ଓଡିଶା

odisha

By

Published : Jul 10, 2022, 5:03 PM IST

ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

୧. Suna Besha: ଚାଲିଛି ସୁନାବେଶ ନୀତି, ଦୁର୍ଲଭ ଦର୍ଶନ ଦେବେ ଦାରୁବ୍ରହ୍ମ

ମହଣ ମହଣ ସୁନା ଅଳଙ୍କାରରେ ସୁସଜ୍ଜିତ ହେବେ ଦାରୁବ୍ରହ୍ମ । ଦିବ୍ୟ ବେଶ ଦେଖିବାକୁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଭିଡ ।

୨. ବର୍ଷା ସମୟରେ କଟକରେ କାଳ ସାଜିଛି ଜାଇକା, କେବେ ସରିବ କାମ ?

ସିଲଭରସିଟିକୁ ଜାଇକା ଚିନ୍ତା। ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ଦଶ ବର୍ଷ ଧରି ଜାଇକା ଯନ୍ତ୍ରଣାରେ ଜର୍ଜରିତ କଟକବାସୀ।

୩. ସ୍କୁଲ ଭିତରକୁ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ କଟକଣା

ବିନା ଅନୁମତିରେ ସ୍କୁଲ ଭିତରେ ପ୍ରବେଶ କରି ପାରିବେ ନାହିଁ ଗଣମାଧ୍ୟମ ପ୍ରତିନିଧି କି କୌଣସି ବାହାର ଲୋକ । ଶିକ୍ଷାଦାନରେ ବ୍ୟାଘାତ ହେଉଥିବାରୁ ଶିକ୍ଷା ବିଭାଗ ଏପରି ନିଷ୍ପତ୍ତି ନେଇଛି ।

୪. Eid Al Adha: ବଳିଦାନର ପର୍ବ ପାଳି ବିଶ୍ଵ ଶାନ୍ତି ମନାସିଲେ ବଲାଙ୍ଗୀର ମୁସଲିମ ସମ୍ପ୍ରଦାୟ

ମୁସଲମାନ ଭାଇମାନେ ଅତି ଶ୍ରଦ୍ଧା ଓ ଭକ୍ତିରେ ଗରିବମାନଙ୍କୁ ଦାନ କରି ପର୍ବ ପାଳନ କରିଛନ୍ତି। ଘରେ ଘରେ ଉତ୍ସାହ ଦେଖିବାକୁ ମିଳିଛି। ଆଜିର ଦିନରେ ଏମାନେ ମିଳିତ ଭାବରେ ବିଶ୍ଵର ଶାନ୍ତି ପାଇଁ ମଧ୍ୟ ପ୍ରାର୍ଥନା କରିଛନ୍ତି।

୫. ଡ୍ୟାମରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ'

ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ଢୋଲପଥର ଡ୍ୟାମରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ସମ୍ପର୍କୀୟଙ୍କ ଶୁଦ୍ଧିକ୍ରିୟା କାର୍ଯ୍ୟରେ ଯୋଗଦେବା ପାଇଁ ଆସି ୩ ଦିନ ହେବ ନିଖୋଜ ଥିଲେ ।

୬. 2022-23ରୁ ସ୍କୁଲରେ ଜଳବାୟୁ ପରିବର୍ତ୍ତନ ଓ କୋଭିଡ ପରିଚାଳନା ପାଠ୍ୟକ୍ରମ

2022-23 ଶିକ୍ଷାବର୍ଷରୁ ସ୍କୁଲରେ ଜଳବାୟୁ ପରିବର୍ତ୍ତନ ଓ କୋଭିଡ ପରିଚାଳନା ପାଠ୍ୟକ୍ରମ ଲାଗୁ କରାଯିବା ନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

୭. ପଥପ୍ରାନ୍ତ ନାଟକରେ ଶିବ ବେଶରେ ଅଭିନୟ କରି ଜଣେ ଗିରଫ

ଦରଦାମ ବୃଦ୍ଧି ଉପରେ ମଞ୍ଚସ୍ଥ ପଥପ୍ରାନ୍ତ ନାଟକରେ ଶିବ ବେଶରେ ଅଭିନୟ କରି ଆସାମର ଜଣେ ବ୍ୟକ୍ତି ଗିରଫ ।

୮. ବଢୁଛି ହିନ୍ଦୁଙ୍କ ଉପରେ ଆକ୍ରମଣ: ରାଷ୍ଟ୍ର ବିରୋଧୀଙ୍କ ସହ ଲଢେଇ ପାଇଁ ହେଲ୍ପ-ଲାଇନ ନମ୍ବର ଜାରି କଲା VHP

ଦେଶରେ ଆକ୍ରମଣର ଶିକାର ହେଉଛନ୍ତି ହିନ୍ଦୁ । ଏକତା ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର ।

୯. ଶ୍ରୀଲଙ୍କା ସମସ୍ୟା: ଭାରତକୁ ଶରଣାର୍ଥୀ ସମସ୍ୟା ନଥିବା କହିଲେ ବୈଦେଶିକ ମନ୍ତ୍ରୀ

ଶ୍ରୀଲଙ୍କା ସଙ୍କଟ ମଧ୍ୟରେ ବୈଦେଶିକ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ଭାରତକୁ ନାହିଁ ଶରଣାର୍ଥୀ ସମସ୍ୟା । ସ୍ଥିତି ଉପରେ ରଖାଯାଇଛି ନଜର ।

୧୦. ଫ୍ୟାନ୍ସଙ୍କ ସହ ଜନ୍ମ ଦିନ ପାଳନ କରି ଗିରଫ ହେଲେ ଲୋକପ୍ରିୟ ୟୁଟ୍ୟୁବର, ମିଳିଲା ଜାମିନ

ପ୍ରସିଦ୍ଧ ୟୁଟ୍ୟୁବର ଗୌରବ ତନେଜା ସାଧାରଣ ସ୍ଥାନରେ ଜନ୍ମଦିନ ପାଳନ କରି ଗିରଫ ହୋଇଛନ୍ତି। ତେବେ ଗିରଫ ହେବାର କିଛି ଘଣ୍ଟା ପରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି।

ABOUT THE AUTHOR

...view details