ଓଡିଶା

odisha

By

Published : Apr 27, 2022, 4:54 PM IST

ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

୧.MP Aparajita Puri Visit: ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଅପରାଜିତାଙ୍କ ନାମରେ ଏତଲା

ପୁରୀ ଗସ୍ତ ସମୟରେ ପ୍ରଶାସନ ନିୟମ ଉଲଙ୍ଘନ ଅଭିଯୋଗରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନାମରେ ଥାନାରେ ଏତଲା ।

୨.Matric Exams: ମଧ୍ୟମାର କିଛି ପରୀକ୍ଷା ସକାଳ ସିଟିଂରେ ହେବ, ପୋଲିସ ଷ୍ଟେସନରେ ରହିବ ପ୍ରଶ୍ନପତ୍ର

ଦିନକ ପରେ ପରୀକ୍ଷା ଦେବେ ମାଟ୍ରିକ ଛାତ୍ରଛାତ୍ରୀ । ସାମ୍ବାଦିକ ସମ୍ମିଳନୀରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସୂଚି ଜଣାଇଲେ ବୋର୍ଡ କର୍ତ୍ତୃପକ୍ଷ ।

୩. MP Aparajita Puri Visit: ସାଂସଦଙ୍କ ଶୋଭାଯାତ୍ରାକୁ ଟମାଟୋ ମାଡ

ପୁରୀ ଶ୍ରୀମନ୍ଦିରକୁ ଯିବା ସମୟରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଯୋଭାଯାତ୍ରାକୁ ଟମାଟୋ ମାଡ଼ ।

୪. ଶ୍ରୀମନ୍ଦିର ପରିକ୍ରମା ମାର୍ଗ: ମହାପ୍ରଭୁଙ୍କ ଦର୍ଶନ କଲେ ଅପରାଜିତା, ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ

ମହାପ୍ରଭୁଙ୍କୁ ଦର୍ଶନ କଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ମହାପ୍ରଭୁଙ୍କ ଦର୍ଶନ ପରେ ଏଏସଆଇ ନିୟମ ଅନୁଯାୟୀ ପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ କାର୍ଯ୍ୟ କରିବାକୁ ସରକାରଙ୍କୁ କଲେ ପୁଣି ଅନୁରୋଧ ।

୫. Chilika MLA Released From Jail: ଜେଲରୁ ମୁକୁଳିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ବାଣପୁର ସବଜେଲରୁ ମୁକୁଳିଛନ୍ତି ଚିଲିକା ବହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ବିଧାୟକଙ୍କୁ ହାଇକୋର୍ଟ ସାତ ଦିନ ପାଇଁ ସର୍ତ୍ତମୂଳକ ଜାମିନ ପ୍ରଦାନ ପରେ ସେ ଆଜି ଜେଲରୁ ମୁକୁଳିଛନ୍ତି ।

୬. PM-CM Covid Review: ଶିଶୁଙ୍କୁ ମିଶନ ମୋଡରେ ଟୀକା ଦିଅ କହିଲେ ମୋଦି

ମୁଖ୍ୟମନ୍ତ୍ରୀମାନଙ୍କ ସହ କୋଭିଡ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ । ସାମିଲ ଥିଲେ କେନ୍ଦ୍ର ଗୃହ ଓ ସ୍ବାସ୍ଥ୍ୟ ମନ୍ତ୍ରୀ । ଶିଶୁଙ୍କ ଟୀକାକରଣଙ୍କୁ ମିଶନ ମୋଡରେ ସାରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ ।

୭. ତୈଳ ଦର ବୃଦ୍ଧି ନେଇ ମୋଦିଙ୍କ ଆହ୍ୱାନ, VAT ହ୍ରାସ କରନ୍ତୁ ରାଜ୍ୟ

ଦେଶରେ କ୍ରମାଗତ ବଢି ଚାଲିଥିବା ତୈଳ ଓ ଇନ୍ଧନ ଦର ବୃଦ୍ଧିକୁ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ । କହିଲେ ସଂଘୀୟ ବ୍ୟବସ୍ଥାରେ ସହଯୋଗ ଦିଅନ୍ତୁ ରାଜ୍ୟ । ଇନ୍ଧନରେ VAT ହ୍ରାସ କରି ଲୋକଙ୍କୁ ଦିଅନ୍ତୁ ସୁବିଧା ।

୮. ତ୍ରିଜଙ୍ଗା କଲୋନୀରେ ମହିଳାଙ୍କ ଜମି ହଡପ ଅଭିଯୋଗ, ଜିଲ୍ଲାପାଳଙ୍କୁ ଭେଟି ତଦନ୍ତ ଦାବି

ତ୍ରିଜଙ୍ଗା କଲୋନୀରେ ମହିଳାଙ୍କ ଜମି ହଡପ ଅଭିଯୋଗ । ବ୍ୟାସନଗର କେଏନଡିଏ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କୁ ଭେଟି ନ୍ୟାୟ ପାଇଁ କଲେ ଦାବି କଲେ ମହିଳା ।

୯. ବନ୍ଧୁକ କାରଖାନାରେ ଚଢ଼ାଉ: ଦେଶୀ ବନ୍ଧୁକ-ଗୁଳି ଜବତ, ୨ ଗିରଫ

ପରିତ୍ୟକ୍ତ ଘରୁ ଜବତ ହେଲା ବନ୍ଧୁକ । ଘର ଭିତରେ ଚାଲୁଥିଲା ବନ୍ଧୁକ କାରଖାନା । ପୋଲିସ କରିଲା ଅତର୍କିତ ଚଢ଼ାଉ ।

୧୦. Cannes 2022: ଜଜ୍ ଦାୟିତ୍ବ ତୁଲାଇବେ ବଲିଉଡ ସୁନ୍ଦରୀ ଦୀପିକା

କାନ୍ସ 2022 ଫିଲ୍ମ ମହୋତ୍ସବ ପକ୍ଷରୁ ମଙ୍ଗଳବାର ବିଚାରପତି ତାଲିକା ଘୋଷଣା ହୋଇଛି । ଏଥର ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ କାନ୍ସ ଚଳଚ୍ଚିତ୍ର ସମାରୋହର 75ତମ ସଂସ୍କରଣରେ ଜଜ୍ ଭାବରେ ଭାଗ ନେବେ ।

ABOUT THE AUTHOR

...view details