ଓଡିଶା

odisha

By

Published : Jun 2, 2021, 5:07 PM IST

ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...
ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

1.ଟିକା ଟେନସନ, ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

କୋଭିଡ ଓ ଏହାର ମୁକାବିଲ ପାଇଁ ଟୀକାକରଣ ଏବଂ ଅନନ୍ୟ ପ୍ରସଙ୍ଗ ନେଇ ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

2.ଇରାନ ନୌସେନାର ସର୍ବବୃହତ ଜାହାଜରେ ଅଗ୍ନିକାଣ୍ଡ, ସମୁଦ୍ରରେ ହେଲା ଲୀନ

ଇରାନ ନୌସେନାର ସର୍ବବୃହତ ଜାହାଜରେ ଅଗ୍ନିକାଣ୍ଡ ନେଇ ସାମ୍ନାକୁ ଆସିଛି ଖବର । ଘଟଣା ପରେ ଜାହାଜଟି ଓମାନ ସମୁଦ୍ରରେ ବୁଡିଯାଇଛି ।

3.୭୭ ପ୍ରତିଶତ ଲୋକଙ୍କୁ ସରକାର ଦେଉଛନ୍ତି ପଶୁ ଉପଯୋଗୀ ଚାଉଳ: କଂଗ୍ରେସ

ସରକାରଙ୍କ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ରାଜ୍ୟରେ ୭୭ % ଲୋକଙ୍କୁ ସରକାର ଦେଉଥିବା ଚାଉଳ ମଣିଷ ଖାଦ୍ୟ ଉପଯୋଗୀ ନୁହେଁ ବୋଲି ଅଭିଯୋଗ କରିଛି କଂଗ୍ରେସ ।

4.ସୂଚନା ଦେଲା IMA, କୋରୋନାରେ ଜୀବନ ହାରିଛନ୍ତି 594 ଡାକ୍ତର

ସମଗ୍ର ଭାରତରେ ବର୍ତ୍ତମାନ ସୁଦ୍ଧା 594 ଡାକ୍ତରଙ୍କ କୋରୋନାରେ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛି ଇଣ୍ଡିଆନ ମେଡିକାଲ ଆସୋସିଏସନ ।

5.ଫାଇଜର ଓ ମୋଡେର୍ଣ୍ଣାର ଭାରତ ଆସିବା ରାସ୍ତା ସଫା, ହେବନାହିଁ ଟ୍ରାଏଲ

ଫାଇଜର ଓ ମୋଡେର୍ଣ୍ଣା କମ୍ପାନୀର ଭ୍ୟାକ୍ସିନକୁ ଲୋକାଲ ଟ୍ରାଏଲ ଦେଇ ଗତି କରିବାକୁ ପଡିବ ନାହିଁ । ଭାରତ ଆସିବାର ରାସ୍ତା ହେଲା ସଫା ।

6.NHRC ନୂଆ ଅଧ୍ୟକ୍ଷ ପଦରେ ଦାୟିତ୍ବ ଗ୍ରହଣ କଲେ ଅରୁଣ ମିଶ୍ର

ଏନଏଚଆରସିର ଅଧ୍ୟକ୍ଷ ପଦରେ ଦାୟିତ୍ବ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଅରୁଣ ମିଶ୍ର । ସେ ଗତ ବର୍ଷ ସେପ୍ଟେମ୍ବରରେ ସୁପ୍ରିମକୋର୍ଟରୁ ଅବସର ନେଇଥିଲେ ।

7.ପୋଲିସ କବଜାରେ ରାଜଧାନୀ ତଣ୍ଟିକଟା ଲୁଟେରା, ମୋବାଇଲ ପାଇଁ ଭିଆଇଥିଲା କାଣ୍ଡ

ନୟାପଲ୍ଲୀ ଭିଆଇପି କଲୋନୀରେ ମହିଳାଙ୍କ ତଣ୍ଟିକଟି ଲୁଟ ଉଦ୍ୟମ ଘଟଣାରେ ପୋଲିସ କବ୍ଜାକୁ ଆସିଲା ଅଭିଯୁକ୍ତ । ମୋବାଇଲ ଲୁଟ ପାଇଁ ଏମିତି କାଣ୍ଡ ଭିଆଇଥିବା ପୋଲିସର ସୂଚନା ।

8.ସ୍କୁଲ କଡ଼ରେ ବ୍ରାଉନସୁଗାର ଡେଲିଭରି, ୫ ଲକ୍ଷ ମୂଲ୍ୟର ପାଉଡର ଜବତ

ବୁଦ୍ଧେଶ୍ବରୀ ସ୍କୁଲ ନିକଟରେ ବ୍ରାଉନସୁଗାର ଡେଲିଭରୀ ବେଳେ ୫୧ ଗ୍ରାମ ଜବତ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ । ଦୁଇଜଣ ଅଭିଯୁକ୍ତ ଗିରଫ ।

9.ଦୁଇ ଦିନିଆ କାଶ୍ମୀର ଗସ୍ତରେ ସ୍ଥଳସେନା ମୁଖ୍ୟ, ସୁରକ୍ଷା ସ୍ଥିତିର କରିବେ ସମୀକ୍ଷା

ବୁଧବାର ସ୍ଥଳସେନା ମୁଖ୍ୟ ଦୁଇ ଦିବସୀୟ ଜମ୍ମୁକାଶ୍ମୀର ଗସ୍ତରେ ବାହାରିଛନ୍ତି । ଜମ୍ମୁକାଶ୍ମୀରରେ ସ୍ଥଳସେନା ମୁଖ୍ୟ ଏଲଓସିର ସ୍ଥିତି ସମୀକ୍ଷା କରିବା ସହିତ ଭାରତୀୟ ସେନାର ଅପରେସନାଲ ପ୍ରସ୍ତୁତି ବିଷୟରେ ଅବଗତ ହେବେ ।

10.କାଷ୍ଟିଂ କାଉଚର ଶିକାର ଏହି ଅଭିନେତ୍ରୀ

ଏବେ ପୁଣି ଆଉ ଜଣେ ଅଭିନେତ୍ରୀଙ୍କ ବଡ ଖୁଲାସା । ସଂଘର୍ଷ ସମୟରେ ସହିଛନ୍ତି ନିର୍ମାତାଙ୍କ କାଷ୍ଟିଂ କାଉଚ ।

ABOUT THE AUTHOR

...view details