ଓଡିଶା

odisha

By

Published : Jun 6, 2022, 5:07 PM IST

ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ
ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

1.ଅବକାରୀ ବିଭାଗ ଇନ୍ସପେକ୍ଟରଙ୍କ ଚାଞ୍ଚଲ୍ୟକର ଚିଠି: ନିଶା ମାଫିଆଙ୍କ ଠାରୁ ମାସିକିଆ ବଟି ନେଉଛି ପୁରୀ ପୋଲିସ

ଅବକାରୀ କମିଶନରଙ୍କୁ ଅବକାରୀ ବିଭାଗର ଇନ୍ସପେକ୍ଟରଙ୍କ ଚାଞ୍ଚଲ୍ୟକର ଚିଠି । ପୁରୀ ଜିଲ୍ଲାରେ ନିଶା ବେପାରୀଙ୍କ ଠାରୁ ମାସିକିଆ ବଟି ନେଇ ପୋଲିସ ତାଙ୍କୁ ସୁରକ୍ଷା ଦେଇଥିବା ଉଲ୍ଲେଖ ।

2.Uttarakhand Bus Accident: ଘଟଣାସ୍ଥଳରେ ସ୍ଥିତି ପରଖିଲେ ୨ ମୁଖ୍ୟମନ୍ତ୍ରୀ

ଉତ୍ତରାଖଣ୍ଡ ଉତ୍ତରକାଶୀ ନିକଟରେ ଯମୁନେତ୍ରୀ ରାଜପଥରେ ପର୍ଯ୍ୟଟକ ବସ୍‌ ଦୁର୍ଘଟଣା । ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି । ବିମାନ ଯୋଗେଁ ମଧ୍ୟପ୍ରଦେଶରେ ପହଞ୍ଚିବ ମୃତଦେହ ।

3.ଆଜି ଅନାସ୍ଥା: ପଦ ହରାଇପାରନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିଶ ଜନସନ !

ବ୍ରିଟେନ୍‌ ସଂସଦରେ ଆଜି ଆସିବ ଅନାସ୍ଥା । ପ୍ରଧାନମନ୍ତ୍ରୀ ଜନସନଙ୍କ ବିରୋଧରେ ବିରୋଧୀଙ୍କ ସମେତ ନିଜ ଦଳର କିଛି ସାଂସଦ ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ । ସଂଖ୍ୟା ଅଭାବ ହେଲେ ଯାଇପାରେ ଜନସନ୍‌ଙ୍କ ପ୍ରଧାନମନ୍ତ୍ରୀ ପଦ ।

4.ପ୍ରକୃତ ପ୍ରସଙ୍ଗକୁ ଲୁଚାଇବା ପାଇଁ ସାମ୍ପ୍ରଦାୟିକ ରାଜନୀତି କରୁଛି BJP: ଶରଦ ପାଓ୍ବାର

ଦେଶରେ ଦରଦାମ ବୃଦ୍ଧି ଓ ବେକାରୀ ରୋକିବାରେ ବିଫଳ ମୋଦି ସରକାର । ପ୍ରକୃତ ପ୍ରସଙ୍ଗରୁ ଲୋକଙ୍କ ନଜର ହଟାଇବା ପାଇଁ ବିଜେପି କରୁଛି ସାମ୍ପ୍ରଦାୟିକ ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି, NCP ମୁଖ୍ୟ ଶରଦ ପାଓ୍ବର ।

5.ହିମାଳୟରେ ୨୨ ହଜାର ଫୁଟ ଉଚ୍ଚରେ ଯୋଗ କଲେ ITBP

ଉତ୍ତରାଖଣ୍ଡ ହିମାଳୟର ୨୨ ହଜାର ୯୫୦ ଫୁଟ ଉଚ୍ଚ ବରଫ ଅଞ୍ଚଳରେ ଯୋଗ ଅଭ୍ୟାସ କରିଛନ୍ତି ଇଣ୍ଡୋ ତିବେତାନ ସୀମା (Indo-Tibetan Border Police) ପୋଲିସ । ଏହାପୂର୍ବରୁ ITBPର ପର୍ବତାରୋହୀମାନେ ଗତ ସପ୍ତାହରେ ମାଉଣ୍ଟ ଆବି ଗାମିନର ଶିଖର ବରଫ ଆଚ୍ଛାଦିତ ସ୍ଥାନରେ ଯୋଗ କରିଥିଲେ ।

6.ଡୋଡାରେ କୈଳାସକୁଣ୍ତ ମନ୍ଦିରକୁ ଭଙ୍ଗାରୁଜା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ପ୍ରତିବାଦ

ହିନ୍ଦୁତ୍ବ ଭାବନାକୁ କୁଠାରଘାତ । ଜମ୍ମୁ କାଶ୍ମୀର ଡୋଡା ଜିଲ୍ଲାରେ ଥିବା କୈଳାସକୁଣ୍ତ ମନ୍ଦିରକୁ ଭଙ୍ଗାରୁଜା କରିଛନ୍ତି ଦୁବୃର୍ତ୍ତ ।

7.କାଶ୍ମୀର ପଣ୍ଡିତଙ୍କ ପାଇଁ ମୁମ୍ବାଇ କବାଟ ସର୍ବଦା ଖୋଲା: ଆଦିତ୍ୟ ଠାକରେ

ଅଶାନ୍ତ ହୋଇଛି ସୀମା । କାଶ୍ମୀର ଘାଟିରେ ଆତଙ୍କୀଙ୍କ ଟାର୍ଗେଟରେ କାଶ୍ମୀର ପଣ୍ଡିତ । ପ୍ରବାସୀ ଶ୍ରମିକଙ୍କଠୁ ନେଇ ସ୍ଥାନୀୟ ଲୋକ ଆତଙ୍କୀ ଗୁଳିରେ ପ୍ରାଣ ହରାଉଛନ୍ତି । ସ୍ଥିତି ଏପରି ହେଲାଣି ଯେ କାଶ୍ମୀର ଛାଡିବାକୁ ବସିଲେଣି କାଶ୍ମୀର ପଣ୍ଡିତ ।

8.ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଭାରତ, ବିଶ୍ବରେ ବଢ଼ିଲା ଗହମ ଦର

ଦେଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତ ଗହମ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛି । ତେବେ ଭାରତର ଏହି ନିଷ୍ପତ୍ତି ବିଶ୍ବ ବଜାରରେ ଗହମର ମୂଲ୍ୟ ବୃଦ୍ଧି ପାଇଛି ।

9.ଦଶନ୍ଧି ପରେ 10 ଦିନିଆ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଟାଲୀ ଓ ଦୁବାଇ ଗସ୍ତ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଦୀର୍ଘ ଦଶନ୍ଧି ପରେ ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ।

10.Salman Gets Threat Letter: ଧମକ ପରେ ବଢ଼ିଲା ଭାଇଜାନଙ୍କ ସୁରକ୍ଷା

ଗତ 5 ତାରିଖ (ରବିବାର) ଦିନ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ହତ୍ୟା ଧମକ ମିଳିଥିଲା । ବର୍ତ୍ତମାନ ଏହି ମାମଲାରେ ମୁମ୍ବାଇ ପୋଲିସ ସଲମାନ ଖାନ ଓ ତାଙ୍କ ପିତା ସଲିମ ଖାନଙ୍କ ସୁରକ୍ଷା ବଢାଇ ଦେଇଛି ।

ABOUT THE AUTHOR

...view details