ଓଡିଶା

odisha

By

Published : Jun 10, 2022, 5:23 PM IST

ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ
ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

1.ହୋଟେଲ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳିଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା

12 ତାରିଖରେ ବାରବାଟୀରେ ଖେଳାଯିବାକୁ ଥିବା ଦ୍ବିତୀୟ ଟି-୨୦ ମ୍ୟାଚ୍‌ ପାଇଁ ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି । ସ୍ବତନ୍ତ୍ର ବିମାନ ଯୋଗେ ପହଞ୍ଚିବା ପରେ ଭୁବନେଶ୍ବରସ୍ଥିତ ମେ' ଫେୟାର ହୋଟେଲ୍‌ରେ ପହଞ୍ଚିଛନ୍ତି ଦୁଇ ଦେଶର କ୍ରିକେଟର ।

2.Monsoon Session: ଜୁଲାଇ ୨ରୁ ବିଧାନସଭା ମୌସୁମୀ ଅଧିବେଶନ

ଆସନ୍ତା ଜୁଲାଇ ୨ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଅଗଷ୍ଟ ୪ ଯାଏଁ ଯାଏ ଚାଲିବ ମୌସୁମୀ ଅଧିବେଶନ । ଚଳିତ ମୌସୁମୀ ଅଧିବେଶନରେ ରହିଛି ମୋଟ ୨୪ଟି କାର୍ଯ୍ୟ ଦିବସ । ବିଧାନସଭାର ପ୍ରଥମ ଦିନରେ ଉପସ୍ଥାପିତ ହେବ ପୂର୍ଣ୍ଣାଙ୍ଗ ବଜେଟ ।

3.IND vs SA T20: କଟକ ଆସିବେ BCCI ବସ୍‌ ସୌରଭ ଗାଙ୍ଗୁଲି

ଓଡିଶା ଆସୁଛନ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ସଭାପତି ତଥା ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ।

4.ବିକ୍ରମଙ୍କ ରାଜନୈତିକ ଯାତ୍ରା, ଛାତ୍ର ସଂସଦ ସଭାପତିରୁ ବାଚସ୍ପତି

ରାଜ୍ୟର ୧୭ ତମ ବାଚସ୍ପତି ପଦ ସମ୍ଭାଳିବାକୁ ଯାଉଛନ୍ତି ବରିଷ୍ଠ ରାଜନେତା ବିକ୍ରମ କେଶରୀ ଆରୁଖ । ଛାତ୍ର ସଂସଦ ସଭାପତିରୁ କ୍ୟାରିଅର ଆରମ୍ଭ କରିଥିବାବେଳେ ସର୍ବାଧିକ ସମୟ ମନ୍ତ୍ରୀ ପଦ ସମ୍ଭାଳିଥିଲେ ବିକ୍ରମ ।

5.ବିଧାନସଭାରେ ଉଠିବ ଭୀମଭୋଇ ମେଡିକାଲ କଲେଜ ସମସ୍ୟା ପ୍ରସଙ୍ଗ: ନରସିଂହ ମିଶ୍ର

ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ପରିଦର୍ଶନ କଲେ ବିଧାୟକ ନରସିଂହ ମିଶ୍ର । ବିଭିନ୍ନ ସମସ୍ୟାକୁ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କୁ କଲେ ତାଗିଦ୍ । ଆଗାମୀ ବିଧାନସଭା ଅଧିବେଶନରେ ମେଡିକାଲ କଲେଜର ସମସ୍ୟା ପ୍ରସଙ୍ଗ ଉଠାଇବେ ବୋଲି କହିଲେ ନରସିଂହ ।

