ଓଡିଶା

odisha

ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ୫ ପିଏମ

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ
ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

By

Published : May 30, 2022, 5:14 PM IST

1.UPSC Results: ୨୦୫ ରାଙ୍କ୍‌ରେ ଦୁର୍ଗା ପ୍ରସାଦ, କହିଲେ ଦେଶର ସର୍ବାଙ୍ଗୀନ ଉନ୍ନତି ପାଇଁ କାମ କରିବି

ଭୁବନେଶ୍ବର: ସିଭିଲ ସର୍ଭିସ ପରୀକ୍ଷା ୨୦୨୧ରେ ୨୦୫ ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି ଦୁର୍ଗା ପ୍ରସାଦ ଅଧିକାରୀ । ଏହାକୁ ନେଇ ଖୁସି ଜାହିର କରିଛନ୍ତି ଦୁର୍ଗା । ପିଲାଟି ଦିନରୁ ଦେଶ ପାଇଁ କିଛି କରିବାକୁ ଇଛା ରଖି ଆସିଛନ୍ତି ।

2.UPSC Results: ଶ୍ରୁତି ଶର୍ମା IAS ଟପ୍ପର, ଓଡ଼ିଶାର 7ଜଣ କୃତକାର୍ଯ୍ୟ

ପ୍ରକାଶ ପାଇଲା ୨୦୨୧ ସିଭିଲ ସର୍ଭିସ ପରୀକ୍ଷା ଫଳ । ସର୍ବଭାରତୀୟ ସ୍ତରରେ ଶ୍ରୁତି ଶର୍ମା ସିଭିଲ ସର୍ଭିସ ପରୀକ୍ଷାରେ ଟପ୍‌ କରିଛନ୍ତି ।

3.Sidhu Moosewala Murder Case: ଉତ୍ତରାଖଣ୍ଡରୁ ଜଣେ ଅଭିଯୁ୍କ୍ତ ଗିରଫ

ପ୍ରଖ୍ୟାତ ପଞ୍ଜାବୀ କଣ୍ଠଶିଳ୍ପୀ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେଓ୍ବାଲାଙ୍କ ହତ୍ୟାକାଣ୍ଡରେ ଜଣେ ଅଭିଯୁକ୍ତ ଗିରଫ । ଉତ୍ତରାଖଣ୍ଡର ସିମଲା ବାଇପାସ୍‌ରୁ ଏହି ଅଭିଯୁକ୍ତକୁ ଗିରଫ କରାଯାଇଛି ।

4.Moosewala's Murder Case: CBI ଓ NIA ତଦନ୍ତ ଦାବି କଲେ ସିଦ୍ଧୁଙ୍କ ବାପା

ପଞ୍ଜାବର ଲୋକପ୍ରିୟ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେଓ୍ବାଲାଙ୍କୁ ଗୁଳି କରି ନିର୍ମମ ଭାବେ ହତ୍ୟା କରାଯାଇଛି। ସୁରକ୍ଷା ବ୍ୟବସ୍ଥା ହଟାଇବାର ଦିନକ ପରେ ତାଙ୍କୁ ଦୁର୍ବୃତ୍ତ ହତ୍ୟା କରିଛନ୍ତି । ତାଙ୍କ ସୁରକ୍ଷା ବ୍ୟବସ୍ଥା ହଟାଇବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ।

5.ରଥଖଳା ହାଲଚାଲ: ତିନି ରଥର ଭୂଇଁଚଉତା ଓ ମୁହାଁଟ ବିନ୍ଧ ଅନୁକୂଳ

ପାଖେଇ ଆସୁଛି ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହେବ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ମହାବାହୁଙ୍କ ରଥଯାତ୍ରା ପାଇଁ ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଧି ପରମ୍ପରା ଅନୁଯାୟୀ ଗତ ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ରଥଖଳା ।

6.The Last Ride: ମୃତ୍ୟୁର ଆଭାସ ପାଇଯାଇଥିଲେ ସିଦ୍ଧୁ !

ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲାଙ୍କ ଅକସ୍ମାତ ମୃତ୍ୟୁ ପରେ ଫ୍ୟାନ୍ସ ଏହାକୁ ତାଙ୍କ ଶେଷ ଗୀତ 'The Last Ride' ସହିତ ଯୋଡ଼ିଛନ୍ତି । ଗୀତର କାହାଣୀ ଭଳି ସିଦ୍ଧୁଙ୍କ ମୃତ୍ୟୁ ମଧ୍ୟ ସେହିପରି କାରରେ ଗୁଳିକାଣ୍ଡ ଦ୍ବାରା ଘଟିଛି ।

7.Weather Update: ଜୁନ ୧୧ ସୁଦ୍ଧା ଓଡିଶା ଛୁଇଁପାରେ ମୌସୁମୀ

ସେପଟେ ଜଳୁଛି ଆଭ୍ୟନ୍ତରୀଣ ଓଡିଶା । ତାତିରୁ ମିଳୁନି ନିସ୍ତାର । ଜାରି ରହିଛି ପ୍ରଖର ଗ୍ରୀଷ୍ମ ପ୍ରବାହ। ଗତକାଲି ରାଜ୍ୟରେ ୪୦ ଡିଗ୍ରୀ ଉପରେ ୧୭ ସହରର ତାପମାତ୍ରା ରହିଥିବାବେଳେ ୪୩ ଡିଗ୍ରୀ ଉପରେ ରହିଥିଲା ୮ ସହର । ୪୪ ଡିଗ୍ରୀ ସହିତ ସୋନପୁର ଥିଲା ସବୁଠୁ ଉତ୍ତପ୍ତ ସହର । ଉପକୂଳ ଓଡିଶାରେ ତାତି ନବଢିଲେ ବି ଅସହ୍ୟ ଗୁଳୁଗୁଳି ହେବ ବୋଲି ଆକଳନ କରିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ।

8.The Kashmir Files ମୁଭି କାଶ୍ମୀରରେ ହିଂସା ସୃଷ୍ଟି କରିଛି: ମେହେବୁବା ମୁଫତି

ପୁଣି କେନ୍ଦ୍ର ଉପରେ ବର୍ଷିଲେ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା PDP ମୁଖ୍ୟ ମେହେବୁବା ମୁଫତି ।

9.Sabitri Brata: ୨ ବର୍ଷ ପରେ କୋହଳ କଟକଣା, ମନ୍ଦିରରେ ମହିଳାଙ୍କ ପ୍ରବଳ ଭିଡ଼

ଦୀର୍ଘ ୨ ବର୍ଷ ପରେ ସ୍ଥିତି ସ୍ବାଭାବିକ ହେବା ପରେ ମନ୍ଦିରରେ ସାବିତ୍ରୀ ପୂଜା କଲେ ମହିଳା । ଅନୁଗୋଳର ଅନେକ ମନ୍ଦିରରେ ଜମିଲା ମହିଳାଙ୍କ ପ୍ରବଳ ଭିଡ଼ ।

10.ରୋଡ୍‌ ଶୋ କରିବ IPL ଚାମ୍ପିୟନ ଗୁଜରାଟ ଟାଇଟନ୍ସ

ଗୁଜରାଟ ଟାଇଟନ୍ସ ବିଶ୍ବର ଶ୍ରେଷ୍ଠ ଓ ବିତ୍ତଶାଳୀ ଟି୨୦ ଲିଗ୍‌ IPL 2022ରେ ପ୍ରଥମ ଥର ପାଇଁ ନୂଆ ଟିମ ଭାବେ ଅଂଶଗ୍ରହଣ କରିଥିଲା ଓ ପ୍ରଥମ ପ୍ରୟାସରେ ଟାଇଟେଲ ନିଜ ନାମରେ କରି ଇତିହାସ ରଚିଛି ।

ABOUT THE AUTHOR

...view details