ଓଡିଶା

odisha

ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ବଡ଼ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Jun 13, 2022, 5:21 PM IST

1. ୬ ଦଶନ୍ଧି ପରେ ପୁଣି ଦର୍ଶକ ଦେଖିବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଫିଲ୍ମ ଶ୍ରୀଲୋକନାଥ

ଦୀର୍ଘ ୬ ଦଶନ୍ଧି ପରେ ପୁଣି ଦର୍ଶକ ଦେଖିବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଫିଲ୍ମ ଶ୍ରୀଲୋକନାଥ ।

2. ନବରଙ୍ଗପୁରରେ ବାଇକକୁ ଧକ୍କା ଦେଲା ଟ୍ରକ: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ନବରଙ୍ଗପୁର କୋଷାଗୁମୁଡା ବ୍ଲକ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକକୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ସ୍ବାମୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ।

3. National Herald Case: EDରେ ହାଜର ହେଲେ ରାହୁଲ, କଂଗ୍ରେସର ପ୍ରତିବାଦ ପ୍ରଦର୍ଶନ

ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଇଡି ନିକଟରେ ହାଜର ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହାକୁ ବିରୋଧ କରି କଂଗ୍ରେସ ନେତାମାନେ ଦେଶବ୍ୟାପୀ ଏକତା ପଦଯାତ୍ରା ଓ ଆନ୍ଦୋଳନ କରୁଛନ୍ତି ।

4. ବିକ୍ରମ ଆରୁଖ ହେଲେ ନୂଆ ବାଚସ୍ପତି

ବିକ୍ରମ ଆରୁଖ ହେଲେ ନୂଆ ବାଚସ୍ପତି । ଆଜି ବାଚସ୍ପତି ନିର୍ବାଚନ ପାଇଁ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ବସିଥିଲା ।

5. ଜଗନ୍ନାଥ ମନ୍ଦିର ନେଇ ଓବେସୀଙ୍କ ବିବାଦୀୟ ଟିପ୍ପଣୀକୁ ବିରୋଧ, ସିଂହଦ୍ୱାର ଥାନାରେ ଏତଲା

ଜଗନ୍ନାଥ ମନ୍ଦିର ଉପରେ ବିବାଦୀୟ ଟିପ୍ପଣୀ ଦେଇଥିବା ହାଇଦ୍ରାବାଦର ସାଂସଦ ଅସଦୁଦ୍ଦିନ ଓବେସୀଙ୍କ ବିରୋଧରେ ବିକ୍ଷୋଭ କରାଯିବା ସହ ଗିରଫ ଦାବି ହୋଇଛି ।

6. Hypersonic Missile: ଆସନ୍ତା 6 ବର୍ଷ ମଧ୍ୟରେ ଭାରତ ପାଇବ ହାଇପରସୋନିକ ମିସାଇଲ

ଆସନ୍ତା 5 ରୁ 6 ବର୍ଷ ମଧ୍ୟରେ ବ୍ରହ୍ମୋସ ଏରୋସ୍ପେସ ନିର୍ମାଣ କରିବ ହାଇପରସେନିକ ମିସାଇଲ । ଜାରି ରହିଛି ଗବେଷଣା । ସୂଚନା ଦେଲେ ବ୍ରହ୍ମୋସ ଏରୋସ୍ପେସ CEO ଅତୁଳ ରାଣେ । ଆସନ୍ତା ବର୍ଷ ସଂସ୍ଥା ପାଳନ କରିବାକୁ ଯାଉଛି ସିଲଭର ଜୁବୁଲି ।

7. Prophet Remarks Row: ନୂପୁରଙ୍କ ବିରୋଧରେ ବିଦ୍ରୋହ, ଆକ୍ସନ ନେଲେ କୁଏତ ସରକାର

ପ୍ରଫେଟ ମହମ୍ମଦଙ୍କ ସମ୍ପର୍କିତ ବିବାଦୀୟ ମନ୍ତବ୍ୟକୁ ନେଇ ଲାଗି ରହିଥିବା ହିଂସା ଥମିବାର ନାଁ ନେଉନାହିଁ । ଏହାର ପ୍ରଭାବ କୁଏତର ଫାରାହିଲ ସିଟିରେ ମଧ୍ୟ ଦେଖିବାକୁ ମିଳିଛି । ପୂର୍ବତନ ବିଜେପି ନେତ୍ରୀ ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କ ବିରୋଧରେ କୁଏତରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ ହୋଇଛି ।

8. National Herald Case: ପୁଣି ED ଅଫିସରେ ପହଞ୍ଚିଲେ ରାହୁଲ, ଜେରା ଆରମ୍ଭ

ନ୍ୟାସନାଲ ହେରାଲ୍ଡ ମାମଲାରେ ଜେରା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରୁ ବାହାରିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ପ୍ରାୟ 3 ଘଣ୍ଟା ଜେରା ହୋଇଥିବା ସୂଚନା । ପୂର୍ବାହ୍ନରେ ହୋଇଥିଲେ ହାଜର । ପ୍ରତିବାଦ କରି ଶତାଧିକ କଂଗ୍ରେସ କର୍ମୀ ଅଟକ ।

9. IPL media rights: ମ୍ୟାଚ୍‌ ପିଛା ମୂଲ୍ୟରେ ପ୍ରିମିୟର ଲିଗ୍‌କୁ ପଛରେ ପକାଇଲା IPL

ବର୍ଷ ୨୦୨୩ରୁ ୨୦୨୭, ୫ ବର୍ଷ ପାଇଁ ଇଣ୍ଡିଆନ ପ୍ରିମିୟର ଲିଗର(IPL) ପ୍ରସାରଣ ଅଧିକାର(IPL media rights) ହାତେଇବାକୁ ସୋମବାର ରହିଛି ଇ-ଅକ୍ସନର ଦ୍ବିତୀୟ ଦିନ । ମ୍ୟାଚ୍‌ ପିଛା ମୂଲ୍ୟରେ IPL, ଇଂଲିସ ପ୍ରିମିୟର ଲିଗର(EPL) ପ୍ରସାରଣ ଅଧିକାର ମୂଲ୍ୟ ୧୧ ମିଲିଅନକୁ ପଛରେ ପକାଇଛି ।

10. Summer Vibes: ସମର୍‌ ଆଉଟଫିଟରେ ନୁସରତଙ୍କ ହଟ୍‌ ଅନ୍ଦାଜ, ଦେଖନ୍ତୁ ଫଟୋ

ଲୋକସଭା ସାଂସଦ ତଥା ବଙ୍ଗୀୟ ଅଭିନେତ୍ରୀ ନୁସରତ ଜାହାଁ ନିକଟରେ ନିଜ ଇନଷ୍ଟାଗ୍ରାମରେ କିଛି ସମର୍‌ ଲୁକ୍‌ ସେୟାର କରିଛନ୍ତି । ଯେଉଁଥିରେ ଖୁବ ହଟ୍‌ ଲାଗୁଛନ୍ତି ଏହି ବଙ୍ଗୀୟ ସୁନ୍ଦରୀ ।

ABOUT THE AUTHOR

...view details