ଓଡିଶା

odisha

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Sep 16, 2022, 5:07 PM IST

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1.ଦିନକ ପୂର୍ବରୁ ପୁରୀରେ ହେବ ଏୟାର ସୋ

ପୁରୀରେ ବଦଳିଲା ଆରୋବାଟିକ ଡିସପ୍ଲେ ସୋ'ର ସମୟ । ଆସନ୍ତାକାଲି ପୁରୀରେ ହେବ ସୂର୍ଯ୍ୟକିରଣ ଟିମର ଏୟାର ସୋ

2.ହାଇସିକ୍ୟୁରିଟି ନମ୍ବରପ୍ଲେଟ ନଥିଲେ ସାବଧାନ, ଅକ୍ଟୋବର ପହିଲାରୁ କଟିପାରେ ଚାଲାଣ

୨୦୧୯ ପୂର୍ବରୁ ଗାଡି କିଣିଥିଲେ ହୋଇଯାଆନ୍ତୁ ସାବଧାନ । ଆପଣଙ୍କ ଗାଡି଼ରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନଥିଲେ କଟିପାରେ ଚାଲାଣ । ତେବେ ଏଭଳି ନୂଆ ନିୟମ ଆସନ୍ତା ଅକ୍ଟୋବର ପହିଲାରୁ ଲାଗୁ ହେବାକୁ ଯାଉଛି

3.ମାଟିରେ ମିଶିଲା କିଶୋର ଭାଇନା ମଟନ ହୋଟେଲ, ରୋଜଗାର ହରାଇ ଚିନ୍ତାରେ କର୍ମଚାରୀ

ଭୁବନେଶ୍ବର ପ୍ରସିଦ୍ଧ କିଶୋର ଭାଇନା ମଟନ ହୋଟେଲରେ ବୁଲିଲା ବୁଲଡୋଜର । ସିଲ ହେବା ସତ୍ତ୍ବେ ବେଆଇନ ଭାବେ ଦୋକାନ ଖୋଲି ବେପାର କରିବାରୁ ବିଏମସି ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି

4.ଢେଙ୍କାନାଳରେ ଚାଞ୍ଚଲ୍ୟ, ପୋଖରୀ କୂଳରୁ ୩ ନବଜାତ ଶିଶୁଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳରେ ପୋଖରୀ କୂଳରେ ପଡିଛି ୩ ନବଜାତ ଶିଶୁଙ୍କୁ ମୃତଦେହ । ଏଠାରେ କିଏ ଓ କାହିଁକି ପକାଇଛି ତାହାର କାରଣ ଅସ୍ପଷ୍ଟ

5.ମାର୍ଶାଘାଇରେ ଫୁଟିଲା ଗୁଳି, ବନ୍ଧୁକ ମୁନରେ ବ୍ୟାଙ୍କ କର୍ମଚାରୀଙ୍କଠାରୁ ଲୁଟ୍‌

ବନ୍ଧୁକରୁ ଗୁଳି ଫୁଟାଇ ବ୍ୟାଙ୍କ ସେଲ୍ସ ଅଫିସରଙ୍କ ଠାରୁ ମୋବାଇଲ ଝାମ୍ପିଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ମାର୍ଶାଘାଇ ଥାନା ଅଞ୍ଚଳରେ

6.ବିହାର ଗୁଳିମାଡ ଘଟଣା: ପୋଲିସ କବ୍‌ଜାରେ ୪ ସାଇକୋ କିଲର

ବିହାର ବେଗୁସରାଇ ଗୁଳିମାଡ ଘଟଣା । ପୋଲିସ ହାତରେ ଧରାପଡିଲେ ମାଷ୍ଟରମାଇଣ୍ଡ ସମେତ ୪ ଅଭିଯୁକ୍ତ

7.ଲଗାଣ ବର୍ଷାରେ କାନ୍ଥ ଭୁଶୁଡି ୯ ମୃତ

ଲଗାଣ ବର୍ଷା ଯୋଗୁଁ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଭୁଶୁଡିଲା ନିର୍ମାଣଧୀନ କୋଠାର କାନ୍ଥ । କାନ୍ଥ ତଳେ ଚାପି ହୋଇ ଚାଲିଗଲା ୯ ଜୀବନ

8.ସୂର୍ଯ୍ୟକିରଣ ଏୟାର ସୋ’ ଦେଖିଲେ ରାଜ୍ୟବାସୀ, ଆକାଶମାର୍ଗରୁ ବୀରତ୍ବ ଦେଖାଇଲେ ବାୟୁବୀର

ଭୁବନେଶ୍ବର କୁଆଖାଇ ବାଲିଯାତ୍ରା ପଡିଆରୁ ସୂର୍ଯ୍ୟକିରଣ ଏୟାର ସୋ' ଦେଖିଲେ ରାଜ୍ୟବାସୀ । ଆକାଶମାର୍ଗରୁ ବିରତ୍ବର ଗାଥା କହିଲେ ବାୟୁବୀର

9.World Cup: ନେତୃତ୍ବ ନବକଳେବର ପରେ ବଦଳିଛି ବିଶ୍ବ କ୍ରିକେଟ

ବିଶ୍ବକପ୍‌ର ଗୋଟିଏ ସଂସ୍କରଣରୁ ଆଉ ଏକ ସଂସ୍କରଣ ମଧ୍ୟରେ ଏକାଧିକ ଟିମର ନବକଳେବର ହୋଇସାରିଛି । ଅନ୍ୟକିଛି ଟିମର ନେତୃତ୍ବ ବଦଳିବା ସାଙ୍ଗକୁ ନୂଆ ନେତୃତ୍ବ ଉପରେ ଭରଷା କରିଛନ୍ତି ବୋର୍ଡ

10.ସୋନାକ୍ଷୀ ଏବଂ ଜହିରଙ୍କ ରିଲେସନସିପ୍‌କୁ କନଫର୍ମ କଲେ ଅଭିନେତା ବରୁଣ

ବଲିଉଡର ଲେଡି ଦବଙ୍ଗ ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲ ପରସ୍ପରକୁ ଡେଟ୍ କରୁଛନ୍ତି । ସେମାନଙ୍କ ରିଲେସନସିପ୍‌କୁ ବର୍ତ୍ତମାନ କନଫର୍ମ କରିଛନ୍ତି ଅଭିନେତା ବରୁଣ ଶର୍ମା

ABOUT THE AUTHOR

...view details