ଓଡିଶା

odisha

ETV Bharat / bharat

TOP NEWS@5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM
ବର୍ତ୍ତମାନର ବଡ ଖବର

By

Published : Aug 10, 2022, 5:02 PM IST

1.BiharPolitics: ଶପଥ ନେଲେ ନୀତିଶ-ତେଜସ୍ୱୀ

ଜେଡି(ୟୁ) ମୁଖ୍ୟ ନୀତିଶ କୁମାର ଆଜି ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

2.ବଢୁଛି ଇକୋ ଫ୍ରେଣ୍ତଲି ରାକ୍ଷୀର ଚାହିଦା: କାଇଁଚ-ଝୋଟରୁ ପ୍ରସ୍ତୁତ ହେଉଛି ରାକ୍ଷୀ

କେନ୍ଦ୍ରାପଡାରେ ମହିଳାମାନେ କାଇଁଚ (Golden Grass) ଓ ଝୋଟରୁ ତିଆରି କରୁଛନ୍ତି ରାକ୍ଷୀ । ଗ୍ରାହକଙ୍କ ପକେଟକୁ ସୁହାଇଲା ଭଳି ଦର ବି ରହିଛି ।

3.Bihar politics: 8ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ, ତେଜସ୍ବୀ ଉପ ମୁଖ୍ୟମନ୍ତ୍ରୀ

8ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନୀତିଶ କୁମାର । ଗତକାଲି ଏନଡିଏରୁ ଓହରିବା ପରେ ଦେଇଥିଲେ ଇସ୍ତଫା । ମହାମେଣ୍ଟ ସମର୍ଥନରେ କଲେ ପୁଣି ସରକାର

4.ଗଞ୍ଜାମ: ୨୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ଆରଆଇ

ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ କେ.ବରିଡ଼ାର ରାଜସ୍ବ ନିରୀକ୍ଷକ ଦେବାଶିଷ ମାଝି

5.ଡିସେମ୍ବର ଯାଏଁ ସମ୍ଭାବ୍ୟ ବନ୍ଯା ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ: SRC

ନାଗାବଳୀ ଓ ବଂଶଧରାରେ ବଢୁଛି ଜଳସ୍ତର । ହେଲେ ବର୍ତ୍ତମାନ ସ୍ଥିତି ସ୍ବାଭାବିକ ରହିଛି । ବର୍ତ୍ତମାନ ଠାରୁ ଡିସେମ୍ବର ଯାଏଁ ସମ୍ଭାବ୍ୟ ବନ୍ୟାବାତ୍ୟା ମୁକାବିଲା ପାଇଁ ସରକାର ପାଇଁ ପ୍ରସ୍ତୁତ ରହିଛି ଏନଡିଆରଏଫ ,ଓଡ୍ରାଫ ଓ ଅଗ୍ନିଶମ ବିଭାଗ

6.ଆମେ ମନ୍ତ୍ରୀ, ଗରୀବ କଲ୍ୟାଣ ପାଇଁ ଆଇନ ଭାଙ୍ଗିବା ଅଧିକାର ଆମର ଅଛି: ଗଡକରୀ

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ମନ୍ତବ୍ୟ । ଆମେ ମନ୍ତ୍ରୀ, ଗରୀବ କଲ୍ୟାଣ ପାଇଁ ଆମର ଆଇନ ଭାଙ୍ଗିବାର ଅଧିକାର ଅଛି । କେବଳ ହଁ ସାର୍‌ କହି ଆମ ଦ୍ବାରା ଦିଆଯାଉଥିବା ନିର୍ଦ୍ଦେଶକୁ ଅନୁସରଣ କର ବୋଲି ଅଧିକାରୀମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି ନୀତିନ ଗଡକରୀ

7.ପାରାଦୀପ ପୋର୍ଟ ଲାଞ୍ଚ କାରବାର ମାମଲା: ୭ ଅଭିଯୁକ୍ତଙ୍କୁ ପୁଣି ରିମାଣ୍ଡରେ ନେବାକୁ ଆବେଦନ

ବହୁ ଚର୍ଚ୍ଚିତ ପାରାଦୀପ ପୋର୍ଟ ଲାଞ୍ଚ କାରବାର ସିବିଆଇ ଗିରଫ କରି ରିମାଣ୍ଡରେ ନେଇଥିଲା ୭ ଅଭିଯୁକ୍ତଙ୍କୁ । ସମସ୍ତ ଅଭିଯୁକ୍ତଙ୍କ ୪ ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି କୋର୍ଟରେ ହାଜର କରାଯାଇଛି

8.ବାଲେଶ୍ବର: ଲଗାଣ ବର୍ଷାରେ ଭୁଶୁଡ଼ିଲା ସେତୁ, ଯାତାୟତ ବାଧାପ୍ରାପ୍ତ

ଲଗାଣ ବର୍ଷାରେ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି । ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ଅନ୍ତର୍ଗତ କଳା ମାଟିଆ ପାହି ଅଞ୍ଚଳରେ କୋଷ୍ଟ କେନାଲ ଉପରେ ନିର୍ମାଣ ହୋଇଥିବା ଏକ ସେତୁ ଭୁଶୁଡି ପଡିଛି

9.ICC Womens T20I Rankings: କ୍ୟାରିୟର ଶ୍ରେଷ୍ଠ ସ୍ଥାନରେ ରେଣୁକା

ବୋଲିଂ ତାଲିକାରେ ଭାରତର ପ୍ରତିଭାବାନ ପେସ ବୋଲର ରେଣୁକା ସିଂହ କ୍ୟାରିୟରର ଶ୍ରେଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି

10.ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କୁ ହୃଦଘାତ, AIIMSରେ ଭର୍ତ୍ତି

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ହୃଦଘାତରେ ପୀଡିତ ଅଛନ୍ତି । ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ହେବାରୁ ତାଙ୍କୁ ଦିଲ୍ଲୀ AIIMSରେ ଭର୍ତ୍ତି କରାଯାଇଛି

ABOUT THE AUTHOR

...view details