ଓଡିଶା

odisha

ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ ଖବର

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Apr 30, 2021, 5:09 PM IST

1. ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ କୋରୋନା ପିଜିଟିଭ

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଗିରିଧର ଗମାଙ୍ଗ କୋରୋନା ପଜିଟିଭ ଚିହ୍ନଟ । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଗିରିଧାରୀଙ୍କ ପୁଅ ତଥା ବିଜେପି ନେତା ଶିଶିର ଗମାଙ୍ଗ ।

2. ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ 20 ଲକ୍ଷ ଟଙ୍କା ଦେଲା ଓଡିଶା କୃଷି ଶିଳ୍ପ ନିଗମ

କୋଭିଡ୍ ମୁକାବିଲା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପଦକ୍ଷେପକୁ ସାରା ବିଶ୍ଵ ଆଜି ପ୍ରଶଂସା କରୁଛି । ତେବେ ଏନେଇ ଓଡ଼ିଶା କୃଷି ଶିଳ୍ପ ନିଗମ, କୋଭିଡ୍ ପରିଚାଳନା ଏବଂ ମାଗଣା କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀଙ୍କର ରିଲିଫ ଫଣ୍ଡକୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

3. 'ହତ୍ୟାକାରୀ' ବୟାନ ବିରୋଧରେ ହାଇକୋର୍ଟରେ ପହଞ୍ଚିଲେ ECI

ଦେଶରେ କୋରୋନା ସଂକ୍ରମଣ ପାଇଁ ନିର୍ବାଚନ ଆୟୋଗଙ୍କୁ ଦାୟୀ କରିବା ସହିତ ହତ୍ୟାକାରୀର ମାମଲା ରୁଜୁ କରିବା ଦରକାର ବୋଲି ଟିପ୍ପଣୀ ଦେଇଥିଲେ କୋର୍ଟ । ଏହାକୁ ନେଇ ହୋଇଥିବା ମିଡିଆ ରିପୋର୍ଟ ବିରୋଧରେ କୋର୍ଟଙ୍କ ଦ୍ବାରସ୍ତ ହୋଇଛନ୍ତି ଇସିଆଇ ।

4. ମହାମାରୀ ଲଢେଇରେ ସାମିଲ ନୌସେନା, ଅହମ୍ମଦାବାଦ ଗଲେ 57 ଜଣିଆ ଡାକ୍ତରୀ ଟିମ୍

ବର୍ତ୍ତମାନର କୋଭିଡ ସଙ୍କଟର ମୁକାବିଲା କରିବା ପାଇଁ ଆଗକୁ ଆସିଛି ଭାରତୀୟ ନୌସେନା । ସାଧାରଣ ନାଗରିକଙ୍କ ସହାୟତା ପାଇଁ ସଶସ୍ତ୍ର ବାହିନୀର 57 ଜଣ ଡାକ୍ତରୀ ଦଳ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିଛନ୍ତି ।

5.ମେ' 3 ରୁ ଦିନ 2ଟା ପରେ କଟକର ସମସ୍ତ ଦୋକାନ ବଜାର ବନ୍ଦ

ମେ' 3 ଠାରୁ କଟକର ସମସ୍ତ ଦୋକାନ ବଜାର ଦିନ 2 ରୁ ବନ୍ଦ ରହିବା ନେଇ ବୈଠକରେ ନିଷ୍ପତି ।

6. ମେ 31 ଯାଏଁ ଅନ୍ତର୍ଜାତୀୟ ଉଡାଣ ବନ୍ଦ

ମେ 31 ଯାଏଁ ବନ୍ଦ ରହିବ ଅନ୍ତର୍ଜାତୀୟ ବିମାନ ସେବା । ହେଲେ ଡିଜିଏସ ଦ୍ବାରା ଅନୁମୋଦିତ ବିମାନ ଓ କୋର୍ଗୋ ବିମାନ ଚଳାଚଳ କଟକଣାମୁକ୍ତ ରହିବ ।

7. ତେଲେଙ୍ଗାନାରେ ବଢିଲା ନାଇଟ୍ କର୍ଫ୍ୟୁ ଅବଧି

କୋରୋନା ସଂକ୍ରମଣ ବୃଦ୍ଧି ହେତୁ ତେଲେଙ୍ଗାନାରେ ନାଇଟ କର୍ଫ୍ୟୁକୁ ଆହୁରି 7 ଦିନ ବୃଦ୍ଧି କରାଯାଇଛି। ବର୍ତ୍ତମାନ 7 ମେ ସକାଳ 5 ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ ରହିବ ।

8. ସମସ୍ତେ କୋଭିଡ ନିୟମ ପାଳନ କରନ୍ତୁ, ଦ୍ବିତୀୟ ଲହର ଭୟାନକ ହେଉଛି

କୋଭିଡ଼ ନିୟମ ପାଳନ କରିବାକୁ ନିବେଦନ କଲେ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। ରାଜ୍ୟରେ କୋରୋନାର ଦ୍ବିତୀୟ ଲହର ଏତେ ଭୟାନକ ହେବ ବୋଲି ଆଶା କରାଯାଇନଥିଲା। ଏବେ ଦେଶର ୮୦ ପ୍ରତିଶତ କେସ୍ ୮/୯ଟି ରାଜ୍ୟରୁ ଆସୁଛି। ସଂକ୍ରମଣରେ ଜାତୀୟ ହାରରେ ଓଡ଼ିଶାର ଭାଗ ପ୍ରାୟ ୧.୮% ରହିଛି।

9. ପ୍ରତିରାଜ୍ୟକୁ 15 ହଜାର କୋଟି ପର୍ଯ୍ୟନ୍ତ ଅତିରିକ୍ତ ଋଣ ପ୍ରଦାନ କରିବ ଅର୍ଥ ମନ୍ତ୍ରଣାଳୟ

ବିଭିନ୍ନ ପ୍ରକଳ୍ପଗୁଡିକରେ ଖର୍ଚ୍ଚ ପାଇଁ ସୁଧମୁକ୍ତ 50 ବର୍ଷର ଋଣ ହିସାବରେ ଅର୍ଥ ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ 15 ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ରାଶି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି।

10. ପରଲୋକରେ ରିଅଲ ସୁଟର ଦାଦି

ପୁଣି ସାମ୍ନାକୁ ଆସିଲା ନୈରାଶ୍ୟଜନକ ଖବର । ସୁଟର ଦାଦି ନାଁ ରେ ଜଣାଶୁଣା ଚନ୍ଦ୍ରୋ ତୋମରଙ୍କ କୋରୋନାରେ ମୃତ୍ୟୁ ଘଟିଛି ।

ABOUT THE AUTHOR

...view details