ୍ତ ନୀତିକାନ୍ତି ଆରମ୍ଭ ହୋଇଯାଇଛି

୬. TCS କର୍ମଚାରୀଙ୍କୁ ଠକେଇ ଘଟଣା, ଗିରଫ ହେଲା ରିୟଲ ଇଷ୍ଟେଟ ଠକ

ଗିରଫ ହେଲେ ଓଡିଶା ହୋମସ ନିର୍ଦ୍ଦେଶକ । ମନୋଜ ପଣ୍ଡାଙ୍କୁ ଗିରଫ କଲା ଇଓଡବ୍ଲୁ । ଆନ୍ଧ୍ରପ୍ରଦେଶର ଆନ୍ନାବରମରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଟିମ

୭. ଗାନ୍ଧୀ ଜୟନ୍ତୀ: ୧୦୮ କୁନି ଗାନ୍ଧୀଙ୍କ ସହ ପଦଯାତ୍ରା କଲେ ଜିଲ୍ଲାପାଳ

ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ମହାତ୍ମା ଗାନ୍ଧୀ ଓ ଲାଲବାହାଦୂର ଶାସ୍ତ୍ରୀଙ୍କର ଜୟନ୍ତୀରେ ୧୦୮ କୁନିକୁନି ଛାତ୍ରଛାତ୍ରୀ ମହାତ୍ମା ଗାନ୍ଧୀଙ୍କ ବେଶରେ ପଦଯାତ୍ରା କରିଥିଲେ

୮. ହକି ବିଶ୍ୱକପ: ରାଉରକେଲା ଏୟାରପୋର୍ଟ କାମ ସାରିବାକୁ କେନ୍ଦ୍ର ସଚିବଙ୍କୁ ସିଏସଙ୍କ ଚିଠି

ମୁଣ୍ଡ ଉପରେ ହକି ବିଶ୍ୱକପ । 2023 ଜାନୁଆରୀ 13ରୁ ରାଉରକେଲାରେ ହକି ବିଶ୍ବକପ ଅନୁଷ୍ଠିତ ହେବ । ରାଉରକେଲା ଏୟାରପୋର୍ଟ କାମ ତୁରନ୍ତ ସାରିବାକୁ କେନ୍ଦ୍ର ସଚିବଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ

୯. ଅଧିକ EMI ଦିଅନ୍ତୁ, ସୁଧ ବୋଝରୁ ଆଶ୍ବସ୍ତି ପାଆନ୍ତୁ

ଦରଦାମ୍ ନିୟନ୍ତ୍ରଣ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ପୁଣିଥରେ ସୁଧହାର ବଢାଇଛି । ବର୍ତ୍ତମାନ ରେପୋ ରେଟ 5.40%ରୁ 5.90%ରେ ପହଞ୍ଚିଛି । ଆରବିଆଇ ସୁଧହାର ବୃଦ୍ଧି କରିବା ପରେ ବ୍ୟାଙ୍କ ଋଣ ମଧ୍ୟ ମହଙ୍ଗା ହୋଇଯିବ

୧୦. ଅନଲାଇନ ଠକେଇର ଶିକାର ଅନୁ କପୁର, ଆକାଉଣ୍ଟରୁ ଉଡିଗଲା 4 ଲକ୍ଷ

ଅନଲାଇନ୍‌ ଠକଙ୍କ ହାବୁଡରେ ପଡିଛନ୍ତି ଅଭିନେତା ଅନୁ କପୁର । କେୱାଇସି ପଡେଟ କରିବା ନାଁରେ ଅନୁ କପୁରଙ୍କ ଆକାଉଣ୍ଟରୁ ଲୁଟି ନେଲେ 4ଲକ୍ଷ 36 ହଜାର ଟଙ୍କା

ABOUT THE AUTHOR

...view details