ଓଡିଶା

odisha

ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Apr 25, 2022, 5:09 PM IST

୧. ଦିଲ୍ଲୀରେ ଭୁଶୁଡିଲା ନିର୍ମାଣାଧୀନ କୋଠା: ଫସିଛନ୍ତି 5 ଶ୍ରମିକ, ଉଦ୍ଧାରକାର୍ଯ୍ୟ ଜାରି

ଦିଲ୍ଲୀର ସତ୍ୟନିକେତନ ଏରିଆରେ ଭୁଶୁଡିଲା ନିର୍ମାଣାଧୀନ କୋଠା । ଫସିଛନ୍ତି 5 ଶ୍ରମିକ । ଉଦ୍ଧାରକାର୍ଯ୍ୟରେ ଲାଗିଛନ୍ତି 6 ରେସକ୍ୟୁ ଟିମ ।

୨. ଭୁବନେଶ୍ବରରେ ଅଧିକ ଜନଔଷଧୀ କେନ୍ଦ୍ର ଖୋଲିବା ପାଇଁ ମାଣ୍ଡବ୍ୟଙ୍କୁ ଭେଟିଲେ ଅପରାଜିତା

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ଭୁବନେଶ୍ବର ସାଂସଦ ଅପରାଜିତା ସଡଙ୍ଗୀ । ରାଜଧାନୀରେ ଆଉ ଅଧିକ ପ୍ରଧାନମନ୍ତ୍ରୀ ଜନଔଷଧୀ କେନ୍ଦ୍ର ପ୍ରତିଷ୍ଠା ପାଇଁ କଲେ ଦାବି ।

୩. CLP ନେତା ପରିବର୍ତ୍ତନ ପ୍ରସଙ୍ଗ, ପ୍ରଭାରୀଙ୍କ ଗସ୍ତ ପୂର୍ବରୁ ମୁହଁ ଖୋଲିଲେ ନରସିଂହ

କଂଗ୍ରେସ ବିଧାୟକ ଦଳ ନେତା (CLP) ପରିବର୍ତ୍ତନ ପ୍ରସଙ୍ଗ । ପ୍ରଭାରୀଙ୍କ ଗସ୍ତ ପୂର୍ବରୁ ମୁହଁ ଖୋଲିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ପୁଅଙ୍କୁ ସ୍ପେଶାଲ ପିପି ନିଯୁକ୍ତି ଉପରେ ରଖିଲେ ମତାମତ ।

୪ . ହନୁମାନ ଚାଳିଶା ବିବାଦ: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ହନୁମାନ ଚାଳିସା ପଢ଼ିବାକୁ ଅନୁମତି ମାଗିଲେ କଂଗ୍ରେସ କର୍ମୀ

ହନୁମାନ ଚାଳିଶାକୁ ନେଇ ଜାରି ରହିଛି ତୀବ୍ର ରାଜନୀତି । ମହାରାଷ୍ଟ୍ରର ପରେ ଦିଲ୍ଲୀକୁ ଏହି ପ୍ରସଙ୍ଗ ପହଞ୍ଚିଛି। ରାଷ୍ଟ୍ରବାଦୀ କଂଗ୍ରେସ ଦଳର କାର୍ଯ୍ୟକର୍ତ୍ତା ଫହମିଦା ହସନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ହନୁମାନ ଚାଳିଶା ସହ ଧାର୍ମିକ ପାଠ କରିବାକୁ ନିବେଦନ କରିଛନ୍ତି ।

୫. ମେୟର ଓ ପୌରାଧ୍ୟକ୍ଷଙ୍କୁ ନବୀନଙ୍କ ଗୁରୁମନ୍ତ୍ର, କହିଲେ ସହରକୁ ଶ୍ରେଷ୍ଠ କରିବାକୁ ନିଅ ନେତୃତ୍ୱ

ନିଜ ନିଜ ସହରକୁ ଶ୍ରେଷ୍ଠ କରିବା ପାଇଁ ନେତୃତ୍ୱ ନିଅ । ନିଷ୍ଠାର ସହ କାମ କର । ଲୋକଙ୍କ ସାଥିରେ ରୁହ । ସେମାନଙ୍କ ସମସ୍ୟା ସମାଧାନ ପାଇଁ କାମ କର । ନବନିର୍ବାଚିତ ମେୟର ଓ ପୌରାଧ୍ୟକ୍ଷଙ୍କୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ଗୁରୁମନ୍ତ୍ର ।

