ଓଡିଶା

odisha

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Sep 15, 2021, 5:00 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବରTOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1.ଲଗାଣ ବର୍ଷାରେ କ୍ଷତିଗ୍ରସ୍ତଙ୍କୁ ମିଳିବ ସହାୟତା ରାଶି, ବନ୍ୟା ଆଶଙ୍କା

ମହାନଦୀରେ ଛୋଟ ବା ମଧ୍ୟମ ଧରଣର ବନ୍ୟା ଆସିବା ନେଇ ଆଶଙ୍କା ।

2.ଏଥର ଘରେ ନୁହେଁ, ଷ୍ଟାଡିୟମରେ IPL ମ୍ୟାଚ୍‌ ଦେଖିବେ ଦର୍ଶକ

ଦ୍ବିତୀୟ ପର୍ଯ୍ୟାୟ IPL ପାଇଁ ଷ୍ଟାଡିୟମ ଭିତରେ ଫ୍ୟାନମାନଙ୍କୁ ମ୍ୟାଚ ଦେଖିବାକୁ ଅନୁମତି ଦିଆଯିବ । ଏହାକୁ ନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି ।

3.ଦିଦିଙ୍କ ଦରମା ୭୫୦୦ ହେଲେ ସେ ଅଚଳାଚଳ ସମ୍ପତ୍ତିର ମାଲିକାଣୀ, ଗିରଫ କଲା ଭିଜିଲାନ୍ସ

ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହେଲେ କୋଟିପତି ଅଙ୍ଗନବାଡି ଦିଦି । ଗତକାଲି ଭିଜିଲାନ୍ସର ରେଡ୍ ପରେ ଏହି ଅଙ୍ଗନବାଡି କର୍ମୀଙ୍କ 4 କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି ।

4.'ଓଡ଼ିଶା କୃଷକଙ୍କ ଆୟ ଦ୍ବିଗୁଣିତ କରିବା ରାଜ୍ୟ ସରକାରଙ୍କ ବାହାସ୍ଫୋଟ'

ଓଡ଼ିଶାର କୃଷକମାନଙ୍କ ଆୟ ଦ୍ବିଗୁଣିତ କରିବା ରାଜ୍ୟ ସରକାରଙ୍କ ବାହାସ୍ଫୋଟ । କେନ୍ଦ୍ର ସରକାରଙ୍କ ସର୍ଭେ ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ।

5.ଦେଶରେ ସିରିଜ ବିସ୍ଫୋରଣ ଷଡଯନ୍ତ୍ର: ୪ ଆତଙ୍କୀଙ୍କୁ ରିମାଣ୍ଡରେ ନେଲା ଦିଲ୍ଲୀ ପୋଲିସ

୪ ଜଣ ଆତଙ୍କବାଦୀଙ୍କୁ ରିମାଣ୍ଡରେ ନେଇଛି ଦିଲ୍ଲୀ ପୋଲିସ । ମଙ୍ଗଳବାର ଗିରଫ ହୋଇଥିଲେ ୬ ଆତଙ୍କବାଦୀ ।

6.ଅଟୋ ସେକ୍ଟରକୁ ସରକାର ଯୋଗାଇଲେ ଇନ୍ଧନ, ସୃଷ୍ଟି ହେବ 7.5 ଲକ୍ଷ ନିଯୁକ୍ତି

ଅଟୋ ଏବଂ ଡ୍ରୋନ ଶିଳ୍ପ ପାଇଁ ୨୬,୦୫୮ କୋଟି ଟଙ୍କାର ପିଏଲଆଇ ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ ମିଳିଥିବା ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ।

7.ଶଙ୍ଖ ଧରିଲେ ପୂର୍ବତନ କଂଗ୍ରେସ ବିଧାୟକ ଚନ୍ଦ୍ରଶେଖର ମାଝୀ

ବିଜେଡିରେ ସାମିଲ ହେଲେ ପୂର୍ବତନ କୋଟପାଡ ବିଧାୟକ ଚନ୍ଦ୍ରଶେଖର ମାଝୀ । ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ଶଙ୍ଖ ଧରିଛନ୍ତି ଚନ୍ଦ୍ର ଶେଖର ମାଝୀ ।

8.ନାଳରେ ଏକାଠି ପଶିଲେ ପିଲାଠୁ ବୁଢା, ମାଛ ପାଇଁ ଭୁଲିଗଲେ କୋରୋନା କଟକଣା

ଲଗାଣ ବର୍ଷାରେ ରାଜ୍ୟରେ ଦୁର୍ଦ୍ଦଶା ବଢି ଚାଲିଥିବାବେଳେ ଅନୁଗୋଳ ଜିଲ୍ଲାରେ ନଜରକୁ ଆସିଲା ଭିନ୍ନ ଚିତ୍ର । ନାଳରେ ପଶି ମାଛ ଧରିଲେ ଶହଶହ ଲୋକ ।

9.ଶଙ୍ଖ ଧରିଲେ ଚନ୍ଦ୍ରଶେଖର ମାଝୀ, ଦଳ ଉପରେ ପ୍ରଭାବ ପଡ଼ିବନି କହିଲେ ନିରଞ୍ଜନ

ହାତ ଛାଡି ଶଙ୍ଖ ଫୁଙ୍କିଛନ୍ତି ଚନ୍ଦ୍ରଶେଖର ମାଝୀ । ତେବେ ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

10.ଅଡୁଆରେ ଭୂପେନ୍ଦ୍ର ପଟେଲ; କ୍ୟାବିନେଟ ପରିବର୍ତ୍ତନକୁ ନେଇ କେଁ, ଘୁଞ୍ଚିଲା ଶପଥ ଗ୍ରହଣ ଉତ୍ସବ

ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲ ଶପଥ ଗ୍ରହଣ କରିବାର ୨ ଦିନ ପରେ ଆଜି କ୍ୟାବିନେଟ ବିସ୍ତାର କରିପାରନ୍ତି । କିନ୍ତୁ କ୍ୟାବିନେଟ ପୁନର୍ଗଠନକୁ ନେଇ ଏବେ ଅଟକିଛି ମାମଲା ।

ABOUT THE AUTHOR

...view details