ଓଡିଶା

odisha

ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Oct 16, 2021, 5:03 PM IST

1. 50% ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ

ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣ ନେଇ ଚିଠା ବିଜ୍ଞପ୍ତି ପ୍ରକାଶିତ । ୩୦ ଜିଲ୍ଲା ମଧ୍ୟରୁ ପଛୁଆବର୍ଗଙ୍କ ପାଇଁ ୪ ଜିଲ୍ଲା ଅଧ୍ୟକ୍ଷ ପଦ ସଂରକ୍ଷିତ । ୫୦ ପ୍ରତିଶତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସରଂକ୍ଷିତ।

2. ମନମୋହନ ସିଂଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥା ସୁଧୁରୁଥିବା ନେଇ AIIMSର ସୂଚନା

ର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଡେଙ୍ଗୁ । ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସୁଥିବା ସୂଚନା ଦେଲେ ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷ ।

3. ଅସଲି ସୁନା ଦେଖାଇ ନକଲି ସୁନା ବିକ୍ରି ପ୍ଲାନ, ଧରାପଡିଲା ଛତିଶଗଡର ବଡ ଗ୍ୟାଙ୍ଗ

ରାଜଧାନୀରେ ନକଲି ସୁନା ବିକ୍ରି ଗ୍ୟାଙ୍ଗ । ଅସଲି ସୁନା ଦେଖାଇ ନକଲି ସୁନା ବିକ୍ରି ପ୍ଲାନ। ୫ ହଜାର ଟଙ୍କାର ଅସଲି ସୁନା ଦେଖାଇ ୫୦ ଲକ୍ଷ ଟଙ୍କାର‌ ବିକ୍ରି ପାଇ ପ୍ଲାନ। ବଡ ଧରଣର ଗ୍ୟାଙ୍ଗ ଏଭଳି ବିକ୍ରି ପାଇଁ ପ୍ଲାନ‌ ବେଳେ ଧରିଲା ସହିଦନଗର ପୋଲିସ।

4. ହଟିଲା ସସପେନ୍ସ: ସାଙ୍ଗ ସାଜିଥିଲେ ସୈତାନ, ଟଙ୍କା ପାଇଁ ମନୀଷଙ୍କୁ କରିଥିଲେ ହତ୍ୟା

ସାମନାକୁ ଆସିଲା ମନୀଷଙ୍କ ମୃତ୍ୟୁର ପ୍ରକୃତ କାରଣ । ମନୀଷଙ୍କ ପାଇଁ ସାଙ୍ଗ ସାଜିଥିଲେ ସୈତାନ । ହତ୍ୟା ପରେ ପୋଖରୀରେ ଫିଙ୍ଗିଥିଲେ ମୃତଦେହ ।

5. ପାର୍ବଣ ପରେ ଝଟକା, ରାଜ୍ୟରେ ବଢ଼ିଲା ବସ ଭଡା

ରାଜ୍ୟରେ ବଢ଼ିଲା ବସ ଭଡା । ସାଧାରଣ ବସ ଭଡା କିଲୋମିଟର ପିଛା 89 ପଇସା ରୁ 92 ପଇସାକୁ ବୃଦ୍ଧି ।

6. ଧରାଳୀ ନ ହୋଇ ଧରିଛନ୍ତି ୮୦୦ରୁ ଊର୍ଦ୍ଧ୍ବ ସାପ, ଚର୍ଚ୍ଚାରେ ରାଜୁ ମେକାନିକ

ପେଶାରେ ମୋଟର ସାଇକେଲ ମେକାନିକ, ନିଶା କିନ୍ତୁ ଅଲଗା। ବଡ ବଡ ବିଷଧର ସାପ ଧରିବାରେ ସେ ସିଦ୍ଧହସ୍ତ। ସାପ ଧରି ସାଧାରଣ ଲୋକଙ୍କ ଜନ ଜୀବନ ରକ୍ଷା କରି ବେଶ ଲୋକପ୍ରିୟ ପାଲଟିଛନ୍ତି ନବରଙ୍ଗପୁର ସହରର ରାଜୁ ମେକାନିକ ଓରଫ ୱାଇ ରାଜେଶ୍ବର ରାଓ।

7. ପାରିବାରିକ କଳହରୁ ଆତ୍ମହତ୍ୟା କଲା ସ୍ବାମୀ, ନିଜ ତଣ୍ଟି କାଟି ସ୍ତ୍ରୀ ଗୁରୁତର

ପାରିବାରିକ କଳହର କରୁଣ ପରିଣତି । ଆତ୍ମହତ୍ୟା ଉଦ୍ୟମ କଲେ ଦମ୍ପତି । ସ୍ବାମୀର ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ଗୁରୁତର ।

8. Wedding anniversaryରେ ଥ୍ରୋବ୍ୟାକ ଫଟୋ ସେୟାର କଲେ କରୀନା

ବିବାହ ବାର୍ଷିକୀରେ ଥ୍ରୋବ୍ୟାକ ଫଟୋ ସେୟାର କରି ହବିଙ୍କୁ ଶୁଭେଚ୍ଛା ଜଣାଇଲେ ପଟୌଦି ବଂଶର ବୋହୂ କରୀନା କପୁର ଖାନ ।

9. ମାତ୍ର ୨୯ ବର୍ଷରେ ଜୁନିଅର ଟିମ ଇଣ୍ଡିଆର ଏହି ପୂର୍ବତନ କ୍ୟାପଟେନଙ୍କ ପରଲୋକ

୧୯ ବର୍ଷରୁ କମ ଭାରତୀୟ ଟିମର ପୂର୍ବତନ କ୍ୟାପଟେନ ତଥା ସୌରାଷ୍ଟ୍ର ବ୍ୟାଟର ଅଭି ବାରୋତଙ୍କ ଅକାଳ ବିୟୋଗ । ହୃଦଘାତରେ ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁବେଳକୁ ତାଙ୍କୁ ୨୯ ବର୍ଷ ବୟସ ହୋଇଥିଲା ।

10. ଏସିଆ କପ୍‌ ଖେଳିବାକୁ ପାକିସ୍ତାନ ଗସ୍ତରେ ଯିବ ଟିମ ଇଣ୍ଡିଆ !

ଏସିଆ କପ୍‌ ୨୦୨୩ ସଂସ୍କରଣର ଆୟୋଜକ ମାନ୍ୟତା ପାକିସ୍ତାନକୁ ମିଳିଛି । ଏସିଆନ କ୍ରିକେଟ କାଉନସିଲ୍‌(ACC) ଚେୟାରମ୍ୟାନ ଜୟ ଶାହଙ୍କ ନେତୃତ୍ବରେ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

ABOUT THE AUTHOR

...view details