ଓଡିଶା

odisha

ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Sep 20, 2021, 5:04 PM IST

Updated : Sep 20, 2021, 5:22 PM IST

1.ଏମ୍ସରେ ଉତ୍ତେଜନା, ବାପାଠୁ ଲୁଚାଇ ନେଉଥିଲେ ପୁଅ ମୃତଦେହ !

ମରିଗଲା ମାନବିକତା, ଶବ ବ୍ୟବଛେଦ ଗୃହରୁ ବାପାଠାରୁ ପୁଅ ମୃତଦେହ ଲୁଚାଇ ନେଉଥିଲା ଡାକ୍ତରଖାନା ପ୍ରଶାସନ । ମୃତଦେହ ଲୁଚାଇ ନେଇଯାଉଥିବା ବେଳେ ଡାକ୍ତରଖାନା ଚାପା ଉତ୍ତେଜନା ଦେଖା ଦେଇଛି ।

2.ଓଡିଶା ମୁହାଁ ସିରିଜ ଘୁର୍ଣ୍ଣିବଳୟ, ପ୍ରବଳ ବର୍ଷା ଆଶଙ୍କା

ରାଜ୍ୟରେ ପୁଣି ଦାନା ବାନ୍ଧୁଛି ଲଘୁଚାପ । ଆସୁଛି ସିରିଜ ଘୁର୍ଣ୍ଣିବଳୟ । ପ୍ରବଳ ବର୍ଷା ଆଶଙ୍କା କଲା ପାଣିପାଗ ବିଭାଗ ।

3.ଇ-ଶ୍ରମ ପୋର୍ଟାଲ ପଞ୍ଜୀକରଣ: ସାରା ଦେଶର ୧ କୋଟି ୩ ଲକ୍ଷ, ଓଡିଶାର ୨୧ ଲକ୍ଷ

ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କର ପଞ୍ଜୀକରଣ ଲାଗି କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା ଇ-ଶ୍ରମ ପୋର୍ଟାଲକୁ ଖୁବ କମ ଦିନରେ ଉତ୍ସାହପ୍ରଦ ସମର୍ଥନ ମିଳିଛି।

4.ଋଷିଆ ବିଶ୍ବବିଦ୍ୟାଳୟରେ ଛାତ୍ରଙ୍କ ଗୁଳିକାଣ୍ଡ; ୮ ମୃତ, ବନ୍ଧୁକଧାରୀ ଅଟକ

ଋଷିଆର ପର୍ମ ସିଟିରେ ଥିବା ବିଶ୍ବବିଦ୍ୟାଳୟରେ ପଢୁଥିବା ଜଣେ ଛାତ୍ର ଆଖି ପିଛୁଳାକେ ଗୁଳିବର୍ଷଣ କରିଛି । ଏଥିରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

5.ଗିରଫ ଭୟରେ କୋର୍ଟରେ ପହଞ୍ଚିଲେ କଙ୍ଗନା

ଲିରିସିଷ୍ଟ ଜାଭେଦ ଅଖତରଙ୍କ ମାନହାନୀ ମାମଲା । ଆଜି(ସୋମବାର) କୋର୍ଟରେ ପହଞ୍ଚିଛନ୍ତି କଣ୍ଟ୍ରୋଭର୍ସି କ୍ବିନ କଙ୍ଗନା । କୋର୍ଟରେ ହାଜନ ନ ହେଲେ ତାଙ୍କୁ ଗିରଫ କରାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

6.ଆଫଗାନରେ IPL ପ୍ରସାରଣ ବ୍ୟାନ୍‌ କଲା ତାଲିବାନ, କାରଣ ଜାଣିଲେ ହସିହସି ହେବେ ବେଦମ୍...

ସମ୍ଭାବ୍ୟ 'ଇସଲାମ ବିରୋଧୀ କଣ୍ଟେଟ୍‌' ଦର୍ଶାଇ ଆଫଗାନିସ୍ତାନରେ ଆଇପିଏଲ ମ୍ୟାଚ୍‌ ପ୍ରସାରଣ ଉପରେ ରୋକ୍‌ ଲଗାଇଛି ତାଲିବାନ ।

7.ଚର୍ଚ୍ଚାରେ ବାଲୁକାଶିଳ୍ପୀ ସୁବଳ: ଭୁୟସୀ ପ୍ରଶଂସା କଲେ ସୁପ୍ରିମକୋର୍ଟ ବିଚାରପତି

ବାଲୁକାଶିଳ୍ପୀ ସୁବଳ ମହାରଣାଙ୍କ ବାଲୁକା କଳାକୁ ଭୁୟସୀ ପ୍ରଶଂସା କଲେ ସୁପ୍ରିମକୋର୍ଟ ବିଚାରପତି ବିନୀତ ଶରଣ l

8.ଆଜିଠୁ ଯୁକ୍ତ ତିନି ଦ୍ବିତୀୟ ବର୍ଷ କ୍ଲାସରୁମରେ ପାଠପଢ଼ା ଆରମ୍ଭ

ଆଜି(ସୋମବାର)ଠୁ ଯୁକ୍ତ ୩ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମରେ ପାଠପଢା ଆରମ୍ଭ ହେବାକୁ ଯାଉଛି

9.ମିଳିଲା ନିଖୋଜ ଛାତ୍ର ଜ୍ୟୋତିପ୍ରକାଶଙ୍କ ମୃତଦେହ, ପରିବାରକୁ ମିିଳିବ ୪ ଲକ୍ଷର ସହାୟତା

ମିଳିଲା ନିଖୋଜ ଛାତ୍ର ଜ୍ୟୋତି ପ୍ରକାଶଙ୍କ ମୃତଦେହ । ପଞ୍ଚଶଖା ନଗରରୁ ମୃତଦେହ ଉଦ୍ଧାର ।

10.ବହୁଚର୍ଚ୍ଚିତ ଯଦୁପୁର ନାବାଳିକା ହତ୍ୟା ଘଟଣା, ଆଜି କୋର୍ଟରେ ସାକ୍ଷ୍ୟ ଗ୍ରହଣ

ବହୁଚର୍ଚ୍ଚିତ ନାବାଳିକା ପରୀ ହତ୍ୟାକାଣ୍ଡ ମାମଲା । ଆଜି(ସୋମବାର) କୋର୍ଟରେ ହେବ ସାକ୍ଷ୍ୟ ଗ୍ରହଣ ।

Last Updated : Sep 20, 2021, 5:22 PM IST

ABOUT THE AUTHOR

...view details