ଓଡିଶା

odisha

ETV Bharat / bharat

TOP NEWS @5 PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@5 PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @5 PM
TOP NEWS @5 PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Dec 26, 2020, 4:56 PM IST

1-ଭକ୍ତ-ଭଗବାନଙ୍କ ମିଳନ, ଆଖିରେ ଖଲସୁଛି ଖୁସିର ଲୁହ

ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ । ଶେଷ ହୋଇଛି ଭକ୍ତ-ଭଗବାନଙ୍କ ମିଳନ । ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ଦର୍ଶନ ପାଇ ଭାବବିହ୍ବଳ ଭକ୍ତ ।

2-ନୂତନ ମୁଖ୍ୟ ଶାସନ ସଚିବଙ୍କ ଶ୍ରୀମନ୍ଦିର ପ୍ରବେଶକୁ ନେଇ ବିବାଦ

ନୂତନ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପରେ ଶୁକ୍ରବାର ସୁରେଶ ମହାପାତ୍ର ପୁରୀ ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି । ତେବେ ଏହି ଘଟଣାକୁ ନେଇ ବିବାଦ ଦେଖାଦେଇଛି।

3-ଖୋଲିଲା କାଳିଆ ଦ୍ବାର, ଶୃଙ୍ଖଳିତ ଦର୍ଶନ ନେଇ ଧନ୍ୟବାଦ ଜଣାଇଲେ ଜିଲ୍ଲାପାଳ

ମହାପ୍ରଭୁଙ୍କୁ ପୁରୀବାସୀ ଦର୍ଶନ କରୁଥିବା ବେଳେ ସଂକ୍ରମଣ ଦୃଷ୍ଟିରୁ SOPକୁ କଡାକଡି ଜାରି କରାଯାଇଛି ।

4-1092 କନେଷ୍ଟବଳଙ୍କୁ ମିଳିବ ଏଏସଆଇ ପ୍ରଶିକ୍ଷଣ, ସୂଚନା ଦେଲେ ଡିଜିପି ଅଭୟ

ରାଜ୍ୟର 1 ହଜାର 92 କନେଷ୍ଟବଳଙ୍କୁ ମିଳିବ ଏଏସଆଇ ପ୍ରଶିକ୍ଷଣ । ଟ୍ବିଟ କରି ସୂଚନା ଦେଲେ ପୋଲିସ ଡିଜି ଅଭୟ ।

5-ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ନୟାଗଡ ନାବାଳିକା ହତ୍ୟାକାଣ୍ଡରେ ସିବିଆଇ ତଦନ୍ତ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ନାବଳିକା ହତ୍ୟାକାଣ୍ଡର ତଦନ୍ତ କରୁଛି ଏସଆଇଟି ।

6-କଚ୍ଚା ଘରେ ଲାଗିଲା ନିଆଁ: ମା' ସହ ଜଳିଗଲେ 3 ଶିଶୁ

କଚ୍ଚା ଘରେ ନିଆଁ ଲାଗି ଜୀଅନ୍ତା ଜଳିଗଲେ ମା' ସହ 3 ଶିଶୁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି 2 ମୃତଦେହ ଉଦ୍ଧାର କରିଥିବାବେଳେ ଅନ୍ୟ 2ଜଣ ଜଳି ପୋଡି ପାଉଁଶ ହୋଇଯାଇଛନ୍ତି ।

7-ହସ୍ପିଟାଲରେ ଲାଲୁ ପ୍ରସାଦ ଯାଦବ, ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଲେ ତେଜ ପ୍ରତାପ

RIMSରେ ପେଇଙ୍ଗ୍ ୱାର୍ଡରେ ଲାଲୁ ଯାଦବଙ୍କୁ ଦେଖା କରିବାକୁ ପହଞ୍ଚିଥିଲେ ତାଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ।

8-ଚେନ୍ନାଇ ବିମାନବନ୍ଦରରୁ ଲକ୍ଷାଧିକ ଟଙ୍କାର ବିଦେଶୀ ମୁଦ୍ରା ଜବତ, ଜଣେ ଗିରଫ

ଚେନ୍ନାଇ ଅନ୍ନା ଅନ୍ତର୍ଜାତୀୟ ବିମାନବନ୍ଦରରୁ ବେଆଇନ ବିଦେଶୀ ମୁଦ୍ରା ଜବତ । ଦୁବାଇ ଯାଉଥିବା ଜଣେ ଯାତ୍ରୀଙ୍କ ନିକଟରୁ ଏହି ବିଦେଶୀ ମୁଦ୍ରା ଜବତ ହୋଇଥିବା ସୂଚନା ।

9-ବକ୍ସିଂ ଡେ ଟେଷ୍ଟ: ଭାରତୀୟ ବୋଲରଙ୍କ ସାମ୍ନାରେ ଅଷ୍ଟ୍ରେଲିଆର ଆତ୍ମସମର୍ପଣ

ଅଷ୍ଟ୍ରେଲିଆର ପ୍ରଥମ ଇଂନିସ 195ରେ ଶେଷ । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଓପନର ମୟଙ୍କ ଅଗ୍ରୱାଲଙ୍କ ୱିକେଟ ହରାଇ 36 ରନ ସଂଗ୍ରହ କରିଛି ଭାରତ ।

10-ଫ୍ୟାନ୍ସଙ୍କ ଫୁଡ୍ ଷ୍ଟଲ୍‌ରେ ପହଞ୍ଚି ରୋଷେଇ କଲେ ସୋନୁ, ଖାଇଲେ ଫ୍ରାଏଡ୍ ରାଇସ

ନିକଟରେ ଖ୍ରୀଷ୍ଟମାସ ଅବସରରେ ସୋନୁ ତାଙ୍କ ଫ୍ୟାନ୍ସଙ୍କୁ ସପ୍ରାଇଜ ଦେବା ପାଇଁ ହାଇଦ୍ରାବାଦର ଏକ ଫୁଡ୍ ଷ୍ଟଲ୍‌ରେ ପହଞ୍ଚିଥିଲେ । ସେଠାରେ ସେ ରୋଷେଇ କରିବା ସହିତ ଫ୍ରାଏଡ୍ ରାଇସ, ମଞ୍ଚୁରିଆନ ମଧ୍ୟ ଖାଇଥିଲେ ।

ABOUT THE AUTHOR

...view details