ଓଡିଶା

odisha

By

Published : May 25, 2022, 5:02 PM IST

ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ
ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

1.ଛତିସା ନିଯୋଗରେ ନିଷ୍ପତ୍ତି, ସ୍ନାନମଣ୍ଡପରେ ମହାପ୍ରଭୁଙ୍କୁ 3 ଘଣ୍ଟା ଦର୍ଶନ କରିପାରିବେ ଭକ୍ତ

ସରିଲା ଶ୍ରୀମନ୍ଦିର ଛତିସା ନିଯୋଗ ବୈଠକ । ସ୍ନାନଯାତ୍ରା ପାଇଁ ବୈଠକରେ ନିଆଗଲା ନିଷ୍ପତ୍ତି । ଏଥର ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ ।

2.କୋର୍ଟରେ ହାଜର ହେଲା ୟାସିନ ମଲ୍ଲିକ: ଫାଶୀ ଦାବି କଲା NIA, କିଛି ସମୟ ପରେ ରାୟ

କୋର୍ଟରେ ହାଜର ହେଲା ଆତଙ୍କବାଦୀ ୟାସିନ ମଲ୍ଲିକ । ଫାଶି ଦଣ୍ଡାଦେଶ ଦାବି କଲା NIA । ଆଉ କିଛି ସମୟ ପରେ ଆସିବ ରାୟ ।

3.କଂଗ୍ରେସ ଛାଡିଲେ କପିଲ ଶିବଲ, ସମାଜବାଦୀ ପାର୍ଟି ସମର୍ଥନରେ ଭରିଲେ ରାଜ୍ୟସଭା ନାମାଙ୍କନ

କଂଗ୍ରେସ ଛାଡି ସାରିଛନ୍ତି ବରିଷ୍ଠ ନେତା କପିଲ ଶିବଲ । ଆଜି ସମାଜବାଦୀ ପାର୍ଟି ସମର୍ଥନରେ ସ୍ବାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭା ପାଇଁ ଭରିଲେ ନାମାଙ୍କନ । ଗତ 16 ତାରିଖରୁ ଇସ୍ତଫା ଦେଇ ସାରିଥିବା ନେଇ ରଖିଲେ ସ୍ପଷ୍ଟୀକରଣ ।

4.ସୀମା ଟପିଲା ବର୍ବରତା: ଯନ୍ତାରେ ପଡିଲା ତଲରାପତରିଆ ବାଘ, ଜିଅନ୍ତା ଜାଳିଦେଲେ ଲୋକେ

ଉତ୍ତରାଖଣ୍ଡରେ ଅଭାବନୀୟ ଘଟଣା । ଯନ୍ତାରେ କଏଦ ତଲରାପତରିଆ ବାଘକୁ ବୀବନ୍ତ ଜାଳିଦେଲେ ଉତ୍ୟକ୍ତ ଲୋକେ । ବନ ବିଭାଗ କହିଲା ହେବ କାର୍ଯ୍ୟାନୁଷ୍ଠାନ ।

5.Varsha-Anubhav Marital Discord: ସ୍ୱାମୀଙ୍କ ବିରୋଧରେ ସାଇବର ଥାନାରେ ପହଞ୍ଚିଲେ ବର୍ଷା

ପୁଣି ସ୍ବାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ ଥାନାରେ ଦ୍ବାରସ୍ଥ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ।

6.Prithviraj Release Date: ରିଲିଜ ପୂର୍ବରୁ ଫିଲ୍ମ ଦେଖିବେ ଗୃହମନ୍ତ୍ରୀ, ହେବ ସ୍ୱତନ୍ତ୍ର ସ୍କ୍ରିନିଂ

ଅକ୍ଷୟ କୁମାର ଏବଂ ମାନୁଷୀ ଚିଲ୍ଲର ଅଭିନୀତ ପୃଥ୍ବୀରାଜ ଜୁନ୍ 3ରେ ସିନେମା ଘରେ ମୁକ୍ତିଲାଭ କରିବ । କିନ୍ତୁ ଏହା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟ କେନ୍ଦ୍ର ମନ୍ତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସ୍କ୍ରିନିଂ ଆୟୋଜନ କରାଯିବ ।

7.ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ, ଶଙ୍କରାଚାର୍ଯ୍ୟଙ୍କୁ ଭେଟିବା ପରେ ଏମିତି ମନ୍ତବ୍ୟ ରଖିଲେ ସର୍ବଦଳୀୟ ପ୍ରତିନିଧି

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ମାମଲାକୁ ନେଇ ମିଶ୍ରିତ ମତ ରଖିଛନ୍ତି ବିରୋଧୀ ଓ ସମର୍ଥକ । ପୁରୀ ଗୋବର୍ଦ୍ଧନ ମଠ ପରିସରରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

8.ଏକ ବର୍ଷ ଧରି ସ୍ୱାମୀଙ୍କୁ ପତ୍ନୀଙ୍କ ନିର୍ଯାତନା ! ସିସିଟିଭିରେ କଏଦ ହେଲା ଦୃଶ୍ୟ

ଅମାନୁଷିକ ପତ୍ନୀର ଅସହ୍ୟ ନିର୍ଯାତନା । ଏକ ବର୍ଷ ଧରି ସ୍ବାମୀଙ୍କୁ ମାଡ଼ ମାରୁଛି ପତ୍ନୀ । ଥାନାର ଦ୍ବାରସ୍ଥ ହେଲେ ନିର୍ଯ୍ୟାତିତ ସ୍ବାମୀ ।

9.୫୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଲେ ଜଳଛାୟା ପ୍ରକଳ୍ପ ସହାୟକ

ଭିଜିଲାନ୍ସ ଜାଲରେ କନ୍ଧମାଳ ତୁମୁଡିବନ୍ଧର ଜଳ ଛାୟା ବିଭାଗର ପ୍ରକଳ୍ପ ସହାୟକ ନଗେନ୍ଦ୍ରନାଥ ସ୍ବାଇଁ । ଲାଞ୍ଚ ନେଉଥିବା ବେଳେ ତାଙ୍କୁ ମାଡି ବସିଛି ଭିଜିଲାନ୍ସ ।

10.IPL 2022: ଆଜି RCB-LSG ଏଲିମିନେଟର ମୁକାବିଲା

ଅନ୍ତିମ ପର୍ଯ୍ୟାୟରେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ ଟୁର୍ଣ୍ଣାମେଣ୍ଟ (IPL 2022) । ଆଜି (ବୁଧବାର) ଖେଳାଯିବ ଆଇପିଏଲର ପଞ୍ଚଦଶ ସଂସ୍କରଣର ଏଲିମିନେଟର ମ୍ୟାଚ । ଏଥିରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ପରସ୍ପରକୁ ଭେଟିବେ ।

ABOUT THE AUTHOR

...view details