ଓଡିଶା

odisha

By

Published : Jul 10, 2021, 6:06 PM IST

ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...
ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

1.ଏୟାରଲିଫ୍ଟ ଯୋଗେ ଭୁବନେଶ୍ବରରେ ପହଞ୍ଚିଲେ 2 ଆହତ ଯବାନ, ଜଣେ ଗୁରୁତର

ସୀମାରେ ସୁରକ୍ଷାକର୍ମୀ ଓ ନକ୍ସଲ ଗୁଳିବିନିମୟ ହୋଇଥିବା ସୂଚନା ମିଳିବା ସହ ଏଥିରେ ଦୁଇ ଆହତ ହୋଇଛନ୍ତି । ଦୁଇ ଯବାନଙ୍କୁ ଏୟାରଲିଫ୍ଟ କରାଯାଇ ଭୁବନେଶ୍ବର ଏମ୍ସ ଅଣାଯାଇଛି ।

2.କଟକରେ କାୟା ମେଲାଉଛି ଡେଙ୍ଗୁ, ସଚେତନ ନହେଲେ ଗଡିପାରେ ମୁଣ୍ଡ

କୋରୋନା ପ୍ରକୋପ ମଧ୍ୟରେ ଚିନ୍ତା ବଢାଇଲାଣି ଡେଙ୍ଗୁ । ଗୋଟିଏ ସପ୍ତାହ ମଧ୍ୟରେ ସିଲଭରସିଟିରୁ 10 ରୋଗୀ ଚିହ୍ନଟ । ସେପଟେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି CMC କମିଶନର ।

3.ବିଧବା ମହିଳାଙ୍କୁ ଶାଶୁଘରେ ନିର୍ଯାତନା, ଅଭିଯୋଗ ଶୁଣୁନି ପୋଲିସ

ବିଧବା ମହିଳାଙ୍କୁ ଘରେ ରଖାଇ ଦେଉନାହାନ୍ତି ଶାଶୁଘର ଲୋକେ। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ କୌଣସି କଯ୍ୟାନୁଷ୍ଠାନ ନ ନେବାରୁ ବାଧ୍ୟ ହୋଇ ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ଅସହାୟ ମହିଳା ।

4.ମହାପ୍ରଭୁଙ୍କ ଶେଷ ଦେବଦାସୀଙ୍କ ଦେହାନ୍ତ

ମହାପ୍ରଭୁଙ୍କ ଶେଷ ଦେବଦାସୀ ପରଶମଣିଙ୍କ ମୃତ୍ୟୁ ଘଟିଛି । ବୟସାଧିକ ଓ ବାର୍ଦ୍ଧକ୍ୟଜନିତ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

5.କାର ଭିତରେ ଗଞ୍ଜେଇ ଚାଲାଣ, କୋଲକାତା ଗଲାବେଳେ NHରୁ ଜବତ କଲା STF

ଗଞ୍ଜେଇ ଚାଲାଣକାରୀଙ୍କ ଖୁଲମ ଖୁଲା ଚାଲାଣ । NH ଉପରେ 1 କ୍ବିଣ୍ଟାଲ ଗଞ୍ଜେଇ ଚାଲାଣ ବେଳେ ଧରିଲା ଏସଟିଏଫ ଟିମ ।

6.କୋଭିଡ ମେଡ଼ିସିନକୁ ନେଇ ଆସିଲା ବଡ ତଥ୍ୟ

କୋରୋନା ରୋଗରୁ ଶୀଘ୍ର ମିଳିବ ମୁକ୍ତି । ମାତ୍ର 8 ଦିନରେ କୋରୋନାରୁ ସୁସ୍ଥ ହେବେ ଆକ୍ରାନ୍ତ । କାରଣ ମାର୍କେଟକୁ ଖୁବ୍ ଶୀଘ୍ର ଆସିବ ମଲ୍ନୁପିରାଭିର ।

7.Uniform civil code କାର୍ଯ୍ୟକାରୀ କରିବାର ସମୟ ଆସିଛି: ଦିଲ୍ଲୀ ହୋଇକୋର୍ଟ
ଶୁକ୍ରବାର ଏକ ଛାଡପତ୍ର ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଦେଶରୁ ଧୀରେ ଧୀରେ ଜାତି, ଧର୍ମ, ବର୍ଣ୍ଣ, ସମାଜ ଉପରକୁ ଉଠିଲେଣି ଲୋକେ । ତେଣୁ ବର୍ତ୍ତମାନ ୟୁନିଫର୍ମ ସିଭିଲ କୋଡର ଆବଶ୍ୟକତା ରହିଛି ।

8.70 ବର୍ଷରେ ବିଜେପିର ଦିଗଜ ରାଜନାଥ ସିଂ

ଆଜି ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ 70ତମ ଜନ୍ମଦିନ । ଜନ୍ମଦିନ ଅବସରେରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର କ୍ୟାବିନେଟ ସହଯୋଗୀ ଓ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

9.ସାନ ପୁଅର ନାମକରଣ କଲେ ସୈଫିନା

ସାନ ପୁଅର ନାମକରଣ କଲେ ବଲିଉଡର ଷ୍ଟାର କପଲ ସୈଫ ଅଲ୍ଲୀ ଖାନ୍ ଏବଂ କରିନା କପୁର । ଉଭୟ ମିଶି ସାନ ପୁଅର ନାମ ରଖିଛନ୍ତି ‘ଜେହ୍’ ।

10.କ୍ରିକେଟରୁ ଦ୍ରୁତ ବୋଲର ପଙ୍କଜ ସିଂହଙ୍କ ସନ୍ୟାସ

ବର୍ଷ 2010ରେ ଜିମ୍ବାୱେରେ ତ୍ରିଦେଶୀୟ ସିରିଜରେ ଶ୍ରୀଲଙ୍କା ବିପକ୍ଷରେ ଏକମାତ୍ର ଦିନିକିଆ ମ୍ୟାଚ୍‌ ଖେଳିଥିଲେ । 2014ରେ ଇଂଲଣ୍ଡ ବିପକ୍ଷରେ ଦୁଇଟି ଟେଷ୍ଟ ଖେଳିବା ସହ ଦୁଇଟି ୱିକେଟ ଅକ୍ତିଆର କରିଥିଲେ ପଙ୍କଜ ସିଂହ ।

ABOUT THE AUTHOR

...view details