ଓଡିଶା

odisha

ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS AT 5PM
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Mar 4, 2021, 5:50 PM IST

1. ଷ୍ଟିଲ୍ ପ୍ଲାଣ୍ଟ ପାଇଁ 50 ହଜାର କୋଟିର MOU ସ୍ବାକ୍ଷରିତ
କେନ୍ଦ୍ରାପଡାରେ ପ୍ରତିଷ୍ଠା ହେବ ଷ୍ଟିଲ ପ୍ଲାଣ୍ଟ । ଏନେଇ ଆଜି(ଗୁରୁବାର) ରାଜ୍ୟ ସରକାର ଏବଂ ଆର୍ସେଲର ମିତ୍ତଲ କମ୍ପାନୀ ମଧ୍ୟରେ ସ୍ବାକ୍ଷରିତ ହୋଇଛି ।

2. ‘ପଛୁଆବର୍ଗଙ୍କୁ ସାମ୍ବିଧାନିକ ଅଧିକାର ମିଳିବା ଦରକାର’

ରାଜ୍ୟରେ ହେବାକୁ ଥିବା ଓବିସି ସର୍ଭେକୁ ନେଇ ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରେସମିଟ୍‌ କରି ପଛୁଆଙ୍କୁ ସାମ୍ବିଧାନିକ ଅଧିକାର ମିଳିବା ଦରକାର ବୋଲି କହିଲେ କେନ୍ଦ୍ରମନ୍ତ୍ରୀ ।

2.ଓବିସି ପ୍ରସଙ୍ଗ: ଧର୍ମେନ୍ଦ୍ରଙ୍କୁ ଜବାବ ଦେଲେ ସୌମ୍ୟରଞ୍ଜନ

ଓବିସି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜବାବ ଦେଲେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ।

3. 2020ରେ 5133 ଥର ଅସ୍ତ୍ରବିରତି ଉଲ୍ଲଘଂନ କରିଛି ପାକିସ୍ତାନ

ଗତ 2020 ମସିହାରେ ପାକିସ୍ତାନ 5133 ଥର ଅସ୍ତ୍ରବିରତି ଉଲ୍ଲଘଂନ କରିଥିବା ଏକ ସରକାରୀ ରିପୋର୍ଟରୁ ଜଣାପଡିଛି ।

4. ପେନସନ ଯୋଜନାରେ ଯୋଡି ହେଲେ ବିଡିଏ କର୍ମଚାରୀ
ଏଣିକି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) କର୍ମଚାରୀଙ୍କୁ ମିଳିବ ପେନସନ । ବିଡିଏ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ।


5. 5 ଲକ୍ଷ କୋରୋନା ଟିକା ପାଇଁ ଭାରତକୁ ଧନ୍ୟବାଦ ଜଣାଇଲା କାନାଡା
ଭାରତ କାନାଡାକୁ 5 ଲକ୍ଷ କୋରୋନା ଟିକା ଯୋଗାଇବା ପରେ କାନାଡା ପ୍ରଧାନମନ୍ତ୍ରୀ ଭାରତକୁ ଧନ୍ୟବାଦ ଜଣାଇଛନ୍ତି ।

6.ବାରଙ୍ଗ ଗଣଦୁଷ୍କର୍ମ ମାମଲା, ରିମାଣ୍ଡରେ ଗଲା ବିବନ ବିଶ୍ବାଳ

ବାରଙ୍ଗ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ରିମାଣ୍ଡରେ ନେଲା ସିବିଆଇ । ଝାରପଡା ଜେଲରୁ ଭ୍ୟାନରେ ସିବିଆଇର ସ୍ବତନ୍ତ୍ର ଟିମ୍‌ ତାକୁ ନେଇଛନ୍ତି । ତେବେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ତାର ସ୍ବାସ୍ଥ୍ୟ ଯାଞ୍ଚ ହେବ ବୋଲି ଜଣାପଡିଛି ।

7. ଖୁବଶୀଘ୍ର ହେବ ପୌର ନିର୍ବାଚନ: ପଞ୍ଚାୟତିରାଜ ମନ୍ତ୍ରୀ

ପୌର ନିର୍ବାଚନ ନେଇ ପ୍ରତିକ୍ରିୟା ରଖିଲେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ୫୦ ପ୍ରତିଶତ ସଂରକ୍ଷଣ ବିନା କିଭଳି ନିର୍ବାଚନ ହୋଇପାରିବ ସେନେଇ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।

8. ଟିକାୟତଙ୍କ ଦାବି, ଖୁବଶୀଘ୍ର କୃଷି ଆଇନ ବିରୋଧରେ ଇସ୍ତଫା ଦେବେ ବିଜେପି ସାଂସଦ !

ଖୁବଶୀଘ୍ର ଭାରତୀୟ ଜନତା ପାର୍ଟିର ଜଣେ ସାଂସଦ ଚାଷୀ ଆନ୍ଦୋଳନ ସମର୍ଥନରେ ଇସ୍ତଫା ଦେବେ ବୋଲି ଦାବି କରିଛନ୍ତି ରାକେଶ ଟିକାୟତ ।

9. ସ୍ବିସ ଓପନ: କ୍ବାର୍ଟର ଫାଇନାଲରେ ଶ୍ରୀକାନ୍ତ

ଭାରତୀୟ ଷ୍ଟାର ବ୍ୟାଟମିଣ୍ଟନ ଷ୍ଟାର କିଦାମ୍ବି ଶ୍ରୀକାନ୍ତ ଗୁରୁବାର ଫ୍ରାନ୍ସର ଥୋମାସ ରାଉକ୍ସେଲଙ୍କୁ ହରାଇ ସ୍ବିସ ଓପନ ସୁପର 300 ଟୁର୍ଣ୍ଣାମେଣ୍ଟର କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ।

10. ପୁଣି ଚମକିଲେ ଅକ୍ଷର-ଅଶ୍ବିନ, 205ରେ ଅଲଆଉଟ ଇଂଲଣ୍ଡ

205 ରନରେ ଇଂଲଣ୍ଡର ପ୍ରଥମ ଇଂନିସ ସମାପ୍ତ ।

ABOUT THE AUTHOR

...view details