ଓଡିଶା

odisha

By

Published : Feb 8, 2022, 5:07 PM IST

ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

୧. Religious Places To Reopen: ରାଜଧାନୀରେ ୧୨ରୁ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

ଆସନ୍ତା ୧୨ ତାରିଖଠାରୁ ଭୁବନେଶ୍ବରରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବ ବୋଲି ଜଣାପଡ଼ିଛି ।

୨. ଭିଜିଲାନ୍ସ ଜାଲରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ

ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ମନୋରଞ୍ଜନ ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଭିନ୍ନ ସ୍ଥାନରେ ଚଢାଉ ।

୩. ବାଜିଲା 5T ଛାଟ, ବିଦା ହେଲେ 5 ଅଧିକାରୀ

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ପୁଣି କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ରାଜ୍ୟ ସରକାର ୫ ଜଣ ଅଧିକାରୀଙ୍କୁ ପୁଣି ବାଧ୍ୟତାମୂଳକ ଅବସର ଦେଇଛନ୍ତି ।

୪. Ahmedabad serial bomb blast case: ୧୩ ବର୍ଷ ପରେ ରାୟ ପ୍ରକାଶ, ୪୯ ଦୋଷୀ ସାବ୍ୟସ୍ତ
୨୦୦୮ରେ ଗୁଜୁରାଟର ଅହମ୍ମଦାବାଦରେ ସିରିଜ ବୋମା ବିସ୍ଫୋରଣ ଘଟଣାରେ ଆଜି ରାୟ ପ୍ରକାଶ ପାଇଛି । ମାମଲାର ଶୁଣାଣି କରି ଏକ ସ୍ବତନ୍ତ୍ର କୋର୍ଟ ସମୁଦାୟ ୭୭ ଜଣଙ୍କ ମଧ୍ୟରୁ ୨୮ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ୪୯ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

୫. ଇନ୍ଦ୍ରାବତୀରେ ଫସିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲା ୭ ଜୀବନ

ଇନ୍ଦ୍ରାବତୀ ଜଳଭଣ୍ଡାର ଅତିକ୍ରମ ସମୟରେ ଦକ୍ଷିଣ ପବନ ଯୋଗୁଁ ମଝିରେ ଫସିଲା ଦେଶୀ ଡଙ୍ଗା l ଅଳ୍ପକେ ବର୍ତ୍ତିଗଲେ ସାତ ଜଣ ଯାତ୍ରୀ ।

୬. ଗଙ୍ଗାନଦୀରେ ମୃତଦେହ ଭାସିବା ଘଟଣା, କେନ୍ଦ୍ର କହିଲା ତଥ୍ୟ ନାହିଁ

ଗଙ୍ଗା ନଦୀରେ ମୃତଦେହ ଭାସିବା ଘଟଣା । ସେ ନେଇ କେନ୍ଦ୍ର ସରକାରଙ୍କ ପାଖରେ ତଥ୍ୟ ନଥିବା ରାଜ୍ୟସଭାରେ କହିଛନ୍ତି ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ।

୭. Corona Infection: ହସ୍ପିଟାଲରେ ଭର୍ତ୍ତି ଆକ୍ରାନ୍ତଙ୍କ ସଂଖ୍ୟା କମିଛି ୯ ପ୍ରତିଶତ

ରାଜ୍ୟରେ କମିଛି କୋରୋନା ସଂକ୍ରମଣ । ଏହା ସହିତ ହସ୍ପିଟାଲାଇଜେନ ୯ ପ୍ରତିଶତ କମିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

୮. ସମ୍ପତ୍ତି ଲୋଭରେ ନୃଶଂସ କାଣ୍ଡ, ବୃଦ୍ଧ ବାପାକୁ ହତ୍ୟା କଲା ପୁଅ

ସମ୍ପତ୍ତି ପାଇଁ ବୃଦ୍ଧ ବାପାକୁ ହତ୍ୟା କଲା ପୁଅ । ଢେଙ୍କାନାଳ କୋରି ଆଁ କାଳୀ ଗାଁରେ ଘଟିଛି ଏଭଳି ନୃଶଂସ କାଣ୍ଡ ।

୯. ISL 2021-22: ଓଡିଶା ଏଫସିର ଷଷ୍ଠ ବିଜୟ, ସେମିଫାଇନାଲ ଆଶା ଉଜ୍ଜୀବିତ

ଚଳିତ ଇଣ୍ଡିଆନ ସୁପର ଲିଗ(ISL) ୨୦୨୧-୨୨ ସଂସ୍କରଣର ଟୁର୍ନାମେଣ୍ଟରେ ଓଡିଶା ଏଫସିର ଷଷ୍ଠ ବିଜୟ । ଏସସି ଇଷ୍ଟ ବେଙ୍ଗଲ(SC East Bengal)କୁ ୨-୧ଗୋଲ୍‌ରେ ହରାଇ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ପହଞ୍ଚିବା ସହ ସେମିଫାଇନାଲ ଆଶା ଉଜ୍ଜୀବିତ ରଖିଛି ଓଡିଶା ।

୧୦. Jhund teaser Releases: ନିଆରା ଅନ୍ଦାଜରେ ବିଗ୍ ବି

ବିଗ୍ ବି ଅମିତାଭ ବଚ୍ଚନଙ୍କ ଅଭିନୀତ 'ଝୁଣ୍ଡ'ର ଟିଜର ରିଲିଜ ହୋଇଛି। ଏଥିରେ ବିଗ୍ ବି ତାଙ୍କ 'ଝୁଣ୍ଡ' ସହିତ ନଜର ଆସିଛନ୍ତି । ମାର୍ଚ୍ଚ 4 ତାରିଖରେ ପ୍ରେକ୍ଷାଳୟରେ 'ଝୁଣ୍ଡ' ରିଲିଜ୍ ହେବାକୁ ଯାଉଛି।

ABOUT THE AUTHOR

...view details