ଓଡିଶା

odisha

By

Published : May 6, 2022, 5:05 PM IST

ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ
ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

1.Cyclone Alert: ରବିବାର ବାତ୍ୟା ! ମଙ୍ଗଳବାର ଛୁଇଁପାରେ ସ୍ଥଳଭାଗ, 4 ଜିଲ୍ଲାକୁ ପ୍ରବଳ ବର୍ଷା

ଦକ୍ଷିଣ-ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ଵବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । କ୍ରମେ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ୭ ତାରିଖରେ ଅବପାତ ରୂପ ନେବ । ଆସନ୍ତା (ରବିବାର) ୮ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ବାତ୍ୟା ରୂପ ନେଇପାରେ । ଏହାର ପ୍ରଭାବରେ 10 ତାରିଖରେ 4 ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି । ଏହି ଜିଲ୍ଲା ଗୁଡିକ ହେଉଛି ଗଞ୍ଜାମ, ପୁରୀ, ଜଗତସିଂହପୁର ଓ ଖୋର୍ଦ୍ଧା ।

2.Anantnag Encounter: ସେନା ଗୁଳିରେ ୩ ଆତଙ୍କୀ ସଫା

ଜମ୍ମୁ କଶ୍ମୀର ଅନନ୍ତନାଗ ପୂର୍ବ ବାଟକୋଟ ପାହାଲଗାମ ଜଙ୍ଗଲ ଅଞ୍ଚଳ ଶ୍ରୀଚନ୍ଦରେ ସୁରକ୍ଷାବାହିନୀଙ୍କ ଗୁଳିରେ ୩ ଆତଙ୍କୀ ନିପାତ ।

3.Tajinder Bagga Arrested Case: ପଞ୍ଜାବ ପୋଲିସକୁ ଝଟକା, କୁରୁକ୍ଷେତ୍ରରୁ ବାଗାଙ୍କୁ ନେଲା ଦିଲ୍ଲୀ ପୋଲିସ

ଶେଷରେ ବାଜି ମାରିଲା ଦିଲ୍ଲୀ ପୋଲିସ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ କରି ତଜିନ୍ଦରପାଲ ସିଂ ବାଗାଙ୍କୁ ମୋହାଲି ନେଉଥିବା ବେଳେ କୁରୁକ୍ଷେତ୍ରରେ ପଞ୍ଜାବ ପୋଲିସକୁ ଅଟକାଇ ଥିଲା ହରିୟାଣା ପୋଲିସ ।

4.ଏମାର ମଠରେ ରାମାନୁଜାଚାର୍ଯ୍ୟଙ୍କ ମହଙ୍ଗା ମଙ୍ଗଳଗିରି ତୋରଣ ନଥିବା ଅଭିଯୋଗ

ଏମାର ମଠରେ ରାମାନୁଜାଚାର୍ଯ୍ୟଙ୍କ ୩ କିଲୋଗ୍ରାମରୁ ଅଧିକ ଓଜନର ମଙ୍ଗଳଗିରି ତୋରଣ ନଥିବା ଅଭିଯୋଗ ।

5.ସମ୍ଭାବ୍ୟ ବାତ୍ୟା ନେଇ ପ୍ରସ୍ତୁତ BMC: ମେୟର ସୁଲୋଚନା

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତ ଥିବା କହିଲେ ଭୁବନେଶ୍ବର ମେୟର ସୁଲୋଚନା ଦାସ । ଶୁଖିଲା ଖାଦ୍ୟ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ରହିଛି ମହଜୁଦ ।

6.JITO Connect 2022: ଆତ୍ମନିର୍ଭର ଭାରତ ଆମ ପଥ ଆମ ସଂକଳ୍ପ କହିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Narendra Modi ) ଭିଡିଓ କନଫରେନ୍ସିଂ ଯୋଗେ ଜୈନ ଆନ୍ତର୍ଜାତୀୟ ବାଣିଜ୍ୟ ସଂଗଠନର ‘ଜେଆଇଟିଓ କନେକ୍ଟ ୨୦୨୨’ (Jain International Trade Organisation ) ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ।

7.ସମ୍ପତ୍ତି ଭାଗ ହେବାରୁ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ, ୨ ମୃତ

ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାରେ ଭାବନୀୟ ଘଟଣା । ସମ୍ପତ୍ତି ଭାଗ କରିବାରୁ ନିଆଁରେ ପୋଡି ହୋଇ ଆତ୍ମହତ୍ୟା ଉଦ୍ୟମ କଲେ ଗୋଟିଏ ପରିବାରର ୪ ସଦସ୍ୟ ।

8.ପିତାର ପାଶବିକତା, ନାବାଳିକା ଝିଅକୁ ୧୫ଦିନ ଧରି କଲା ଦୁଷ୍କର୍ମ

ରକ୍ତର ସମ୍ପର୍କରେ କଳଙ୍କର ଛିଟା । ନିଜ ଝିଅକୁ ଦୁଷ୍କର୍ମ କଲା ଜନ୍ମ କଲା ବାପା । ଅଭିଯୋଗ ପରେ ଫେରାର ହୋଇଗଲା ଅଭିଯୁକ୍ତ ବାପା ।

9.ମୋବାଇଲ ଆପ୍‌ରେ ଋଣ ଦେଇ ଠକେଇ ଘଟଣା, ଧରାପଡିଲା ମାଷ୍ଟରମାଇଣ୍ଡ

ମୋବାଇଲ ଆପ୍‌ରେ ଋଣ ଦେଇ ଠକେଇ ଘଟଣା । କ୍ରାଇମବ୍ରାଞ୍ଚ EOW ହାତରେ ଧରାପଡିଲା ମାଷ୍ଟରମାଇଣ୍ଡ ।

10.ଚୁଟି କାଟିବାକୁ ଯାଇ ପୁଅ ନିଖୋଜ, ଅଜଣା ନମ୍ବରରୁ ଆସୁଛି ଘନଘନ କଲ୍‌

କେନ୍ଦ୍ରାପଡାରେ ଚୁଟି କାଟିବାକୁ ଯାଇ ଆଉ ଘରକୁ ଫେରିଲାନି ପୁଅ । ସେପଟେ ଅଜଣା ନମ୍ବରରୁ ଘନଘନ ଫୋନକଲ ଆସିବା ପରେ ମାଲଗୋଦାମରେ ଏତଲା ଦେଲା ପରିବାର ।

ABOUT THE AUTHOR

...view details