ଓଡିଶା

odisha

By

Published : Apr 24, 2021, 5:06 PM IST

ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ଶ୍ରୀମନ୍ଦିରରେ ନୂଆ SOP ଜାରି: ଆସନ୍ତା 15 ଯାଏଁ ଜଗା ଦର୍ଶନ ବନ୍ଦ

ପୁଣି ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ ଲାଗିଲା କଟକଣା । ଆସନ୍ତା 15 ଯାଏଁ ବନ୍ଦ ରହିବ ଶ୍ରୀମନ୍ଦିର । ଅଳ୍ପ ସେବାୟତଙ୍କୁ ନେଇ ଚାଲୁରହିବ ନୀତିକାନ୍ତି ।

2. 15 ଯାଏଁ ଜଗା ଦର୍ଶନ ବନ୍ଦ, ପ୍ରଭାବିତ ହେବନି ରଥକାର୍ଯ୍ୟ

ପ୍ରତ୍ୟେକ ବର୍ଷ ପରି ଏବର୍ଷ ମଧ୍ୟ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ସ୍ନାନ ଯାତ୍ରା ଏବଂ ରଥଯାତ୍ରା । ଏନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କଲା ଶ୍ରୀମନ୍ଦିର ପ୍ରଶାସନ ।

3.‘25% ଦେଶବାସୀଙ୍କ ଟିକାକରଣ ଭାର ନିଅନ୍ତୁ ଶ୍ରେଷ୍ଠ 20 ଧନୀବ୍ୟକ୍ତି’

ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଦେଶର ଶ୍ରେଷ୍ଠ 20 ଧନୀ ବ୍ୟକ୍ତିଙ୍କୁ 25% ଭାରତୀୟଙ୍କୁ ଟୀକାକରଣର ଭାର ବହନ କରିବାକୁ ଅପିଲ୍ କରିଛନ୍ତି ।

4. ଦିଲ୍ଲୀ HCଙ୍କ ଉଦବେଗ, ଅକ୍ସିଜେନ ଯୋଗାଣରେ ବାଧା ଦେଲେ ମିଳିବ ଫାଶୀ

ଦିଲ୍ଲୀରେ ଦେଖାଯାଇଥିବା ଅକ୍ସିଜେନ ସଙ୍କଟ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଉଦବେଗ । ଯଦି କେହି ଅକ୍ସିଜେନ୍ ପରିବହନରେ ବାଧା ସୃଷ୍ଟି କରୁଛି ତାଙ୍କୁ ଫାଶୀ ମିଳିବ ବୋଲି କୋର୍ଟ କହିଛନ୍ତି ।

5.ଭାରତକୁ ସମବେଦନାର ସୁଅ, ସହଯୋଗ ପାଇଁ ଅଣ୍ଟା ଭିଡିଲେ ପାକିସ୍ତାନ-ଫ୍ରାନ୍ସ-ଅଷ୍ଟ୍ରେଲିଆ

ଭାରତରେ କୋରୋନା ମହାମାରୀର ତାଣ୍ଡବ ଚାଲିଥିବାବେଳେ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଲେ ବିଭିନ୍ନ ରାଷ୍ଟ୍ର ।

6.ଉତ୍ତରାଖଣ୍ଡ ହିମସ୍ଖଳନରେ 8 ମୃତ, 384 ଉଦ୍ଧାର

ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ପୁଣି ହିମସ୍ଖଳନ ହୋଇ 8 ଜଣଙ୍କର ମୃତ୍ୟୁ ଘଟିଛି ।

7.ଅକ୍ସିଜେନ ଅଭାବରୁ ପୁଣି ଦିଲ୍ଲୀରେ ଆଖି ବୁଜିଲେ 20 ଆକ୍ରାନ୍ତ

ରାଜଧାନୀ ଦିଲ୍ଲୀରେ ଭୟଙ୍କର ସ୍ଥିତି । ଅକ୍ସିଜେନ ଅଭାବ ଲାଗି ରହିଥିବାରୁ ପୁଣି ଆଖି ବୁଜିଲେ 20 କୋରୋନା ସଂକ୍ରମିତ ।

8. ଜନ୍ମଦିନ ନ ପାଳି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କଲେ 7 ବର୍ଷର ଆୟୁଷ

କୋଭିଡ ସଂକ୍ରମଣ ସମସ୍ତଙ୍କୁ ବ୍ୟସ୍ତବିବ୍ରତ କରି ରଖିଛି । ନିଜ ଜନ୍ମଦିନ ନ ପାଳି 7 ବର୍ଷର ଆୟୁଷ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛି ଅର୍ଥ ।

9. 48 ବର୍ଷରେ କ୍ରିକେଟ ଜଗତର ମହାନାୟକ, କରିଛନ୍ତି ଅନେକ ବିଶ୍ବ କିର୍ତ୍ତୀମାନ

48 ବର୍ଷରେ ପାଦ ଥାପିଲେ କ୍ରିକେଟ କିମ୍ବଦନ୍ତୀ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର

10.ପ୍ଲାଜମା ଦାନ କରିବାକୁ ତେନ୍ଦୁଲକରଙ୍କ ଅପିଲ୍‌

କୋଭିଡ-19ରୁ ସୁସ୍ଥ ହୋଇଥିବା ବ୍ୟକ୍ତି ପ୍ଲାଜମା ଦାନ କରି ମହାମାରୀ କୋରୋନା ବିରୋଧୀ ଲଢେଇରେ ସାମିଲ ହେବାକୁ ଅପିଲ କରିଛନ୍ତି ସଚିନ ତେନ୍ଦୁଲକର ।

ABOUT THE AUTHOR

...view details