ଓଡିଶା

odisha

ETV Bharat / bharat

TOP NEWS@5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS
TOP NEWS

By

Published : Mar 22, 2021, 5:00 PM IST

1.ରାଜ୍ୟସଭାରେ ବିଜେଡି ଉଠେଇଲା ବଳକା ଚାଉଳ ପ୍ରସଙ୍ଗ

ରାଜ୍ୟସଭାରେ ବିଜେଡି ପୁଣି ଉଠାଇଛି ଚାଉଳ ପ୍ରସଙ୍ଗ । ବଳକା ଚାଉଳ ତୁରନ୍ତ ଉଠାଇବାକୁ ଦାବି କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର ।

2. ପୁଣି ଗ୍ରାଉଣ୍ଡରୁ ହେବ ମୁକାବିଲା

ବଢୁଥିବା କୋଭିଡ ପରିସ୍ଥିତିକୁ ନେଇ ସୋମବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକ ପରେ ଏସଆରସିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

3. କୋଭିଡ ପାଇଁ ରାଜ୍ୟକୁ 109.13 କୋଟି ଦେଇଛନ୍ତି କେନ୍ଦ୍ର ସରକାର

କେନ୍ଦ୍ର ସରକାର ରାଜ୍ୟକୁ କୋଭିଡ ପରିଚାଳନା କରିବା ପାଇଁ NHM, ଓଡିଶା ଜରିଆରେ ମୋଟ 109.13 କୋଟି ଅର୍ଥରାଶି ପ୍ରଦାନ କରିଛନ୍ତି । ବିଧାନସଭା ବଜେଟ ଅଧିବେଶନରେ ଉତ୍ତର ଦେଇଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ।

4. ଏମକେସେଜିରେ ଖୋଲିବ ଗାସଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗ

ବ୍ରହ୍ମପୁରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍‌ପିଟାଲରେ ଖୋଲିବ Gastroenterology ବିଭାଗ । ଏହାକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

5. ଲିଙ୍ଗରାଜ ସେବାୟତ କୋରୋନା ଆକ୍ରାନ୍ତ

ଲିଙ୍ଗରାଜ ମନ୍ଦିରର ଜଣେ ସେବାୟତଙ୍କ ସମେତ ତାଙ୍କ ପରିବାରର ଅନ୍ୟ 3 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

6. ଏଣିକି 2 ମାସ ବ୍ୟବଧାନରେ ନେଇପାରିବେ କୋଭିସିଲ୍ଡ ଭ୍ୟାକ୍ସିନର ଦ୍ବିତୀୟ ଡୋଜ

କୋଭିସିଲ୍ଡ ଭ୍ୟାକ୍ସିନର ପ୍ରଥମ ଓ ଦ୍ବିତୀୟ ଡୋଜ ମଧ୍ୟରେ ବ୍ୟବଧାନ ବଢାଇବାର ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କୋଭିସିଲ୍ଡର ପ୍ରଥମ ଓ ଦ୍ବିତୀୟ ଡୋଜ ମଧ୍ୟରେ ଏବେ ଅତିକମରେ 6ରୁ 8 ସପ୍ତାହର ବ୍ୟବଧାନ ରହିବ ।

7. କେରଳ କଂଗ୍ରେସକୁ ଝଟ୍‌କା, ଦଳ ଛାଡିଲେ ପିସିସି ଉପସଭାପତି କେସି ରୋସାକୁଟ୍ଟି

ଦଳ ଛାଡିଲେ କେରଳ ପ୍ରଦେଶ କଂଗ୍ରେସ କମିଟି ଉପସଭାପତି କେସି ରୋସାକୁଟ୍ଟି ।

8. ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତଙ୍କୁ କୋରୋନା

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତଙ୍କ କୋଭିଡ ଟେଷ୍ଟ ପଜିଟିଭ ଆସିଛି । ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ ନିଜେ ଟ୍ବିଟ କରି ଏ ବିଷୟରେ ସୂଚନା ଦେଇଛନ୍ତି।

9. ପଶ୍ଚିମବଙ୍ଗରେ ସିଏଏ ଲାଗୁ ନେଇ ବିଜେପି ଉପରେ ବର୍ଷିଲେ ପି ଚିଦାମ୍ବରମ

ପଶ୍ଚିମବଙ୍ଗରେ ସିଏଏ କାର୍ଯ୍ୟକାରୀ ପ୍ରତିଶ୍ରୁତିରେ ପ୍ରଶ୍ନ କରି ଭାରତୀୟ ଜନତା ପାର୍ଟିର ଇସ୍ତାହାରକୁ ନିନ୍ଦା କରିଛନ୍ତି କଂଗ୍ରେସ ସାଂସଦ ତଥା ପୂର୍ବତନ ଗୃହମନ୍ତ୍ରୀ ପି ଚିଦାମ୍ବରମ ।

10. ସିନିଅର ମହିଳା ଫୁଟବଲ ଟିମ ଇଣ୍ଡିଆରେ ଦୁଇ ଓଡିଆ

ସିନିଅର ମହିଳା ଫୁଟବଲ ଟିମ ଇଣ୍ଡିଆରେ ସ୍ଥାନ ପାଇଲେ ଦୁଇ ଓଡିଆ ଖେଳାଳି ଜବାମଣି ଟୁଡୁ ଓ ପ୍ୟାରୀ ସାକ୍ସା ।

ABOUT THE AUTHOR

...view details