6.Rajya Sabha Polls: ଜାମିନ ଆବେଦନ ଖାରଜ, ଭୋଟ ଦେଇ ପାରିଲେନି ନୱାବ ମଲ୍ଲିକ

ଭୋଟ୍‌ ଦେବାକୁ ଅନ୍ତରୀଣ ଜାମିନ ଆବେଦନ କରିଥିଲେ NCP ନେତା ନଓ୍ବାବ ମଲ୍ଲିକ ଓ ଅନୀଲ ଦେଶମୁଖ । ଏହାକୁ ଖାରଜ କରି ଦେଇଛନ୍ତି ବମ୍ବେ ହାଇକୋର୍ଟର ଜଷ୍ଟିସ୍‌ ଭାରତୀ ଡଙ୍ଗାରେ ଖଣ୍ଡପୀଠ ।

7.Barabati T20: ଖେଳାଳିଙ୍କ ସୁରକ୍ଷା ନେଇ DCPଙ୍କ ପତିକ୍ରିୟା

ବାରବାଟୀରେ ଆସନ୍ତା ୧୨ରେ ଖେଳାଯିବାକୁ ଥିବା ଭାରତ ଏବଂ ଦକ୍ଷିଣ ଆଫ୍ରିକା T20 ଦ୍ବିତୀୟ ମ୍ୟାଚ୍‌ ପାଇଁ ଭୁବନେଶ୍ବରରେ ପହଞ୍ଚିଲେ ଦୁଇ ଦେଶର ଖେଳାଳି । ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରତିକ୍ରିୟା ରଖିଲେ ଭୁବନେଶ୍ବର DCP ।

8.OM: The Battle Within Trailer: ଆକ୍ସନ ଅବତାରରେ ନଜର ଆସିଲେ ଆଦିତ୍ୟ ରୟ

ଆକ୍ସନ୍-ପ୍ୟାକ୍ ଫିଲ୍ମ OM: The Battle Within ର ଟ୍ରେଲର ଜୁନ୍ 10 (ଶୁକ୍ରବାର) ରେ ମୁକ୍ତିଲାଭ କରିଛି । ଏଥିରେ ଆଶିକୀ ୨ ଫେମ୍‌ ଅଭିନେତା ଆଦିତ୍ୟ ରୟ କପୁରଙ୍କ ଆକ୍ସନ୍ ଅବତାର ଦେଖିବାକୁ ମିଳୁଛି ।

9.Ind vs SA T-20: ଭୁବନେଶ୍ବରରେ ପହଞ୍ଚିଲେ ଖେଳାଳି

ବାରବାଟୀ ବ୍ୟାଟେଲକୁ ଆଉ ୨ ଦିନ । ଆସନ୍ତା ୧୨ ତାରିଖରେ ବାରବାଟୀରେ ଖେଳାଯିବ ଭାରତ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ୍‌ । ଏ ନେଇ ଆଜି (ଶୁକ୍ରବାର) ଦୁଇ ଦଳ ଭୁବନେଶ୍ବରରେ ପହଞ୍ଚିଛନ୍ତି ।

10.IND VS SA: ଦ୍ବିତୀୟ ଟି୨୦ ମ୍ୟାଚ୍‌ ପାଇଁ ପ୍ରସ୍ତୁତ ବାରବାଟୀ

ଆସନ୍ତା ୧୨ ତାରିଖରେ ଦ୍ବିତୀୟ ଟି୨୦ ମ୍ୟାଚ ପାଇଁ ପ୍ରସ୍ତୁତ ବାରବାଟୀ । ପିଚ୍‌ ସଂପୂର୍ଣ୍ଣ ପ୍ରସ୍ତୁତ ଥିବାବେଳେ ଷ୍ଟାଡିୟମକୁ ବର୍ଷା ଦାଉରୁ ସୁରକ୍ଷା ପାଇଁ ସ୍ବତନ୍ତ୍ର କଭର ମଧ୍ୟ ପ୍ରସ୍ତୁତ ରଖାଯାଇଛି । ସେହିପରି ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥାକୁ ନିଜେ ପୋଲିସ ଡିଜି ସୁନୀଲ ବଂଶଲ ସମୀକ୍ଷା କରିଛନ୍ତି ।

ABOUT THE AUTHOR

...view details