ଓଡିଶା

odisha

By

Published : Jul 8, 2022, 5:29 PM IST

ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ
ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

1.ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ

ଦିଲ୍ଲୀ ଫେରିବା ପୂର୍ବରୁ ଭାଇ ଘରକୁ ଯାଇ ଆପ୍ୟାୟିତ ହୋଇଛନ୍ତି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ନବୀନ ନିବାସକୁ ଯାଇ ସ୍ୱାଦିଷ୍ଟ ଓଡିଆ ଭୋଜନ କରିଛନ୍ତି ଦ୍ରୌପଦୀ । ସେଠାରେ ନବୀନଙ୍କ ସହ କିଛି ସମୟ ଏକାନ୍ତରେ ଆଲୋଚନା କରିଛନ୍ତି ଦ୍ରୌପଦୀ ।

2.ଭୁବନେଶ୍ବରରେ ଦ୍ରୌପଦୀ ମୁର୍ମୁ: ମୁଖ୍ୟମନ୍ତ୍ରୀଙ୍କୁ ଭାଇ ସମ୍ବୋଧନ କଲେ, ସମର୍ଥନ ଲୋଡ଼ିଲେ

ଦିଲ୍ଲୀରୁ ଫେରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ NDA ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ । ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ ଭାଇ ବୋଲି ସମର୍ଥନ କଲେ ଦ୍ରୌପଦୀ ।

3.Shinzo Abe passes away: ଗୁଳିମାଡ ପରେ ସିଞ୍ଜୋ ଆବେଙ୍କ ପରଲୋକ

ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ପରଲୋକ । ଜାପାନର ନାରା ସହରରେ ଭାଷଣ ଦେଉଥିବା ବେଳେ ସିଞ୍ଜୋଙ୍କୁ ଗୁଳିମାଡ଼ ହୋଇଥିଲା ।

4.Shinzo Abe Death: ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳିବ ଭାରତ, ମୋଦି କହିଲେ ଜଣେ ବନ୍ଧୁଙ୍କୁ ହରାଇଲି

ଗୁଳିମାଡରେ ଆଜି ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମୃତ୍ୟୁ ହୋଇଛି । ଏନେଇ ଗଭୀର ଦୁଃଖପ୍ରକାଶ କରିବା ସହ ଦିନିକିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

5.ବିବାଦୀୟ ଟ୍ୱିଟ୍ କରି ପଦରୁ ବହିଷ୍କାର ହେଲେ ହରିୟାଣା BJP IT Cell ମୁଖ୍ୟ

ଭାଜପାର ହରିୟାଣା ଆଇଟି ସେଲ୍‌ ମୁଖ୍ୟ ଅରୁଣ ଯାଦବଙ୍କୁ ପଦରୁ ହଟାଇ ଦିଆଯାଇଛି। ବିବାଦୀୟ ଟ୍ବିଟ କରିଥିବା ଅଭିଯୋଗରେ ବିଜେପି ପକ୍ଷରୁ ଏପରି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

6.Maharashtra Politics: ପୁଣି ସୁପ୍ରିମକୋର୍ଟ ଦ୍ବାରସ୍ଥ ହୋଇଛନ୍ତି ଉଦ୍ଧବ

ମୁଖ୍ୟମନ୍ତ୍ରୀ ଆସନରୁ ଇସ୍ତଫା ଦେବା ପରେ ଶିବେସନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଚିନ୍ତା ବଢିବାରେ ଲାଗିଛି । ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବେସନା ମୁଖ୍ୟ ଉଦ୍ଧବ ଠାକରେ ପୁଣି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

7.ବନ୍ୟାଜଳରେ ଫସିଲା ସ୍କୁଲ ବସ୍, ୨୫ ଛାତ୍ରଛାତ୍ରୀ ସୁରକ୍ଷିତ ଉଦ୍ଧାର

ବନ୍ୟାଜଳରେ ଫସିଲା ସ୍କୁଲ ବସ୍ । ସ୍ଥାନୀୟ ଲୋକଙ୍କ ସହାୟତାରେ ୨୫ ଛାତ୍ରଛାତ୍ରୀ ଉଦ୍ଧାର ।

8.ମୁଖ୍ୟମନ୍ତ୍ରୀ ଜଗନଙ୍କ ନାମରେ ହତ୍ୟା ଷଡଯନ୍ତ୍ର ଅଭିଯୋଗ ଆଣିଲେ ରଘୁରାମ

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନଙ୍କ ନାମରେ ଷଡଯନ୍ତ୍ର ଅଭିଯୋଗ ଆଣିଛନ୍ତି ନାର୍ସାପୁରାମ ସାଂସଦ ରଘୁରାମ କିଷ୍ଣା ରାଜୁ ।

9.ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଚିହ୍ନଟ, ଛାତ୍ରୀଙ୍କ ଆଡମିଶନ ବାତିଲ !

ରାଜଧାନୀରେ ପୁଣି ନକଲି ଭିନ୍ନକ୍ଷମ ସାର୍ଟିଫିକେଟରେ ଆଡମିଶନ । ନକଲି ଚିହ୍ନଟ ପରେ କଲେଜ ଛାତ୍ରୀଙ୍କ ଆଡମିଶନ ହେଲା ବାତିଲ । ଭୁବନେଶ୍ୱର ମହର୍ଷି ଆଇନ ମହାବିଦ୍ୟାଳୟରେ ପଢୁଥିଲେ ଛାତ୍ରୀ ଜଣଙ୍କ ।

10.Chiyaan Vikram suffered a heart attack ! ହସ୍ପିଟାଲରେ ଭର୍ତ୍ତି ହେଲେ ତାମିଲ ସୁପରଷ୍ଟାର ବିକ୍ରମ

ବିଗିଡିଲା ତାମିଲ ସୁପରଷ୍ଟାର ବିକ୍ରମଙ୍କ ସ୍ବାସ୍ଥ୍ୟାବସ୍ଥା । ହୃଦ୍‌ଘାତ କାରଣରୁ ତାଙ୍କୁ ଚେନ୍ନାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ABOUT THE AUTHOR

...view details