ଓଡିଶା

odisha

ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @ 5PM
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର @ 5PM

By

Published : May 3, 2021, 5:05 PM IST

1.ପିପିଲି ଉପନିର୍ବାଚନ ଘୁଞ୍ଚାଇବା ପ୍ରସଙ୍ଗ; 7ରେ ପରବର୍ତ୍ତୀ ଶୁଣାଣି

ପିପିଲି ଉପନିର୍ବାଚନ ଘୁଞ୍ଚାଇବାକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜ୍ଜୁ ହୋଇଛି । ଆସନ୍ତା 7 ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ।

2.ଲକଡାଉନ ନେଇ ଭୟଭୀତ ହୁଅ ନାହିଁ: ସିପି

ଲକଡାଉନ ନେଇ ପୋଲିସ କମିଶନରଙ୍କ ପ୍ରତିକ୍ରିୟା । ଲକଡାଉନ ପୂର୍ବରୁ ଭୟଭୀତ ହୁଅନ୍ତୁ ନାହିଁ । ଆବଶ୍ୟକତାଠାରୁ ଅଧିକ ଜିନିଷ କିଣନ୍ତୁ ନାହିଁ । କହିଲେ ପୋଲିସ କମିଶନର ।

3.IFS ଅଭୟ ପାଠକଙ୍କୁ ବାଧ୍ୟତାମୂଳକ ଅବସର

IFS ଅଧିକାରୀ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର । ଅଭୟକାନ୍ତଙ୍କ ବାଧ୍ୟତାମୂଳକ ଅବସରକୁ ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

4.ପୂର୍ବତନ ଆଇଏଏସ ଅଫିସରଙ୍କ ଦେହାନ୍ତରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ପୂର୍ବତନ ଆଇଏଏସ ଅଫିସର ଲାବନ୍ୟନ୍ଦୁ ମାନସିଂହଙ୍କ ଦେହାନ୍ତରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ସେ ଗୁଜୁରାଟ କ୍ୟାଡେରର ଆଇଏସ ଅଫିସର ରହିଥିଲେ ।

5.ଦେଶ ପଛେ ପଛେ ଓଡିଶା, ସର୍ବୋଚ୍ଚ ସ୍ତରରେ ଜିଏସଟି ସଂଗ୍ରହ

ଜିଏସଟି ସଂଗ୍ରହରେ ଓଡିଶାର ରେକର୍ଡ । 2021 ଏପ୍ରିଲ ମାସରେ ଆଦାୟ ହୋଇଛି ୧୧୨୬.୬୭ କୋଟି ଟଙ୍କା । ଏପ୍ରିଲରେ ଦେଶର ଜିଏସଟି ଆଦାୟ ସର୍ବକାଳୀନ ରେକର୍ଡ ସହ 1.41 କୋଟି ଟଙ୍କା ରହିଥିଲା ।

6.ବଙ୍ଗ ଫଳାଫଳ ପରେ ହିଂସା, 3 ଜଣଙ୍କର ଗଲାଣି ପ୍ରାଣ

ପଶ୍ଚିମବଙ୍ଗ ନିର୍ବାଚନର ଫଳାଫଳ ଘୋଷଣା ପରେ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ଲାଗି ରହିଛି ହିଂସା । ବର୍ତ୍ତମାନ ସୁଦ୍ଧା 3 ଜଣଙ୍କର ମୃତ୍ୟୁ ହୋଇସାରିଛି ।

7.କୋରୋନାରେ ପ୍ରାଣ ହରାଇଲେ କେନ୍ଦ୍ରମନ୍ତ୍ରୀ ଥାୱର ଚାନ୍ଦ ଗେହଲଟଙ୍କ ଝିଅ

କେନ୍ଦ୍ର ସାମାଜିକ ନ୍ୟାୟ ଓ ଶସକ୍ତିକରଣ ମନ୍ତ୍ରୀ ଥାୱର ଚାନ୍ଦ ଗେହଲଟଙ୍କ ଝିଅ କୋରୋନାରେ ପ୍ରାଣ ହରାଇଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତ ଯୋଗୁଁ ସେ ମୃତ୍ୟୁବରଣ କରିଛନ୍ତି ।

8.ପଶ୍ଚିମବଙ୍ଗରେ ସାମ୍ବାଦିକଙ୍କୁ କୋଭିଡ ଯୋଦ୍ଧା ଘୋଷଣା କଲେ ମମତା ବାନାର୍ଜୀ

ଗୋଟିଏ ପରେ ଗୋଟିଏ ରାଜ୍ୟ ସାମ୍ବାଦିକ ମାନଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କଲେ ମମତା ବାନାର୍ଜୀ ।

9.ଅନ୍ତର୍ଜାତୀୟ କ୍ରିକେଟରୁ ଥିସାରା ପରେରାଙ୍କ ସନ୍ୟାସ

ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଶ୍ରୀଲଙ୍କା ଅଲରାଉଣ୍ଡର ଥିସାରା ପରେରା ।

10.ଆଇପିଏଲକୁ କୋରୋନା ଏଣ୍ଟ୍ରି, ଆଜିର ମ୍ୟାଚ ବାତିଲ

ଆଜି(ସୋମବାର) କୋଲକାତା ନାଇଟ ରାଇର୍ଡସ ଓ ବାଙ୍ଗାଲୋର ମଧ୍ୟରେ ଖେଳାଯିବାକୁ ଥିବା ଆଇପିଏଲର 30ତମ ମ୍ୟାଚକୁ ବାତିଲ କରାଯାଇଛି ।

For All Latest Updates

ABOUT THE AUTHOR

...view details