ଓଡିଶା

odisha

ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Apr 29, 2021, 5:10 PM IST

1. ଦୁଇ ଟିକା ଉତ୍ପାଦନକାରୀ ସଂସ୍ଥାକୁ ପରଚେଜ୍ ଅର୍ଡର

ଆସନ୍ତା ମେ 1ରୁ 18ରୁ 44 ବର୍ଷ ବ୍ୟକ୍ତିଙ୍କୁ ମାଗଣା ଟିକା ଦେବା ନେଇ ସରକାର ଘୋଷଣା କରିଛନ୍ତି । ଏନେଇ ଦେଶର ଦୁଇ ଟିକା ଉତ୍ପାଦନକାରୀ ସଂସ୍ଥା ଭାରତ ବାୟୋଟେକ୍ ଓ ସେରମ୍ ଇନଷ୍ଟିଚ୍ୟୁଟ ଠାରୁ ଟିକା କିଣିବାକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ।

2. ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ; ସୋସିଆଲ ମିଡିଆ ନୁହେଁ, ବିଶେଷଜ୍ଞଙ୍କ ପରାମର୍ଶ ମାନନ୍ତୁ

କୋଭିଡ ସଂକ୍ରମଣ ଶୀର୍ଷରେ ପହଞ୍ଚିଥିବା ବେଳେ ରାଜ୍ୟବାସୀଙ୍କୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ ପରାମର୍ଶ ।

3. 18 ବର୍ଷରୁ ଉର୍ଦ୍ଧ୍ବ ନାଗରିକଙ୍କୁ ଟୀକାକରଣ, ପ୍ରଥମ ଦିନରେ 1.70 କୋଟି ପଞ୍ଜିକରଣ

28 ଏପ୍ରିଲରୁ 18 ବର୍ଷରୁ ଉର୍ଦ୍ଧ୍ବ ନାଗରିକଙ୍କ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଛି ତେବେ ଗୋଟିଏ ଦିନରେ ପ୍ରାୟ 1.70 କୋଟିରୁ ଅଧିକ ଲୋକ ଟୀକାକରଣ ପାଇଁ ପଞ୍ଜୀକୃତ ହୋଇଛନ୍ତି ।

4. ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 4561 କୋଟି ଟଙ୍କା ଛାଡ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ।

5. କୋରୋନାକୁ ମାତ ଦେଇ ମେଡିକାଲରୁ ଡିସଚାର୍ଜ ହେଲେ ମନମୋହନ ସିଂହ

ସୁସ୍ଥ ହେବା ପରେ ଦିଲ୍ଲୀ ଏମ୍ସର ଟ୍ରମା ସେଣ୍ଟରରୁ ଡିସଚାର୍ଜ ହୋଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ।

6. କାହିଁକି ବ୍ଲକ ହେଲା #ResignModi? ପ୍ରଶ୍ନ ଘେରରେ ଫେସବୁକ

କୋଭିଡ ପରିଚାଳନାକୁ ନେଇ ସମାଲୋଚନାର ସାମ୍ନା କରୁଛନ୍ତି କେନ୍ଦ୍ର ସରକାର । ଏଭଳି ସ୍ଥିତିରେ ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ କରିଥିଲା #ResignModi । ହେଲେ ପରେ ଫେସବୁକ ଏହାକୁ କିଛି ସମୟ ପରେ ବ୍ଲକ୍‌ କରିଦେଇଥିଲା । ଏହାକୁ ନେଇ ପ୍ରଶ୍ନ ଘେରରେ ଫେସବୁକ ।

7. QS ୱାର୍ଲ୍ଡ ରାଙ୍କିଂରେ ଭାରତର ସର୍ବୋଚ୍ଚ ସ୍ଥାନରେ ‘କିଟ୍’

କ୍ୟୁଏସ୍‍ ୱାର୍ଲ୍ଡ ରାଙ୍କିଙ୍ଗରେ କିଟକୁ ମିଳିଲା ସର୍ବୋଚ୍ଚ ସ୍ଥାନ। ଏହି ରାଙ୍କିଂ ପ୍ରଦାନ କରାଯିବା ପରେ କିଟ୍‍ ବିଶ୍ବବିଦ୍ୟାଳୟ ଭାରତର ପ୍ରଥମ ‘କ୍ୟୁଏସ୍‍ ଫାଇଭ୍‍ ଷ୍ଟାର ରେଟେଡ୍‍’ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରାପ୍ତ କରିଛି ।

8.ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଜେନେରାଲ ନରୱାଣେ, ସେନା ନିର୍ମାଣ କରୁଛି ଅସ୍ଥାୟୀ ମେଡିକାଲ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱାଣେ। ସାଧାରଣ ଜନତାଙ୍କ ପାଇଁ ହସ୍ପିଟାଲ ଖୋଲୁଛି ସେନା । ଜନସାଧାରଣ ନିକଟସ୍ଥ ସେନା ହସ୍ପିଟାଲକୁ ଯାଇପାରିବେ ।

9. କୋଭିଡ ରିଲଫ ଫଣ୍ଡ୍କୁ ରାଜସ୍ଥାନର ରୟାଲ୍ସର 7.5 କୋଟି ଦାନ

ହୃଦୟ ଜିତିଲା ଇଣ୍ଡିଆନ ପ୍ରିମିୟର ଲିଗ ରାଜସ୍ଥାନ ରୟାଲ୍ସ ।

10. ନ୍ୟାସନାଲ ଆଓ୍ବାର୍ଡ ବିଜେତା କୌଶିକ ଗାଙ୍ଗୁଲିଙ୍କୁ କୋରୋନା

ନ୍ୟାସନାଲ ଆଓ୍ବାର୍ଡ ବିଜେତା ତଥା ଫିଲ୍ମ ନିର୍ଦ୍ଦେଶକ କୌଶିକ ଗାଙ୍ଗୁଲି କୋରୋନା ପଜିଟିଭ ବୋଲି ଜଣାପଡିଛି । ସେ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି ।

ABOUT THE AUTHOR

...view details