ଓଡିଶା

odisha

ETV Bharat / bharat

TOP NEWS @5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - TOP NEWS @5PM

ନଜର ପକାନ୍ତୁ NEWS @5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @5PM
TOP NEWS @5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Aug 3, 2021, 5:00 PM IST

1.CBSE 10th Result: ଓଡିଶାରୁ ପାସହାର ୯୯.୬୨%

ସିବିଏସଇ ଦଶମ ବୋର୍ଡ ପରୀକ୍ଷା । ଓଡିଶାରୁ ସିବିଏସଇ ଦଶମ ବୋର୍ଡ ପରୀକ୍ଷା ଦେଇଥିଲେ ୪୩, ୬୩୦ ଜଣ ଛାତ୍ରଛାତ୍ରୀ । ପାସ କଲେ ୪୩, ୨୮୮ ଜଣ ।

2.ବିବାହ ଦିନ ବର ଫେରାର, କନିଆଁର ଝୁଲନ୍ତା ମୃତଦେହ ଉଦ୍ଧାର

ବିବାହ ଦିନ ଘର ଭିତରୁ କନ୍ୟାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ପନେଇଲ କଲୋନୀ ସାହିରେ ଘଟିଛି ଏହି ଅଭାବନୀୟ ଘଟଣା ।
3.ACF ସୌମ୍ୟଙ୍କ ମୃତ୍ୟୁ ଘଟଣା, ପତ୍ନୀ ବିଦ୍ୟାଙ୍କ ଘରେ ପୋଲିସ

ACF ସୌମ୍ୟଙ୍କ ମୃତ୍ୟୁ ଘଟଣା । ଅଧିକ ତଥ୍ୟ ପାଇଁ ମୟୂରଭଞ୍ଜ ସ୍ଥିତ ବିଦ୍ୟାଙ୍କ ଘରେ ପହଞ୍ଚିଛି ପାରଳାଖେମୁଣ୍ଡି ପୋଲିସ ।
4.OSSCରେ ଚାକିରି କେଳେଙ୍କାରୀ, ଭିଜିଲାନ୍ସରେ ପରୀକ୍ଷାର୍ଥୀଙ୍କ ଅଭିଯୋଗ

OSSCରେ ଚାକିରି କେଳେଙ୍କାରୀ ହୋଇଥିବା ନେଇ ଭିଜିଲାନ୍ସରେ ଅଭିଯୋଗ ଆଣିଲେ ପୂର୍ବତନ ପରୀକ୍ଷାର୍ଥୀ ।
5.ଅଗଷ୍ଟ ୧୫ରେ ଅତିଥି ହେବେ ଅଲମ୍ପିକ ଆଥଲେଟ୍‌

ସ୍ବାଧୀନତା ଦିବସ ଅବସରରେ ସମ୍ପୂର୍ଣ୍ଣ ଭାରତୀୟ ଅଲମ୍ପିକ ଦଳକୁ ଲାଲ କିଲ୍ଲାକୁ ବିଶେଷ ଅତିଥି ଭାବେ ଆମନ୍ତ୍ରିତ କରିବେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ନିଜ ବାସ ଭବନରେ ଆଥଲେଟଙ୍କୁ କରିବେ ସାକ୍ଷାତ ।

6.ବିରୋଧୀଙ୍କ ଆଚରଣ ସଂସଦ ଓ ଲୋକତନ୍ତ୍ର ବିରୋଧୀ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ କହିଛନ୍ତି ବିରୋଧୀଙ୍କ ପାଖରେ କୌଣସି ମୁଦ୍ଦା ନଥିବାରୁ ଜାଣିଶୁଣି ଗୃହକୁ ଅଚଳ କରୁଛନ୍ତି । ଯାହା ସଂସଦ, ସମ୍ବିଧାନ, ଗଣତନ୍ତ୍ର ଓ ଜନତାଙ୍କ ପ୍ରତି ଅପମାନ । ଏହାସହ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ମୋଦି ।

7.#JeeneDo: ସମାଜର ବିଚାରଧାରା ବଦଳିଲେ ସୁରକ୍ଷିତ ରହିବେ ମହିଳା-ନିର୍ଭୟାଙ୍କ ମା'

ଗୋଆ ସମୁଦ୍ରକୂଳରେ ୨ ଜଣ ଗୋଆ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିଲା । ରାତିସାରା ଶିଶୁଟିଏ ସମୁଦ୍ରକୂଳରେ ରହିଲେ ଏହାକୁ ପିତାମାତା ବିଚାର କରିବା ଆବଶ୍ୟକ ବୋଲି କହିଥିଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । ଏହି ମନ୍ତବ୍ୟକୁ ଦେଇ ଇଟିଭି ଭାରତ ଗଣଦୁଷ୍କର୍ମ ପୀଡିତା ନିର୍ଭୟା ମାଆ ଆଶା ଦେବୀଙ୍କ ସହିତ ଆଲୋଚନା କରିଥିଲା ।
8.#JeeneDo: ରାତିରେ ମହିଳା ବାହାରେ ବୁଲିବା କ'ଣ ଆବଶ୍ୟକ- ADV. AP Singh

ଦେଶରେ ବଢୁଥିବା ଦୁଷ୍କର୍ମ ମାମଲାରେ ନିର୍ଭୟା ଗଣଦୁଷ୍କର୍ମ ମାମଲାରୁ ଚର୍ଚ୍ଚାରେ ଆସିଥିବା ଆଇନଜୀବୀ ଏପି ସିଂହ ଇଟିଭି ଭାରତ ସହିତ ଆଲୋଚନା କରିଛନ୍ତି ।

9.Tokyo Olympics: ବ୍ରୋଞ୍ଜ ପଦକ ମ୍ୟାଚରେ କଣ କରିବେ ଭାରତୀୟ ପୁରୁଷ ହକି ଟିମ

ସେମିଫାଇନାଲରେ ବେଲଜିୟମ ଠାରୁ ୨-୫ରେ ହାରିବା ପରେ ବ୍ରୋଞ୍ଜ ପଦକ ମ୍ୟାଚ ଖେଳିବ ମନପ୍ରୀତ ସିଂହଙ୍କ ଟିମ ।
10.Eng vs Ind: ବୁଧବାରଠୁ ପ୍ରଥମ ଟେଷ୍ଟ, ଟିମ ଇଣ୍ଡିଆର ଓପନିଂ ଟେନସନ୍‌

ବିରାଟ କୋହଲି ଭାରତର ସବୁଠୁ ସଫଳତମ ଟେଷ୍ଟ କ୍ୟାପଟେନ ହୋଇଥିଲେ ମଧ୍ୟ ଏଯାବତ ଇଂଲିସ ମାଟିରେ ସଫଳତାର ସ୍ବାଦ ଚାଖିପାରିନାହାନ୍ତି ।

For All Latest Updates

ABOUT THE AUTHOR

...view details