ଓଡିଶା

odisha

ETV Bharat / bharat

TOP NEWS AT 3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ 3PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS AT 3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Sep 1, 2022, 3:04 PM IST

୧. ପାଳିତ ହେଲା ନୂଆଁଖାଇ, ମା’ ସମଲେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ

ନିର୍ଦ୍ଧାରିତ ସମୟରେ ମା’ ସମଲେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ । ପରିବାରରେ ନବାନ୍ନ ଗ୍ରହଣ ପରେ ଗୀତ ନାଚରେ ମସଗୁଲ ସମ୍ବଲପୁରବାସୀ ।

୨. Nuakhai 2022, ଖୋର୍ଦ୍ଧାରେ ଧୁମଧାମରେ ପାଳନ ହେଲା ନୂଆଁଖାଇ

କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ପୂର୍ବ ଓଡ଼ିଶାରେ ମଧ୍ୟ ଏହି ନୂଆଁଖାଇର ଝଲକ ଦେଖିବାକୁ ମିଳିଛି ।

୩. ରାଜଧାନୀରେ ଜମୁଛି ଗଣେଶ ପୂଜା, ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଖଚାଖଚ ଭିଡ଼

ଦୁଇ ବର୍ଷର କୋରୋନା କଟକଣା ପରେ ଚଳିତ ବର୍ଷ ରାଜଧାନୀରେ ଧୁମଧାମରେ ପାଳିତ ହୋଇଛି ଗଣେଶ ପୂଜା । ରାଜଧାନୀର ଅନେକ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଖଚାଖଚ ଭିଡ ଦେଖିବାକୁ ମିଳିଛି ।

୪. ଲୁହପଥର ରପ୍ତାନୀରେ ରେକର୍ଡ ସୃଷ୍ଟି କଲା ପାରାଦ୍ୱୀପ ବନ୍ଦର

ପଣ୍ୟ କାରବାରରେ ରେକର୍ଡ ସୃଷ୍ଟି କିରଛି ପାରାଦ୍ବୀପ ବନ୍ଦର ।

୫. ନିଜ ଖାଇବା ଖର୍ଚ୍ଚ ନିଜେ ଉଠାନ୍ତି ପ୍ରଧାନମନ୍ତ୍ରୀ ମୋଦି

ନିଜ ଖାଇବା ଖର୍ଚ୍ଚ ନିଜେ ଉଠାନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏଥିପାଇଁ ସରକାରୀ ପାଣ୍ଠିରୁ ଟଙ୍କାଟିଏ ବି ଖର୍ଚ୍ଚ ହୁଏନି । RTI ଜରିଆରେ ମଗାଯାଇଥିବା ଏକ ତଥ୍ୟରୁ ଏହା ଜଣାପଡିଛି ।

୬. ଆଫ୍ରିକୀୟଙ୍କ ରୋଗ ଦୂର କରିବାର ଚାବିକାଠି ପାରମ୍ପାରିକ ଔଷଧ: WHO

ଆଫ୍ରିକୀୟ ଦେଶ ଗୁଡିକର ବିଭିନ୍ନ ରୋଗ ଭଲ କରିବାରେ ପାରମ୍ପାରିକ ଔଷଧ(Traditional medicine) ମୁଖ୍ୟ ଭୂମିକା ନିଭାଉଥିବା କହିଲେ WHOର ଜଣେ ଅଧିକାରୀ ।

୭. ପାକିସ୍ତାନରେ ବନ୍ୟାର ତାଣ୍ଡବ, ମତ୍ୟୁ ସଂଖ୍ୟା ୧୧୯୧କୁ ବୃଦ୍ଧି

ପାକିସ୍ତାରେ ବନ୍ୟା ଯୋଗୁଁ ବଢୁଛି ମୃତ୍ୟୁ ସଂଖ୍ୟା । ଏପର୍ଯ୍ୟନ୍ତ ୧୧୯୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ।

୮. ପୋଲିସ ରୂପରେ ପୂଜା ପାଇଲେ ଗଣପତି ବାପ୍ପା

ମୁମ୍ବାଇର ଭିଲେ ପାର୍ଲ ପୋଲିସ ଷ୍ଟେସନରେ ନିଆରା ଢ଼ଙ୍ଗରେ ଅଗ୍ରପୂଜ୍ୟ ଗଜାନନ । ପୋଲିସ ବାପ୍ପା ରୂପରେ ପୂଜା ପାଉଛନ୍ତି ଗଣେଶ ।

୯. World Robotics Championship, ଟାଇଟଲ ହାତେଇଲା ଯାଜପୁର କିଡି କିଟ୍ସ ସ୍କୁଲ

ୱାର୍ଲ୍ଡ ରୋବୋଟିକ୍ସ ଚାମ୍ପିଅନସିପ ୨୦୨୨ରେ ପ୍ରଥମ ଥର ପାଇଁ ଓଡିଶାକୁ ସଫଳତା ମିଳଛି ।

୧୦. Asia Cup, ଆଜି କର ବା ମର ମ୍ୟାଚ୍‌, ବିଜୟୀ ନହେଲେ ବିଦାୟ

ବିଜୟୀ ଟିମକୁ ମିଳିବ ସୁପର ୪ ଟିକେଟ ଓ ପରାଜିତ ଟିମ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବ ।

ABOUT THE AUTHOR

...view details