ଓଡିଶା

odisha

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Aug 26, 2021, 5:02 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଆସନ୍ତାବର୍ଷ ଆଦର୍ଶ ଗୁରୁକୁଳ କାର୍ଯ୍ୟକ୍ଷମ ଲକ୍ଷ୍ୟ

ଆଜି ବସିଛି ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ । ଆସନ୍ତାବର୍ଷ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ କାର୍ଯ୍ୟକ୍ଷମ କରିବାକୁ ବୈଠକରେ ଲକ୍ଷ୍ୟ ।

2.୫ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଧଉଳିଗିରି

5 ମାସ ପରେ ଖୋଲିଛି ଧଉଳିଗିରିର ଶାନ୍ତିସ୍ତୁପ । ଏନେଇ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା ।

3.ତୃତୀୟ ଲହର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଭୁବନେଶ୍ବର AIIMS’

ତୃତୀୟ ଲହର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଭୁବନେଶ୍ବର AIIMS । ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ସହ ହୋଇଛି ପୂର୍ଣ୍ଣ ପ୍ରସ୍ତୁତି । ସୂଚନା ଦେଲେ ନିର୍ଦ୍ଦେଶିକା

4.New Drone Policy: ନୂଆ ଡ୍ରୋନ ନିୟମ ଘୋଷଣା କଲେ କେନ୍ଦ୍ର ସରକାର

ନୂଆ ଡ୍ରୋନ ପଲିସି(New Drone Policy) ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଡ୍ରୋନ କ୍ଷେତ୍ରରେ ଲାଗୁ ଅନେକ ନିୟମରେ କରାଯାଇଛି ପରିବର୍ତ୍ତନ ।

5.OSSSC RI ପରୀକ୍ଷା ପାଇଁ ସ୍ୱତନ୍ତ୍ର ଭାବେ ଗଡିବ 'ମୋ ବସ୍'

OSSSC RI ପରୀକ୍ଷାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସହଜ ଯାତାୟତ ପାଇଁ କ୍ରୁଟ୍ ସ୍ୱତନ୍ତ୍ର ମୋ ବସ୍ ସେବା ଯୋଗାଇବ ।

6 .ପିପିଲି ଉପନିର୍ବାଚନ ପାଇଁ ଫିଟିଲା ବାଟ, ରାଜନୈତିକ ଦଳର ମତାମତ ଲୋଡ଼ିଲେ EC

5.ଖୁବଶୀଘ୍ର ହୋଇପାରେ ପିପିଲି ଉପନିର୍ବାଚନ । ସମସ୍ତ ରାଜନୈତିକ ଦଳଗୁଡିକର ମତାମତ ଲୋଡିଛନ୍ତି ନିର୍ବାଚନ କମିଶନ

7.ନାରାୟଣ ରାଣେଙ୍କ ମୁଣ୍ଡ କାଟିଲେ ମିଳିବ ୫୧ ଲକ୍ଷ: ଅରୁଣ ପାଠକ

କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ପୁଣି ସେ ଚର୍ଚ୍ଚାକୁ ଆସିଛନ୍ତି ବିଶ୍ବ ହିନ୍ଦୁ ସେନାର ଅଧ୍ୟକ୍ଷ ଅରୁଣ ପାଠକ

8.ମଦର ଟେରେସାଙ୍କ ୧୧୧ତମ ଜୟନ୍ତୀ, ସେବା ପାଇଁ ସମର୍ପି ଦେଇଥିଲେ ଜୀବନ

ମାନବ ସେବା ହିଁ ମାଧବ ସେବା ଭାବି ନିଜକୁ ଜୀବନ ସାରା ଅନ୍ୟର ସେବାରେ ନିୟୋଜିତ କରିଥିଲେ ମଦର ଟେରେସା ।

9.ଜନ୍ମ କଲା ଝିଅଙ୍କ ସହ ଦୁଷ୍କର୍ମ କରୁଥିଲା ସୈତାନ ବାପା, ୨ ଥର ଆଜୀବନ କାରାଦଣ୍ଡାଦେଶ ଦେଲେ କୋର୍ଟ

ବାପା ନାଁରେ କଳଙ୍କ । ଝିଅଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ନିଜେ ସାଜିଥିଲା ସଇତାନ । ସ୍ତ୍ରୀ ସହ ଝଗଡ଼ା କରି ୨ ଝିଅଙ୍କ ସହ କରିଥିଲା ଦୁଷ୍କର୍ମ ।

10.ଆସନ୍ତାକାଲିଠୁ SCBରେ ଆରମ୍ଭ ହେବ ECMO ସେବା

ଆସନ୍ତାକାଲି ଏସସିବି ବଡ଼ ମେଡ଼ିକାଲରେ ଏକମୋ ମେସିନର ହେବ ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ ।

ABOUT THE AUTHOR

...view details