ଓଡିଶା

odisha

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Sep 23, 2021, 5:22 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1.Agni-V ପରୀକ୍ଷଣ; ଡରିବ ଡ୍ରାଗନ, ପାକିସ୍ତାନ ଛାତିରେ ଛନକା

ସୀମାରେ ଆତଙ୍କୀଙ୍କ ଉତ୍ପାତ ମଧ୍ୟରେ ଗୁରୁବାର ଭାରତର ପରଣାଣୁ ଶକ୍ତି ସମ୍ପନ୍ନ ICBM ଅଗ୍ନି-୫ର ହୋଇପାରେ ପରୀକ୍ଷାଣ ।

2.Weather Update: 26ରୁ ପ୍ରବଳ ବର୍ଷିବ, ଜାରି ହେଲା ୟେଲୋ ଓ୍ବାର୍ଣ୍ଣିଂ

24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ । କିଛି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ।

3.ଜଳକାରେ 4 ଘାଇ, ସ୍ଥିତି ଉପରେ ନଜର: ସର୍ବୋଚ୍ଚ ଯନ୍ତ୍ରୀ

ଲଗାଣ ବର୍ଷା ଯୋଗୁଁ ଉତ୍ତରର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରଭାହିତ ହେଉଛି ।

4.ଶେଷ ହେଲା ମାଓ ଅପରେସନ, ଜବତ ହେଲା ମାଓ ସାମଗ୍ରୀ

ଶେଷ ହେଲା ମାଲକାନଗିରି ଜିଲ୍ଲା କେରିମାଟି ଠାରେ ଚାଲିଥିବା ମାଓ ଅପରେସନ । ମାଓ ନେତାମାନେ ଖସି ପଳାଇଥିବା ବେଳେ ଶିବିର ସ୍ଥଳରୁ କିଛି ମାତ୍ରାର ମାଓ ସାମଗ୍ରୀ ଜବତ ହୋଇଛି।

5.ମହାରାଷ୍ଟ୍ରରେ ଛାତିଥରା ଘଟଣା; ନାବାଳିକାଙ୍କୁ ଗଣଦୁଷ୍କର୍ମ କଲେ ୩୦ ଅଭିଯୁକ୍ତ !

ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଘଟିଛି ଛାତିଥରା ଘଟଣା । ଜଣେ ନାବାଳିକାଙ୍କୁ ୩୦ ଜଣ ଗଣଦୁଷ୍କର୍ମ କରିଥିବା ସୂଚନା ମିଳିଛି । ଏହି ଦୁଷ୍କର୍ମକାରୀଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି କହିଛି ପୋଲିସ ।

6.ମୋଟୁ ଥାନା IIC ସୁଶାନ୍ତ ସାହୁ ଗିରଫ

କୋର୍ଟ ଚାଲାଣ ହେଲେ ମୋଟୁ ଥାନା ଅଧିକାରୀ । ୨ଲକ୍ଷ ୮୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଗିରଫ କରିଥିଲା ଭିଜିଲାନ୍ସ ଟିମ ।

7.ପ୍ରକାଶ ପାଇଲା +3 ଦ୍ୱିତୀୟ ପର୍ଯ୍ୟାୟ କଟ ଅଫ ମାର୍କ, ଆଗରେ ବିଜେବି କଲେଜ

ପ୍ରକାଶ ପାଇଲା ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ କଟ ଅଫ ମାର୍କ । ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ବିଜେବି କଲେଜ ।

8.ପୁସ୍ତକ ରଚନା କରି ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜିଲେ କୋରାପୁଟ ଯୁବକ

ଇଂରାଜୀ ପୁସ୍ତକ ‘15 ସାଇଣ୍ଟିଫିକ ସିକ୍ରେଟ୍ସ ଅଫ ୟୋର ଏକ୍ସଟ୍ରା ଅର୍ଡିନାରୀ ମାଇଣ୍ଡ’ ବର୍ତମାନ କୋରାପୁଟର ଯୁବକ କେଦାର ପଣ୍ଡାଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟ ପାଠକ ମହଲରେ ବେଶ ଆଦୃତ କରାଇପାରିଛି ।

9.ଜୀବନ ଜୀବିକା ଅଧିକାର ପାଇଁ ରାଜରାସ୍ତାରେ ମିଳିତ ଧାରଣା

ଜୀବନ ଜୀବିକା ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ରାଜରାସ୍ତାରେ କଂଗ୍ରେସ, CPI, CPIM ସମେତ 20ଟି ରାଜନୈତିକ ଦଳ କରିଛନ୍ତି ଆନ୍ଦୋଳନ ।

10.ବିଶ୍ବର ୧୮୫ ଦେଶରେ ବ୍ୟାପିଛି ଡେଲଟା ଭ୍ୟାରିଆଣ୍ଟ: WHO

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ରିପୋର୍ଟ ଅନୁସାରେ ବିଶ୍ବର ପ୍ରାୟ ୧୮୫ ଦେଶରେ ଡେଲଟା ଭ୍ୟାରିଆଣ୍ଟ ବ୍ୟାପିଥିବା ଜଣାପଡ଼ିଛି ।

ABOUT THE AUTHOR

...view details