୬. ସରକାରୀ କ୍ୱାର୍ଟରରେ କ୍ଲିନିକ ଚଳାଉଥିଲେ ଶିଶୁରୋଗ ବିଶେଷଜ୍ଞ, ଚଢ଼ାଉ କଲା CDMO

ରୋଗୀ ପିଛା ୩୦୦ ଟଙ୍କା ଫିସ୍ ନେଇ ସରକାରୀ କ୍ବାର୍ଟରରେ କ୍ଲିନିକ ଚଳାଉଥିଲେ ଶିଶୁରୋଗ ବିଶେଷଜ୍ଞ । ଅଚାନକ ଚଢାଉ କଲା ସିଡିଏମଓ ।

୭. SriLanka Crisis: ଶ୍ରୀଲଙ୍କା ତାମିଲିଆନଙ୍କୁ ଶରଣାର୍ଥୀ ଘୋଷଣା ଲାଗି କେନ୍ଦ୍ରକୁ ନିବେଦନ

ଦିନକୁ ଦିନ ଜଟିଳ ହେବାରେ ଲାଗିଛି ଶ୍ରୀଲଙ୍କାରେ ଦେଖାଯାଇଥିବା ଅର୍ଥନୈତିକ ସଙ୍କଟ । ଦେଶରେ ସାଧାରଣ ଲୋକଙ୍କ ଚାହିଦା ମୁତାବକ ଅତ୍ୟାବଶ୍ୟକ ଜିନିଷ ଯୋଗାଇ ପାରୁନାହାନ୍ତି ଶ୍ରୀଲଙ୍କା ସରକାର ।

୮. ଜମ୍ମୁରେ ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ଆପତ୍ତି ଉଠାଇଲା ପାକ୍‌

ଦିନକୁ ଦିନ ଜଟିଳ ହେବାରେ ଲାଗିଛି ଶ୍ରୀଲଙ୍କାରେ ଦେଖାଯାଇଥିବା ଅର୍ଥନୈତିକ ସଙ୍କଟ । ଦେଶରେ ସାଧାରଣ ଲୋକଙ୍କ ଚାହିଦା ମୁତାବକ ଅତ୍ୟାବଶ୍ୟକ ଜିନିଷ ଯୋଗାଇ ପାରୁନାହାନ୍ତି ଶ୍ରୀଲଙ୍କା ସରକାର ।

ରାଷ୍ଟ୍ରୀୟ ପଞ୍ଚାୟତରାଜ ଦିବସ ଅବସରରେ ଗତକାଲି (ରବିବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କଶ୍ମୀର ଗସ୍ତ କରିଥିଲେ । ଧାରା 370 ଉଚ୍ଛେଦ ପରେ ଏହା ମୋଦିଙ୍କ ପ୍ରଥମ ଜମ୍ମୁ ଗସ୍ତ ।

୯. Joseph Hindi Remake: ସୂର୍ଯ୍ୟା ସେଟ୍‌ରୁ ସାମ୍ନାକୁ ଆସିଲା ସନ୍ନିଙ୍କ ଜବରଦସ୍ତ ଲୁକ୍‌

ସନ୍ନି ଦେଓଲ ଜୟପୁରରେ ସୂର୍ଯ୍ୟା ଚଳଚ୍ଚିତ୍ରର ସୁଟିଂ ଆରମ୍ଭ କରିଛନ୍ତି । ଅଭିନେତା ଫିଲ୍ମ ସେଟରୁ ନିଜର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି ।

୧୦.VIP Movement in Mumbai: ଅଭିନେତା ପ୍ରତୀକ ଗାନ୍ଧୀଙ୍କୁ ମୁମ୍ବାଇ ପୋଲିସର ଅପମାନିତ ଅଭିଯୋଗ

ଅଭିନେତା ପ୍ରତୀକ ଗାନ୍ଧୀଙ୍କ ଏକ ଟ୍ୱିଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଟୁଇଟରେ ଅଭିନେତା ମୁମ୍ବାଇ ପୋଲିସ ଦ୍ୱାରା ଅପମାନିତ ହୋଇଥିବା ପ୍ରକାଶ କରିଛନ୍ତି।

ABOUT THE AUTHOR

...view details