ଓଡିଶା

odisha

By

Published : Jul 4, 2021, 5:08 PM IST

ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...
ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

1.ସୌମ୍ୟଙ୍କ ପରେ ଭର୍ତ୍ତୃହରିଙ୍କ ଏଡିଟୋରିଆଲ ଆର୍ଟାକ; ଦଳରେ ଭିନ୍ନମତ କଣ ଦଳ ବିରୋଧୀ ?

ସମ୍ପାଦକୀୟରେ ବରିଷ୍ଠ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଟାର୍ଗେଟ ପରେ ଏବେ ବାଣ ମାରିଛନ୍ତି ଭର୍ତ୍ତୃହରି ମହତାବ । ଏକ ଛପା ଗଣମାଧ୍ୟମରେ ଭର୍ତ୍ତୃହରିଙ୍କ ଲିଖିତ ସମ୍ପାଦକୀୟ, ଦଳରେ ଭିନ୍ନମତ କଣ ନେତା ବିରୋଧୀ ?

2.ରାଜ୍ୟରେ ଏକ କୋଟି ପାର କଲା ପ୍ରଥମ ଡୋଜ ଟୀକାକରଣ

ଏକ କୋଟି ମାଇଲଖୁଣ୍ଟ ଅତିକ୍ରମ କଲା ପ୍ରଥମ ଡୋଜ ଟୀକାକରଣ । ରାଜ୍ୟରେ ଟୀକାକରଣକୁ ପ୍ରାଥମିକତା ଦିଆଯାଉଥିବା ବେଳେ ଆଜି କୋରୋନା ଟୀକାର ପ୍ରଥମ ଡୋଜ ଏକ କୋଟି ପାର ହୋଇଛି।

3.ପଞ୍ଜୀକରଣ ପୋର୍ଟାଲ ନ ଦେଖି ଦିଆଗଲା ଭୁଲ ଟିକା, ମହିଳା ଗୁରୁତର

କାଶୀ ନଗରର ବାସିନ୍ଦା ସାଧନା ଜଡମେଙ୍କୁ କୋଭିଡ 19ର ଦୁଇଟି ଭିନ୍ନ ଟିକା ଦିଆଯାଇଛି । ପ୍ରଥମଟି କୋଭିସିଲ୍ଡ ଏବଂ ଦ୍ୱିତୀୟଟି କୋଭାକ୍ସିନ ଟିକା ଦିଆଯାଇଛି । ଘରକୁ ଫେରି ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ।

4.ରାଜ୍ୟରେ ହାଇସ୍କୁଲ ପରେ ପାଠ ଛାଡୁଛନ୍ତି 24% ଛାତ୍ରଛାତ୍ରୀ

ରାଜ୍ୟରେ ହାଇସ୍କୁଲ ପରେ 24 ପ୍ରତିଶତ ଛାତ୍ରଛାତ୍ରୀ ପାଠପଢା ଛାଡୁଛନ୍ତି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି ।

5.ନଭେମ୍ବର ଯାଏଁ କଟକଣା ଜାରି ରହିବା ଆବଶ୍ୟକ: ସ୍ବାସ୍ଥ୍ୟ ବିଶେଷଜ୍ଞ

ସାମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ନଭେମ୍ବର ମାସ ପର୍ଯ୍ୟନ୍ତ କଟକଣା ଜାରି ରହିବା ଆବଶ୍ୟକ । ଟିକା ପାଇଁ ଅନାଗ୍ରହ ବ୍ୟକ୍ତି ତୃତୀୟ ଲହର ସଂକ୍ରମଣର ସୁପରସ୍ପେଡର ହେବେ ।

6.ତୃତୀୟ ଲହରରେ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା: ସ୍ବାସ୍ଥ୍ୟମନ୍ତ୍ରୀ

ରାଜ୍ୟରେ ତୃତୀୟ ଲହରର ଆଶଙ୍କା ରହିଛି । ଏହାର ମୁକାବିଲା କରିବାକୁ ରାଜ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ।

7.ହଜାର ଗଛ କଟିଲା ଗୋଟିଏ ବି ଲାଗିଲାନି, ଅସନ୍ତୁଷ୍ଟ ସୁବର୍ଣ୍ଣପୁରବାସୀ

ଦିନକୁ ଦିନ ମରୁଭୂଇଁରେ ପରିଣତ ହେବାକୁ ଯାଉଛି ଐତିହାସିକ ସହର ସୁବର୍ଣ୍ଣପୁର । ହଜାର ହଜାର ସଂଖ୍ୟାରେ ସହରର ଗଛ କାଟି ଦିଆଯାଉଥିବା ବେଳେ ଗୋଟିଏ ହେଲେ ବି ଗଛ ଲଗାଯାଇ ପାରୁନାହିଁ ।

8.ସୁସ୍ଥ ହେଉଛନ୍ତି ନାସିରଉଦ୍ଦୀନ ଶାହ

ବଲିଉଡର ଲୋକପ୍ରିୟ ଅଭିନେତା ନାସିରଉଦ୍ଦୀନ ଶାହଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ମେଡିକାଲ ପକ୍ଷରୁ ସୂଚନା ମିଳିଛି ।

9.ଜେଲରେ ଟିଭି ଡିମାଣ୍ଡ କଲେ ସୁଶୀଲ କୁମାର

କୁସ୍ତି ଖେଳାଳୀ ସାଗର ଧନକରଙ୍କ ହତ୍ୟା ଅଭିଯୋଗରେ ତିହାଡ଼ ଜେଲରେ ରହିଛନ୍ତି ଭାରତୟୀ କୁସ୍ତି ତାରକା ସୁଶୀଲ କୁମାର । ଜେଲରେ ଏକାଏକା ଲାଗୁଥିବାରୁ ବର୍ତ୍ତମାନ ସେ ଜେଲ କର୍ତ୍ତୃପକ୍ଷରୁ ଏକ ଟିଭି ଦେବାକୁ ଡିମାଣ୍ଡ କରିଛନ୍ତି ।

10.ୱିମ୍ବଲଡନ: ମିକ୍ସଡ ଡବଲ୍ସ ତୃତୀୟ ରାଉଣ୍ଡରେ ସାନିଆ-ବୋପାନ୍ନା

ଚଳିତ ୱିମ୍ବଲଡନ 2021 ଟୁର୍ଣ୍ଣାମେଣ୍ଟର ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ମିକ୍ସଡ ଡବଲ୍ସ ଯୋଡି ସାନିଆ ମୀର୍ଜା ଓ ରୋହନ ବୋପାନ୍ନା ।

ABOUT THE AUTHOR

...view details