ଓଡିଶା

odisha

ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ୩ ପିଏମ

ନଜର ପକାନ୍ତୁ @3PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ନଜର ପକାନ୍ତୁ @3PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ
ନଜର ପକାନ୍ତୁ @3PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

By

Published : Jun 9, 2022, 2:53 PM IST

1.Presidential Election: ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା

ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ ।

2.ରାଜଧାନୀକୁ ଫେରିଲା ଡେଙ୍ଗୁ ଆତଙ୍କ, ନେଲା ଚଳିତ ବର୍ଷର ପ୍ରଥମ ଜୀବନ

ଭୁବନେଶ୍ବରରେ ଡେଙ୍ଗୁ ଆତଙ୍କ । ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ।

3.ଦିଲ୍ଲୀ ପୋଲିସର ଖୁଲାସା, ମୁସେୱାଲା ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଲରେନ୍ସ ବିଷ୍ଣୋଇ

ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ହିଁ ହେଉଛନ୍ତି ସିଦ୍ଧୁ ମୁସେୱାଲା ହତ୍ୟା ମାମଲାର ମାଷ୍ଟରମାଇଣ୍ଡ । ଦିଲ୍ଲୀ ଜେଲରେ ବନ୍ଦୀ ଥିବା ଲରେନ୍ସ ବିଷ୍ଣୋଇକୁ ରିମାଣ୍ଡରେ ନେଇ ପଚରାଉଚରା କରାଯାଉଥିବା ବେ‌ଳେ ଏବେ ଏହି ଖୁଲାସା କରିଛି ଦିଲ୍ଲୀ ପୋଲିସ ।

4.ବଢିଲା ରିମାଣ୍ଡ, ଜୁନ 13 ଯାଏ ED ହେପାଜତରେ ରହିବେ ସତ୍ୟେନ୍ଦ୍ର

ବଢିଲା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ରିମାଣ୍ଡ ଅବଧି । ଆସନ୍ତା ଜୁନ 13 ଯାଏଁ ଇଡି ହେପାଜତରେ ରହିବେ ସତ୍ୟେନ୍ଦ୍ର ଜୈନ ।

5.Ind vs SA T20: ଖେଳାଳିଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ ମେ ଫେୟାର, ଖାଇବାରେ ରହିଛି କାକେରା ଓ ଛେନାପୋଡ

ଆରମ୍ଭ ହୋଇଯାଇଛି ବାଟବାଟୀ ବ୍ୟାଟେଲ କାଉଣ୍ଟଡାଉନ । ଆଉ ମାତ୍ର ୨ ଦିନର ଅପେକ୍ଷା । ବାରବାଟୀରେ ଖେଳାଯିବ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଟି୨୦ ମ୍ୟାଚ୍‌ । ଏ ନେଇ ଆସନ୍ତାକାଲି (ଶୁକ୍ରବାର) ଭୁବନେଶ୍ବରରେ ପହଞ୍ଚିବେ ଉଭୟ କ୍ରିକେଟ ଟିମ ।

6.Ind vs SA T20: କାଉଣ୍ଟରେ ଅସମ୍ଭାଳ ଭିଡ, ପ୍ରତିକ୍ରିୟା ରଖିଲେ କଟକ DCP

କଟକ: ବାରବାଟୀରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ମ୍ୟାଚ୍‌ ଟିକେଟ କାଉଣ୍ଟର ନିକଟରେ ଲମ୍ବା ଲାଇନ ରହି ଟିକେଟ କିଣୁଛନ୍ତି ଦର୍ଶକ । ପ୍ରବଳ ଗରମକୁ ଅସହ୍ୟ ଗୁଳୁଗୁଳି ଅନୁଭୂତି ହେଉ ଥିବାବେଳେ ଲୋକଙ୍କ ସୁବିଧା ପାଇଁ ପାଣି ଛିଞ୍ଚନ କରୁଛି ପୋଲିସ । ନିଜେ କଟକ DCP ପ୍ରତ୍ୟେକ୍ଷ କାଉଣ୍ଟର ନିକଟକୁ ଯାଇ ଲୋକଙ୍କ ସୁବିଧା ପଚାରି ବୁଝୁଛନ୍ତି ।

7.ବୃଦ୍ଧା ମାଆକୁ ଝିଅର ନିର୍ଯାତନା, ଉଦ୍ଧାର କଲା ପୋଲିସ

କେତେ ଦୁଃଖ କଷ୍ଟ ସହି ମାଆ ପିଲାଙ୍କୁ ବଡ କରେ । ପିଲାର ସୁରକ୍ଷା ପାଇଁ ଦୁନିଆ ସହ ଲଢିଯାଏ ମାଆ । ହେଲେ ତାର ମୂଲ ବୁଝିନାହିଁ ତା ସନ୍ତାନ । ଜଣେ 75 ବର୍ଷୀୟ ବୃଦ୍ଧାଙ୍କୁ ନିର୍ଯାତନା ଦେଇଛି ତାଙ୍କ ଝିଅ । ମାଡ ମାରିବା ସହିତ ଗୋଟିଏ ଘରେ ତାଲା ପକାଇ ରଖିଥିବା ଦେଖିବାକୁ ମିଳିଛି ।

8.4 ଛୁଆଙ୍କୁ ଛାଡି ପ୍ରେମିକ ସହ ଛୁ ମାରିଲା ମାଆ

୪ ଛୁଆଙ୍କୁ ଛାଡି ଘରେ କଳାକନା ବୁଲାଇ ପ୍ରେମିକ ସହ ଛୁ ମାରିଲା ମାଆ । ଥାନାରେ ଅଭିଯୋଗ କଲେ ସ୍ବାମୀ ।

9.ବଢିଲା ରିମାଣ୍ଡ, ଜୁନ 13 ଯାଏ ED ହେପାଜତରେ ରହିବେ ସତ୍ୟେନ୍ଦ୍ର

ବଢିଲା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ରିମାଣ୍ଡ ଅବଧି । ଆସନ୍ତା ଜୁନ 13 ଯାଏଁ ଇଡି ହେପାଜତରେ ରହିବେ ସତ୍ୟେନ୍ଦ୍ର ଜୈନ ।

10.ସାତ ଜନମର ସାଥୀ ହେଲେ ନୟନତାରା-ବିଘ୍ନେଶ

ହାତକୁ ଦି ହାତ ହେଲେ ସାଉଥ ସୁନ୍ଦରୀ ନୟନତାରା । ଦୀର୍ଘ ଦିନର ସାଥୀ ବିଘ୍ନେଶଙ୍କୁ କରିଲେ ନିଜ ସାତ ଜନମର ସାଥୀ । ଚେନ୍ନାଇରେ ଭବ୍ୟ ସମାରୋହରେ ସେମାନଙ୍କ ବିବାହ ହୋଇଛି, ଯେଉଁଥିରେ ବଲିଉଡରୁ ସାଉଥ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ସମସ୍ତ ବଡ ବଡ ତାରକା ଉପସ୍ଥିତ ଥିଲେ ।

ABOUT THE AUTHOR

...view details