ଓଡିଶା

odisha

ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : May 4, 2022, 5:04 PM IST

୧.Deogarh MLA Arrest Row: ବାଚସ୍ପତିଙ୍କୁ ଭେଟିଲେ ବିଜେପି ବିଧାୟକ

ଦେବଗଡ଼ ବିଧାୟକଙ୍କ ଗିରଫଦାରୀକୁ ନେଇ ବାଚସ୍ପତିଙ୍କୁ ଭେଟିଲେ ବିଜେପି ବିଧାୟକ । ବିଡିଓଙ୍କୁ ମାଡ ମାରି ଗିରଫ ହୋଇଛନ୍ତି ବିଧାୟକ ।

୨.ଜଗତସିଂହପୁର ହାଜତ ମୃତ୍ୟୁ ଘଟଣା: ବିଚାର ବିଭାଗୀୟ ତଦନ୍ତ ଦାବି କଲା ଛାତ୍ର କଂଗ୍ରେସ

ରାଜ୍ୟରେ ପୋଲିସର ବର୍ବରତାର ସବୁ ସୀମା ଟପିଛି । ନିଜ ବିଭାଗ ଚଳାଇ ପାରୁ ନାହାଁନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କୁ ସୁରକ୍ଷା ଦେବା ବଦଳରେ ରକ୍ତାକ୍ତ କରୁଛନ୍ତି । ଅଭୟଚାନ୍ଦପୁର ଥାନା ହାଜତ ମୃତ୍ୟୁ ମାମଲାରେ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛି ଛାତ୍ର କଂଗ୍ରେସ ।

୩. Interview: କଟକରେ କାର୍ଯ୍ୟ ଦିବସର ଶେଷ ଦିନ, କେମିତି ଥିଲା ପ୍ରତୀକ ସିଂହଙ୍କ ଅନୁଭୂତି

ଡିସିପି ପ୍ରତୀକ ସିଂହଙ୍କ କଟକରେ ଆଜି କାର୍ଯ୍ୟର ଶେଷ ଦିନ । କଟକ ଡିସିପି ଭାବରେ ଏକ ବର୍ଷ ଦଶ ମାସ ଭାବରେ ସେ କାର୍ଯ୍ୟ କରିଛନ୍ତି ।

୪. RBI Hiked Repo Rate: ରେପୋ ରେଟ ୪୦ ବେସିସ୍ ପଏଣ୍ଟ ବୃଦ୍ଧି, ୨୦୧୮ ପରେ ପ୍ରଥମ ଥର ବଢିଲା

ବଢିଲା ରେପୋ ରେଟ । ରେପୋ ରେଟ ୪ ପ୍ରତିଶତ ଥିବା ବେଳେ ବର୍ତ୍ତମାନ ଏହା ୪.୪୦ ପ୍ରତିଶତ ବୃଦ୍ଧି ପାଇଛି ।

୫. କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀଙ୍କ ଚାଷ ପ୍ରେମ: ଗାଈ ଦୁହଁନ୍ତି, ଅଳିଆ ଆର୍ବଜନା ସଫା କରନ୍ତି

କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀଙ୍କ ଚାଷ ପ୍ରେମ । ଅଳିଆ ଆବର୍ଜନା ସଫା କରିବା ସହ ଟ୍ରାକ୍ଟର ଚଳାଇ ଆବର୍ଜନାକୁ ଫୋପାଡିଲେ । ଏକଦମ ଦେଶୀ ଅନ୍ଦାଜରେ ନଜର ଆସିଛନ୍ତି କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ।

୬. ମହାକାଳଙ୍କ ଦର୍ଶନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ: ଉଜ୍ଜୟିନୀରେ ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ

ମଧ୍ୟପ୍ରଦେଶ ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି(ବୁଧବାର) ସେ ନିଜ ପରିବାର ସହିତ ବାବ ମହାକାଳଙ୍କୁ ଦର୍ଶନ କରିଛନ୍ତି ।

୭. ରକ୍ଷକ ସାଜିଲା ଭକ୍ଷକ: ଥାନା ଭିତରେ ଗଣଦୁଷ୍କର୍ମ ପୀଡିତାକୁ ଦୁଷ୍କର୍ମ

ଉତ୍ତରପ୍ରଦେଶରେ ଲଜ୍ଜା । ଥାନାରେ ଅଭିଯାେଗ କରିବାକୁ ଯାଇଥିବା ଜଣେ ଗଣଦୁଷ୍କର୍ମ ପୀଡିତାଙ୍କୁ ଥାନା ଭିତରେ ପୁଣି ଦୁଷ୍କର୍ମ କଲେ ଥାନା ଅଧିକାରୀ । ଏଭଳି ଏକ ଲଜ୍ଜା ଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଲଲିତପୁର ପୋଲିସ୍ ଷ୍ଟେସନରେ ।

୮. ଋଦ୍ଧିମାନଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ: ଆକ୍ସନ ନେଲା BCCI, ସାମ୍ବାଦିକ ବୋରିଆ ମଜୁମଦାର ୨ବର୍ଷ ବ୍ୟାନ

ସାମ୍ବାଦିକ ବୋରିଆ ମଜୁମଦାରଙ୍କ ଉପରେ ଦୁଇ ବର୍ଷର ବ୍ୟାନ ଲଗାଇଲା BCCI ।

୯. PM Modi In Denmark: 4 ଦେଶର ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୋଦି

ୟୁରୋପ ଗସ୍ତର ଶେଷ ଦିବସରେ କୋପେନହଗେନରେ 3 ରାଷ୍ଟ୍ରମୁଖ୍ୟଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ । ଆଜି ଫ୍ରାନ୍ସ ଅଭିମୁଖେ କରିବେ ଯାତ୍ରା । ଗତକାଲି ଡେନମାର୍କରେ ପହଞ୍ଚିଥିଲେ ।

୧୦. ସଲମାନଙ୍କୁ କିସ୍‌ କରି ଫସିଲେ ଶେହନାଜ, କମେଣ୍ଟରେ ପୋତିଲେ ୟୁଜର୍ସ

ସଲମାନ ଓ ଶେହନାଜଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଶେହନାଜ୍ ସଲମାନଙ୍କୁ ଆଲିଙ୍ଗନ କରି କିସ୍‌ କରୁଥିବାର ଦେଖିବାକୁ ମିଳିଥିଲା । ଯାହା ପରେ ସେ ସୋସିଆଲ ମିଡିଆ ୟୁଜର୍ସଙ୍କ ଟାର୍ଗେଟରେ ଆସିଛନ୍ତି ।

ABOUT THE AUTHOR

...view details